‘କୁନ୍ଦୁଲି ନାବାଳିକା ଗଣ ବଳାତ୍କାର ଘଟଣାର ତଦନ୍ତ ସିବିଆଇ କିମ୍ୱା ଏନ୍‌ଆଇଏ କରୁ’

କଟକ(ଓଡ଼ିଶା ରିପୋର୍ଟର): କୋରାପୁଟ୍‌ ଜିଲ୍ଲା କୁନ୍ଦୁଲିରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ଆଜି ପିଆଏଲ୍‌(PIL) ଦାଖଲ ହୋଇଛି। ଏହା ଏକ ସମ୍ୱେଦନଶୀଳ ଘଟଣା ହୋଇଥିବାରୁ ତଦନ୍ତ ସିବିଆଇ କିମ୍ୱା ଏନ୍‌ଆଇଏ ଦ୍ୱାରା କରିବାକୁ ଅପିଲ୍‌ କରାଯାଇଛି। ଏଥିରେ ରାଜ୍ୟ ଗୃହ ସଚିବ, ଡିଜିପି, ଏନ୍‌ଆଇଏ ଡିଜି, ସିବିଆଇ ଏସ୍‌ପି ଓ କୋରାପୁଟ୍‌ ଏସ୍‌ପିଙ୍କୁ ପକ୍ଷଭୁକ୍ତ କରାଯାଇଛି। ନବମ ଶ୍ରେଣୀ ଛାତ୍ରୀ ଜଣକ ସ୍କୁଲରୁ ଘରକୁ ଫେରୁଥିଲେ। ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ନାବାଳିକାଙ୍କୁ ଜଙ୍ଗଲ […]

Rakesh Mallick
  • Published: Monday, 16 October 2017
  • Updated: 16 October 2017, 06:47 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କୋରାପୁଟ୍‌ ଜିଲ୍ଲା କୁନ୍ଦୁଲିରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ଆଜି ପିଆଏଲ୍‌(PIL) ଦାଖଲ ହୋଇଛି। ଏହା ଏକ ସମ୍ୱେଦନଶୀଳ ଘଟଣା ହୋଇଥିବାରୁ ତଦନ୍ତ ସିବିଆଇ କିମ୍ୱା ଏନ୍‌ଆଇଏ ଦ୍ୱାରା କରିବାକୁ ଅପିଲ୍‌ କରାଯାଇଛି। ଏଥିରେ ରାଜ୍ୟ ଗୃହ ସଚିବ, ଡିଜିପି, ଏନ୍‌ଆଇଏ ଡିଜି, ସିବିଆଇ ଏସ୍‌ପି ଓ କୋରାପୁଟ୍‌ ଏସ୍‌ପିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ନବମ ଶ୍ରେଣୀ ଛାତ୍ରୀ ଜଣକ ସ୍କୁଲରୁ ଘରକୁ ଫେରୁଥିଲେ। ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜଣେ ପରେ ଜଣେ ବଳାତ୍କାର କରି ପଳାଇ ଯାଇଥିଲେ। ପରେ ନାବାଳିକା ଜଣକ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ପଥଚାରୀମାନେ ତାଙ୍କୁ ପଟାଙ୍ଗି ମେଡ଼ିକାଲରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ନାବାଳିକା ଜଣକ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଏହାର ପ୍ରତିବାଦରେ ଆଜି କଂଗ୍ରେସ ଓ ମାଓବାଦୀମାନେ ଜିଲ୍ଲା ବନ୍ଦ ଡାକରା ଦେଇଥିଲା। ଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos