ଯୁକ୍ତ ଦୁଇ ମୂଲ୍ୟାୟନ ସମୟସୀମା ମଧ୍ୟରେ ସାରିବା ପାଇଁ ବିକଳ୍ପ ଯୋଜନା କଲା ପରିଷଦ

ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ସବୁ ଖାତା ମୂଲ୍ୟାୟନ ଶେଷ ହେବା ପର୍ଯ୍ୟନ୍ତ ଚାଲିବ। ଇ-ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ଦୁଇଟି ସିଫ୍ଟରେ ଖାତା ଦେଖାଯିବ। ପ୍ରଥମ ସିଫ୍ଟରେ ପ୍ରଥମ ପର୍ଯ୍ୟାୟର ବଳକା ଖାତା ମୂଲ୍ୟାୟନ ହେବ। ଦ୍ୱିତୀୟ ସିଫ୍ଟରେ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ହେବ।  ବେସରକାରୀ କଲେଜର ଅଧ୍ୟାପକମାନେ ଖାତା ଦେଖିବାକୁ ଆସୁ ନ ଥିବାରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ସ୍ୱାଭାବିକ ହୋଇପାରି ନ ଥିବା ବେଳେ ଆସନ୍ତା ୧୮ […]

chse

chse

Rakesh Mallick
  • Published: Saturday, 16 April 2016
  • Updated: 16 April 2016, 04:51 PM IST

Sports

Latest News

chseଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ସବୁ ଖାତା ମୂଲ୍ୟାୟନ ଶେଷ ହେବା ପର୍ଯ୍ୟନ୍ତ ଚାଲିବ। ଇ-ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ଦୁଇଟି ସିଫ୍ଟରେ ଖାତା ଦେଖାଯିବ। ପ୍ରଥମ ସିଫ୍ଟରେ ପ୍ରଥମ ପର୍ଯ୍ୟାୟର ବଳକା ଖାତା ମୂଲ୍ୟାୟନ ହେବ। ଦ୍ୱିତୀୟ ସିଫ୍ଟରେ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ହେବ।  ବେସରକାରୀ କଲେଜର ଅଧ୍ୟାପକମାନେ ଖାତା ଦେଖିବାକୁ ଆସୁ ନ ଥିବାରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ସ୍ୱାଭାବିକ ହୋଇପାରି ନ ଥିବା ବେଳେ ଆସନ୍ତା ୧୮ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଆରମ୍ଭ ହେଉଥିବା ଯୋଗୁଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ଏହା ସତ୍ତ୍ୱେ ଠିକ୍‌ ସମୟରେ ଖାତା ଦେଖା ସରିବା ନେଇ ଆଶଙ୍କା ପ୍ରକାଶ କରିଛି ପରିଷଦ।

ଆଜି ମୂଲ୍ୟାୟନ ଜୋନ୍‌ର ସୁପରଭାଇଜରମାନଙ୍କୁ ପରିଷଦ ପକ୍ଷରୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି,“ଆପଣମାନେ ଜାଣିଛନ୍ତି ଏପ୍ରିଲ୍ ୧୮ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଆରମ୍ଭ ହେବାକୁ ଯାଉଛି। ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଶେଷ ହୋଇପାରି ନାହିଁ। ଏହା ପଛରେ ରହିଥିବା କାରଣ ଆମ ନିୟନ୍ତ୍ରଣ ବାହାରେ। ତେଣୁ ବର୍ତ୍ତମାନ ଏହି ନିଷ୍ପତ୍ତି ନିଆଯାଇଛି ଯେ ସବୁ ଖାତାର ମୂଲ୍ୟାୟନ ଶେଷ ହେବା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଜାରି ରହିବ। କୌଣସି ପରିସ୍ଥିତିରେ ବି ପ୍ରଥମ ପର୍ଯ୍ୟାୟର ସମସ୍ତ ଖାତା ମୂଲ୍ୟାୟନ ହେବା ପୂର୍ବରୁ କୌଣସି ଅଧ୍ୟାପକଙ୍କୁ ଦାୟିତ୍ୱ ମୁକ୍ତ କରାଯାଇପାରିବ ନାହିଁ। ବର୍ତ୍ତମାନର ପରିସ୍ଥିତିକୁ ଦେଖି ପ୍ରତିଦିନ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଜାରି ରହିବ। ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଅପରାହ୍ନ ୧୨ଟା ୩୦ରୁ ଆରମ୍ଭ କରାଯାଇ ଅପରାହ୍ନ ସାଢ଼େ ୫ଟା ପର୍ଯ୍ୟନ୍ତ ଚାଲିବ। ଯେଉଁ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ମାନୁଏଲ୍ ମୂଲ୍ୟାୟନ ହେଉଛି ସେଠାରେ ଦୁଇଟି ଯାକ ପର୍ଯ୍ୟାୟରେ ସମାନ୍ତରାଳ ଭାବେ ଖାତା ଦେଖିବା ପାଇଁ ଅତିରିକ୍ତ ପ୍ରକୋଷ୍ଠ ଯୋଗାଇ ଦିଆଯାଇପାରିବ।”

ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ବାସୁଦେବ ଛାଟୋଇ କହିଛନ୍ତି,“ଇ-ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ସୀମିତ ପରିମାଣର କଂପ୍ୟୁଟର ଥିବାରୁ ଦୁଇଟି ସିଫ୍ଟରେ ଖାତା ଦେଖା ହେବ। ପ୍ରଥମ ପର୍ଯ୍ୟାୟର ବଳକା ଖାତାଗୁଡ଼ିକୁ ପ୍ରଥମ ସିଫ୍ଟରେ ଅର୍ଥାତ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଦେଖିବାକୁ କୁହାଯାଇଛି। ଏହା ପରେ ଦ୍ୱିତୀୟ ସିଫ୍ଟରେ ଅପରାହ୍ନ ସାଢ଼େ ୧୨ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଖାତା ମୂଲ୍ୟାୟନ କରାଯିବ। କିନ୍ତୁ ଯେଉଁଠି ମାନୁଏଲ୍ ମୂଲ୍ୟାଙ୍କନ ଚାଲିଛି ସେଠାରେ କିଛି ଅସୁବିଧା ହେବ ନାହିଁ। ଅଧିକ ଗୋଟିଏ ପ୍ରକୋଷ୍ଠ ଯୋଗାଇ ଦେଲେ ପ୍ରଥମ ପର୍ଯ୍ୟାୟର ବଳକା ଖାତା ଦେଖା ଚାଲିବ ତା’ ସହିତ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ବି ଚାଲିବ।”

ସେ କହିଛନ୍ତି,“ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବିଳମ୍ବ ଆମକୁ ଏତେ ପ୍ରଭାବିତ କରିବ ନାହିଁ। କାରଣ ଏଥିପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଏ ସ୍ଥିତି ଜାରି ରହିଲେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଖାତା ଦେଖା ସରିବା ନେଇ ଆଶଙ୍କା ରହିଛି। ତେବେ ଖାତା ଦେଖାରେ ସହଯୋଗ କରିବା ପାଇଁ ଆମେ ଅଧ୍ୟାପକମାନଙ୍କୁ ଅନୁରୋଧ କରୁଛୁ।”

ସୂଚନାଯୋଗ୍ୟ, ବିଜ୍ଞାନ ଓ ବାଣିଜ୍ୟ ଖାତାଗୁଡ଼ିକର ଇ-ମୂଲ୍ୟାୟନ ଚାଲିଥିବା ବେଳେ କଳା ବିଭାଗର ଖାତାଗୁଡ଼ିକର ମାନୁଏଲ ମୂଲ୍ୟାୟନ କରାଯାଉଛି। ତେବେ ଯେଉଁ ବିଷୟଗୁଡ଼ିକର ଉଭୟ ବିଜ୍ଞାନ ଓ କଳା ସହିତ ସଂପର୍କ ଅଛି ସେଗୁଡ଼ିକର ବି ଇ-ମୂଲ୍ୟାୟନ କରାଯାଉଛି।

ସରକାରଙ୍କ କାର୍ଯ୍ୟକ୍ରମ ଅନୁଯାୟୀ ଏପ୍ରିଲ୍ ୪ରୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ହୋଇଥାଆନ୍ତା। ସେହିପରି ଏପ୍ରିଲ୍ ୧୮ରୁ ଏପ୍ରିଲ୍ ୨୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ହୋଇଥାଆନ୍ତା। ତେବେ ୬୬୨ ଓ ୪୮୮ ବର୍ଗ କଲେଜ ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ ଖାତା ଦେଖାରେ ବାଧା ଉପୁଜିଥିଲା। ୧୦ ତାରିଖଠାରୁ ଆନ୍ଦୋଳନରତ ଅଧ୍ୟାପକମାନେ ଖାତା ଦେଖାରେ ସାମିଲ ହୋଇଥିଲେ। ତେବେ ଅନେକ ଦିନେ ଦୁଇ ଦିନ ଖାତା ଦେଖିବାକୁ ଆସିଥିଲେ ଓ ତା’ପରେ ଆସି ନ ଥିଲେ। ଆଉ ଅନେକ ଅଧ୍ୟାପକ ଆଦୌ ଖାତା ଦେଖିବାକୁ ଆସି ନାହାନ୍ତି। ତେଣୁ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ବିଳମ୍ବ ହୋଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖାକୁ ଏପ୍ରିଲ୍ ୨୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚା ଯାଇଛି।

ଅନ୍ୟପକ୍ଷରେ ଖାତା ମୂଲ୍ୟାୟନରେ ସହଯୋଗ କରି ନ ଥିବା ଅଧ୍ୟାପକମାନଙ୍କର ତାଲିକା ପ୍ରସ୍ତୁତ କରି ସରକାରଙ୍କୁ ଦିଆଯିବ ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସୁପାରିଶ କରାଯିବ ବୋଲି ଗତକାଲି ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ବାସୁଦେବ ଛାଟୋଇ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story