ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି। କଳାରେ ପାସ୍ ହାର ୭୧.୫୫ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ୍ ହାର ୭୦.୩୯ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ପାସ୍ ହାର ୫୭.୬୭% ରହିଛି। ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଫଳାଫଳ ଘୋଷଣା କରିଥିଲେ। ତାଙ୍କ ସହିତ ଉଚ୍ଚ ଶିକ୍ଷା ସଚିବ ଜି.ଭି.ଭି ଶର୍ମା, ପରିଷଦର […]

pradeep

pradeep

Rakesh Mallick
  • Published: Wednesday, 01 June 2016
  • Updated: 01 June 2016, 02:13 PM IST

Sports

Latest News

pradeepଭୁବନେଶ୍ୱର: ଆଜି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି। କଳାରେ ପାସ୍ ହାର ୭୧.୫୫ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ୍ ହାର ୭୦.୩୯ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ପାସ୍ ହାର ୫୭.୬୭% ରହିଛି।

ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଫଳାଫଳ ଘୋଷଣା କରିଥିଲେ। ତାଙ୍କ ସହିତ ଉଚ୍ଚ ଶିକ୍ଷା ସଚିବ ଜି.ଭି.ଭି ଶର୍ମା, ପରିଷଦର ଅଧ୍ୟକ୍ଷ ବାସୁଦେବ ଛାଟୋଇ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

କଳାରେ ଏଥର ୨,୪୨,୯୯୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧,୭୩,୮୭୧ ଜଣ ପାସ୍ କରିଥିବା ବେଳେ ୧୮,୦୩୬ ଜଣ ପ୍ରଥମ ଶ୍ରେଣୀ ହାସଲ କରିଛନ୍ତି। ୨୮,୨୬୨ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଥିବା ବେଳେ ୧,୨୭,୪୦୧ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି।

କଳାରେ ମାତ୍ର ଜଣେ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ୨୫୨ ଜଣ ପରୀକ୍ଷାର୍ଥୀ ୮୦ ବା ତା’ଠାରୁ ଅଧିକ ପ୍ରତିଶତ ନମ୍ବର ରଖିଥିବା ବେଳେ ୪,୨୦୦ ଜଣ ଛାତ୍ରଛାତ୍ରୀ ୭୦ ପ୍ରତିଶତ ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି।

କଳାରେ ବରଗଡ଼ ଜିଲ୍ଲାରେ ପାସ୍ ହାର ସର୍ବାଧିକ ୮୪.୧୧ ପ୍ରତିଶତ ରହିଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ ୫୫.୪୯ ପ୍ରତିଶତ ରହିଛି।

ଗତବର୍ଷ ଅପେକ୍ଷା କଳାରେ ପାସ୍‌ହାର କମିଛି। ଗତବର୍ଷ କଳାରେ ପାସ୍‌ ହାର ୭୬.୩୧ ପ୍ରତିଶତ ଥିଲା। ଚଳିତବର୍ଷ ଏହା ୪.୭୬ ପ୍ରତିଶତ କମିଯାଇଛି।

ବାଣିଜ୍ୟରେ ଏଥର ମୋଟ ୩୧,୭୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୨,୩୨୦ ଜଣ ପାସ୍ କରିଥିବା ବେଳେ ୪,୦୪୪ ଜଣ ପ୍ରଥମ ଶ୍ରେଣୀ ହାସଲ କରିଛନ୍ତି। ୩,୧୪୭ ଜଣ ଦ୍ୱିତୀୟ ଶ୍ରେଣୀ ପାଇଥିବା ବେଳେ ୧୫,୧୨୩ ତୃତୀୟ ଶ୍ରେଣୀ ପାଇଛନ୍ତି।

ବାଣିଜ୍ୟରେ ୬ ଜଣ ପିଲା ୯୦ ପ୍ରତିଶତ ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି। ସେହିପରି ୪୦୭ ଛାତ୍ରଛାତ୍ରୀ ୮୦ ପ୍ରତିଶତ ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି। ୧,୭୩୪ ଛାତ୍ରଛାତ୍ରୀ ୭୦ ପ୍ରତିଶତ ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି।

ବାଣିଜ୍ୟରେ ନୟାଗଡ଼ରେ ପାସ୍ ହାର ସର୍ବାଧିକ ୯୨.୬୧ ପ୍ରତିଶତ ରହିଥିବା ବେଳେ ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୩୬.୦୫ ପ୍ରତିଶତ ପିଲା ପାସ୍ କରିଛନ୍ତି।

ଧନ୍ଦାମୂଳକ ଶିକ୍ଷାରେ ମୋଟ ୯,୮୯୦ ଜଣ ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେଇଥିବା ବେଳେ ୫,୭୦୪ ଜଣ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୮,୨୧୬ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୨,୩୦୩ ଦ୍ୱିତୀୟ ଓ ୧,୮୯୨ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି।

ଏହି ବର୍ଗରେ ଜଣେ ବି ଛାତ୍ରଛାତ୍ରୀ ୯୦ ପ୍ରତିଶତ ନମ୍ବର ରଖି ନାହାନ୍ତି। ୨୦ ଜଣ ୮୦ ପ୍ରତିଶତ ବା ତା’ଠାରୁ ଅଧିକ ନମ୍ବର ରଖିଥିବା ବେଳେ ୨୫୬ ଜଣ ୭୦ ପ୍ରତିଶତ ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି।

ଧନ୍ଦାମୂଳକ ଶିକ୍ଷାରେ ବୌଦ୍ଧ ଜିଲ୍ଲାର ପାସ୍ ହାର ସର୍ବାଧିକ ୮୪.୪୧ ପ୍ରତିଶତ ରହିଛି। ରାୟଗଡ଼ାରେ ପାସ୍ ହାର ସର୍ବନିମ୍ନ ୧୭.୧୭ ପ୍ରତିଶତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos