ଘୁଞ୍ଚିଲା ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା

ଭୁବନେଶ୍ୱର: ଘୁଞ୍ଚିଲା ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା। ପୂର୍ବରୁ ଜାନୁଆରୀ ୨୦ରୁ ୩୦ ତାରିଖ ମଧ୍ୟରେ ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବାକୁ ଘୋଷଣା କରାଯାଇଥିଲା। ତେବେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଏଥିରେ ସାମାନ୍ୟ ପରିର୍ତ୍ତନ କରାଯାଇଛି। ଜାନୁଆରୀ ୨୦ ପରିବର୍ତ୍ତେ ୨୭ ତାରିଖରୁ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହେବ। ଏହା ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ତେବେ ଥିଓରୀ ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ମାର୍ଚ୍ଚ ୨ ତାରିଖରୁ ହିଁ ଥିଓରୀ ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ପ୍ରତିଦିନ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ। ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ହେବ। ମାର୍ଚ୍ଚ ୧୮ରୁ ୨୯ ତାରିଖ ମଧ୍ୟରେ ଧନ୍ଦାମୂଳକ ପରୀକ୍ଷା କରାଯିବ।

ଚଳିତବର୍ଷ ବିଜ୍ଞାନ ଓ ବାଣିଜ୍ୟ ବିଷୟରେ ଇ-ମୂଲ୍ୟାୟନ କରାଯିବ। ତେବେ କଳା ବିଭାଗରେ ଇ-ମୂଲ୍ୟାୟନ ହେବ ନାହିଁ।