ବାହାରିଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ: ପାସ୍ ହାର ୭୦.୧୭%, କେତେ ଜଣ ଫାଷ୍ଟ୍ କ୍ଲାସ୍ ପାଇଛନ୍ତି ଜାଣିବା ପାଇଁ କ୍ଲିକ୍ କରନ୍ତୁ

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ। କଳାରେ ୭୦.୧୭% ପିଲା ପାସ୍ କରିଛନ୍ତି। କଳାରେ ଏଥର ୨,୪୨,୯୯୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧,୭୪,୨୩୭ ପିଲା ପାସ୍ କରିଛନ୍ତି। କଳାରେ ପାସ୍‌ କରିଥିବା ପିଲାଙ୍କ ମଧ୍ୟରୁ ୧୯,୦୨୪ ଜଣ ପ୍ରଥମ ଶ୍ରେଣୀ ପାଇଛନ୍ତି। ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି ୨୯,୧୬୦। ସେହିପରି ୧,୨୫,୫୬୨ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ପୁରୀ ଜିଲ୍ଲାରେ କଳାରେ […]

chse

chse

Rakesh Mallick
  • Published: Wednesday, 31 May 2017
  • Updated: 31 May 2017, 11:35 AM IST

Sports

Latest News

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ। କଳାରେ ୭୦.୧୭% ପିଲା ପାସ୍ କରିଛନ୍ତି।

କଳାରେ ଏଥର ୨,୪୨,୯୯୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧,୭୪,୨୩୭ ପିଲା ପାସ୍ କରିଛନ୍ତି।

କଳାରେ ପାସ୍‌ କରିଥିବା ପିଲାଙ୍କ ମଧ୍ୟରୁ ୧୯,୦୨୪ ଜଣ ପ୍ରଥମ ଶ୍ରେଣୀ ପାଇଛନ୍ତି। ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି ୨୯,୧୬୦। ସେହିପରି ୧,୨୫,୫୬୨ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି।

ପୁରୀ ଜିଲ୍ଲାରେ କଳାରେ ପାସ୍‌ ହାର ସର୍ବାଧିକ ରହିଛି। ଏଠାରେ ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୨.୭୮% ଜଣ ପାସ୍ କରିଛନ୍ତି। ସେହିପରି କୋରାପୁଟରେ ପାସ୍ ହାର ସର୍ବନିମ୍ନ ରହିଛି। ଏଠାରେ ମାତ୍ର ୪୮.୦୮% ପିଲା ପାସ୍ କରିଛନ୍ତି।

WWW.CHSEODISHA.NIC.IN ଏବଂ WWW. ORISSARESULTS.NIC.IN ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos