ପାଇପ୍‌ରେ ଘରେ ପହଞ୍ଚିବ ଗ୍ୟାସ୍‌: ୨୦ରେ ଲୋକାର୍ପଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ରେ ପାଇପ ଯୋଗେ ଗ୍ୟାସ ସେବା ଯୋଜନାର ଶୁଭାରମ୍ଭ ହେବ। ଭୁବନେଶ୍ୱର ନାଲକୋ ନଗରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ପଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥିହେବ। ପ୍ରଥମ ପର୍ଯ୍ୟାୟରେ ନାଲକୋ ନଗରରେ ୨୫୫ଟି ପରିବାରକୁ ପାଇପ ଜରିଆରେ ରୋଷେଇ ପାଇଁ ଗ୍ୟାସ୍ ଯୋଗାଇ ଦିଆଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗେଲ୍‌ ପ୍ରକଳ୍ପ ନିର୍ଦ୍ଦେଶକ ଆଶୁତୋଷ କର୍ଣ୍ଣାଟକ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ପାଇପ ଯୋଗେ ଗ୍ୟାସ୍ ଯୋଗାଣ କରାଯିବ ପର୍ଯ୍ୟକ୍ରମେ ରାଜ୍ୟର ୧୩ଟି ଜିଲ୍ଲାକୁ ଏହି ଯୋଜନା ସଂପ୍ରସାରଣ ହେବ। ଜିଲ୍ଲା ଗୁଡିକ ହେଲା କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ଜଗତସିଂହପୁର। ଏଥିସହ ୪ଟି ସିଏନ୍‌ଜି ଷ୍ଟେସନ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି।