ହରଡ଼ଘଣାରେ ସିବିଆଇ: ଦାଏର ହେଲା ଜନସ୍ୱାର୍ଥ ମାମଲା

କଟକ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସି.ଆର. ଦାଶଙ୍କ ଘରେ ରାତି ଅଧରେ ପଶିବା ଉଦ୍ୟମ ସିବିଆଇ ପାଇଁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ଆଜି ହାଇକୋର୍ଟରେ ଜନସ୍ୱାର୍ଥ (ପିଆଇଏଲ୍‌) ମାମଲା ଦାଏର ହୋଇଛି। ହାଇକୋର୍ଟ ଓକିଲ ସଂଘ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଏହି ଘଟଣାକୁ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କିମ୍ୱା ହାଇକୋର୍ଟର ଜଣେ ସିଟିଂ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବାକୁ ଦାବି କରାଯାଇଛି। ଏହି ମାମଲାରେ କେନ୍ଦ୍ର ଗୃହ […]

highcourt

highcourt

Rakesh Mallick
  • Published: Thursday, 21 September 2017
  • Updated: 21 September 2017, 08:16 PM IST

Sports

Latest News

କଟକ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସି.ଆର. ଦାଶଙ୍କ ଘରେ ରାତି ଅଧରେ ପଶିବା ଉଦ୍ୟମ ସିବିଆଇ ପାଇଁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ଆଜି ହାଇକୋର୍ଟରେ ଜନସ୍ୱାର୍ଥ (ପିଆଇଏଲ୍‌) ମାମଲା ଦାଏର ହୋଇଛି। ହାଇକୋର୍ଟ ଓକିଲ ସଂଘ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଏହି ଘଟଣାକୁ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କିମ୍ୱା ହାଇକୋର୍ଟର ଜଣେ ସିଟିଂ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବାକୁ ଦାବି କରାଯାଇଛି। ଏହି ମାମଲାରେ କେନ୍ଦ୍ର ଗୃହ ସଚିବ, ସିବିଆଇ ନିର୍ଦ୍ଦେଶକ, ଆଇଜି, ଏସ୍‌ପି, ରାଜ୍ୟ ଗୃହ ସଚିବ, ଡିଜିପି, କମିଶନର, ଡିସିପି, କ୍ୟାଣ୍ଟନମେଣ୍ଟ ଥାନାଧିକାରୀ, ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଆଇ.ଏମ୍. କୁଦ୍ଦୁସିଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ସିବିଆଇ ଭୁଲ୍‌ରେ ଜଷ୍ଟିସ୍‌ କୁଦ୍ଦୁସିଙ୍କ କ୍ୱାର୍ଟର୍ସ ଭାବି ବର୍ତ୍ତମାନ ବିଚାରପତି ଥିବା ସି.ଆର. ଦାଶଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲା। ମାତ୍ର ଗେଟ୍‌ରେ ସୁରକ୍ଷା କର୍ମୀମାନେ ବିରୋଧ କରିଥିଲେ। ପରେ ସିବିଆଇ କର୍ମଚାରୀମାନେ ସି.ଆର. ଦାଶଙ୍କ ସହିତ କଥା ହେବାକୁ ଚାଲିଥିଲେ। ରାତି ଅଧିକ ହୋଇଥିବାରୁ ବିଚାରପତିଙ୍କ ସହିତ ଭେଟିବାକୁ ଦିଆଯିବ ନାହିଁ ବୋଲି ସୁରକ୍ଷା ଅଧିକାରୀମାନେ କହିବାରୁ ସିବିଆଇ ଅଧିକାରୀମାନେ ଯୁକ୍ତିତର୍କ କରିଥିବା ଅଭିଯୋଗ ହୋଇଥିଲା। ପରେ ପୋଲିସ ସେମାନଙ୍କୁ (ସିବିଆଇ ଅଧିକାରୀ) କ୍ୟାଣ୍ଟନମେଣ୍ଟ ଥାନାକୁ ନେଇ ପଚରାଉଚରା କରିଥିଲେ। ସିବିଆଇ ଏସ୍‌ପିଙ୍କ ସହିତ କଥା ହେବା ପରେ କ୍ୟାଣ୍ଟନମେଣ୍ଟ ଥାନା ଦାୟିତ୍ୱରେ ଥିବା ଅଧିକାରୀ ସେମାନଙ୍କୁ ଛାଡ଼ି ଦେଇଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ଗତକାଲିଠାରୁ ବାର୍‌ ଆସୋସିଏସନ୍‌ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି। ଆଜି ଆସୋସିଏସନ୍‌ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos