ଚାନ୍ଦିପୁରରୁ ଟାର୍ଗେଟ ଡ୍ରୋନ୍‌ ‘ବଂଶୀ’ର ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୨ ଓ ୩ ନମ୍ୱର ଲଞ୍ଚ ପ୍ୟାଡ଼୍‌ରୁ ଟାର୍ଗେଟ ଡ୍ରୋନ୍‌ ‘ବଂଶୀ’ର ପରୀକ୍ଷଣ କରାଯାଇଛି। ଆଜି ମଧ୍ୟାହ୍ନରେ ୧୨ଟାରେ ୨ ନମ୍ୱର ଓ ସାଢ଼େ ଗୋଟାଏରେ ୩ ନମ୍ୱର ଲଞ୍ଚ ପ୍ୟାଡ଼୍‌ରୁ ଏହି ଡ୍ରୋନ୍‌ ଉତ୍‌କ୍ଷେପଣ କରାଯାଇଥିଲା। ବାୟୁସେନା ଓ ମେଗିଟ୍‌ ଡିଫେନ୍ସ ସିଷ୍ଟମ୍‌ର ଅଧିକାରୀମାନେ ଏହି ପରୀକ୍ଷଣ କରିଛନ୍ତି। ଏହି ଡ୍ରୋନ୍‌ ୩୫ରୁ ୧୮୫ କିଲୋ ଟନ୍‌ ଓଜନର ସାମଗ୍ରୀ ବହନ କରିବାର କ୍ଷମତା ରଖୁଛି। ଏହାଛଡ଼ା ଏହି […]

Pilot-less target aircraft #Banshee flight-tested twice from launch pad 2 and 3 of ITR #Chandipur

Pilot-less target aircraft #Banshee flight-tested twice from launch pad 2 and 3 of ITR #Chandipur

Rakesh Mallick
  • Published: Thursday, 11 May 2017
  • Updated: 11 May 2017, 06:18 PM IST

Sports

Latest News

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୨ ଓ ୩ ନମ୍ୱର ଲଞ୍ଚ ପ୍ୟାଡ଼୍‌ରୁ ଟାର୍ଗେଟ ଡ୍ରୋନ୍‌ ‘ବଂଶୀ’ର ପରୀକ୍ଷଣ କରାଯାଇଛି। ଆଜି ମଧ୍ୟାହ୍ନରେ ୧୨ଟାରେ ୨ ନମ୍ୱର ଓ ସାଢ଼େ ଗୋଟାଏରେ ୩ ନମ୍ୱର ଲଞ୍ଚ ପ୍ୟାଡ଼୍‌ରୁ ଏହି ଡ୍ରୋନ୍‌ ଉତ୍‌କ୍ଷେପଣ କରାଯାଇଥିଲା। ବାୟୁସେନା ଓ ମେଗିଟ୍‌ ଡିଫେନ୍ସ ସିଷ୍ଟମ୍‌ର ଅଧିକାରୀମାନେ ଏହି ପରୀକ୍ଷଣ କରିଛନ୍ତି। ଏହି ଡ୍ରୋନ୍‌ ୩୫ରୁ ୧୮୫ କିଲୋ ଟନ୍‌ ଓଜନର ସାମଗ୍ରୀ ବହନ କରିବାର କ୍ଷମତା ରଖୁଛି। ଏହାଛଡ଼ା ଏହି ଡ୍ରୋନ୍‌ ୧ ଘଣ୍ଟାରୁ ୩ ଘଣ୍ଟା ପର୍ଯ୍ୟନ୍ତ ଉଡାଣ କରିପାରିବ। ‘ବଂଶୀ’ର ଲମ୍ୱ ୨.୯୫ ମିଟର ହୋଇଥିବା ବେଳେ ଏହାର ଡେଣା ୨.୩୪ ମିଟର ରହିଛି। ଏହି ଡ୍ରୋନ୍‌କୁ କଣ୍ଟ୍ରୋଲ ରୁମ୍‌ରୁ ରିମୋଟ୍‌ ମାଧ୍ୟମରେ ପରିଚାଳନା କରାଯାଇଥାଏ।

ଡ୍ରୋନ୍‌ରେ ଲାଗିଥିବା କ୍ୟାମେରା ସାହାଯ୍ୟରେ ଏହା କଣ୍ଟ୍ରୋଲ ରୁମକୁ ଉଡାଣ ସମୟରେ ଫଟୋ ଓ ଭିଡିଓ ପଠାଇଥାଏ। ସେହିପରି ଟାର୍ଗେଟ ଡ୍ରୋନ୍‌ ‘ବଂଶୀ’କୁ ମଧ୍ୟ ବୋମା ଡ୍ରପିଂ ପାଇଁ ବ୍ୟବହାର କରାଯାଇଥାଏ। ଇନ୍ଧନ ଶେଷ ହେଲେ ‘ବଂଶୀ’ରେ ଲାଗିଥିବା ଅଟୋମେଟିକ୍‌ ପାରାଚୁଟ୍‌ ମାଧ୍ୟମରେ ଏହାକୁ ଲ୍ୟାଣ୍ଡ କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos