ବେସରକାରୀ ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ ଯୁକ୍ତ ଦୁଇ ଖାତା ଦେଖାରେ ବାଧା

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିବା ବେଳେ ଉଭୟ ୬୬୨ ଓ ୪୮୮ ବର୍ଗ ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ ଏହା ପ୍ରଭାବିତ ହୋଇଛି। ଭୁବନେଶ୍ୱର ସମେତ ପ୍ରାୟ ସବୁ ଜୋନ୍‌ରେ ଖାତା ଦେଖା ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) କର୍ତ୍ତୃପକ୍ଷ ଆସନ୍ତାକାଲି ପରୀକ୍ଷା ପରିଚାଳନା ବୋର୍ଡର ଏକ ବୈଠକ ଡାକିଛନ୍ତି। ବୈଠକରେ ଖାତା ଦେଖା ନେଇ ବିକଳ୍ପ ବ୍ୟବସ୍ଥା ସଂପର୍କରେ ଆଲୋଚନା […]

plus-two-evaluation

plus-two-evaluation

Rakesh Mallick
  • Published: Monday, 04 April 2016
  • Updated: 04 April 2016, 04:35 PM IST

Sports

Latest News

plus-two-evaluationଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିବା ବେଳେ ଉଭୟ ୬୬୨ ଓ ୪୮୮ ବର୍ଗ ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ ଏହା ପ୍ରଭାବିତ ହୋଇଛି। ଭୁବନେଶ୍ୱର ସମେତ ପ୍ରାୟ ସବୁ ଜୋନ୍‌ରେ ଖାତା ଦେଖା ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) କର୍ତ୍ତୃପକ୍ଷ ଆସନ୍ତାକାଲି ପରୀକ୍ଷା ପରିଚାଳନା ବୋର୍ଡର ଏକ ବୈଠକ ଡାକିଛନ୍ତି। ବୈଠକରେ ଖାତା ଦେଖା ନେଇ ବିକଳ୍ପ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯିବ। ତା’ସହିତ ଆନ୍ଦୋଳନରତ ଅଧ୍ୟାପକଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ ସଂପର୍କରେ ମଧ୍ୟ ଆଲୋଚନା କରାଯିବ। ଆନ୍ଦୋଳନରତ ଅଧ୍ୟାପକମାନେ ସେମାନଙ୍କ ଜିଦ୍‌ରେ ଅଟଳ ଥିବା ବେଳେ ଅବସରପ୍ରାପ୍ତ ଅଧ୍ୟାପକମାନଙ୍କୁ ଖାତା ମୂଲ୍ୟାୟନରେ ନିୟୋଜିତ କରିବାକୁ କାଉନ୍‌ସିଲ୍ ଯୋଜନା ରଖିଛି।

୪୮୮ ବର୍ଗ ଅଧ୍ୟାପକ ସଂଘ ସଭାପତି ପବିତ୍ର ମହାଲା କହିଛନ୍ତି, ଆମକୁ ଧମକ ଦେଲେ ଆଉ କିଛି ଲାଭ ହେବ ନାହିଁ। ଆମେ ଚାହୁଁଛୁ ଆମ ଦାବି ପୂରଣ ପାଇଁ ପଦକ୍ଷେପ ନିଆଯାଉ। ଯେଉଁ ବିକଳ୍ପ ଚିନ୍ତା କରୁଛନ୍ତି ତାହାର ବାସ୍ତବତା କେତେ ସେମାନେ ଜାଣିଥିବେ।”

୬୨୨ ବର୍ଗ ଅଧ୍ୟାପକ ସଂଘ ସଭାପତି ଗୋଲକ ନାୟକ କହିଛନ୍ତି, “ରାଜ୍ୟ ସରକାରଙ୍କ ସମାଧାନ କରିବାକୁ ଚାହୁଁଥାନ୍ତେ ତେବେ ମୂଲ୍ୟାଙ୍କନକୁ ୨ଦିନ ଘୁଞ୍ଚାଇ ଦିଆଯାଇ ପାରିଥାନ୍ତା। ଓଲଟି ଧମକାଉଛନ୍ତି, ଚାକିରିରୁ ନିଲମ୍ବନ କରିବେ ବୋଲି। ଯାହାର ଚାକିରି ଥାଏ, ସର୍ତ୍ତାବଳି ଥାଏ, ସେମାନଙ୍କୁ ନିଲମ୍ବନ କରାଯାଇ ଥାଏ। ଆମ ପାଖରେ କିଛି ନାହିଁ। ଆମେ ମୁଣ୍ଡାମୁଣ୍ଡି ଦରମା ପାଉଛୁ।”

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ବାସୁଦେବ ଛାଟୋଇ କହିଛନ୍ତି,“ଖାତା ଦେଖାରେ ସାମିଲ ହେବା ପାଇଁ ମୁଁ ପୁଣି ଥରେ ଆନ୍ଦୋଳନରତ ଶିକ୍ଷକଙ୍କୁ ଅନୁରୋଧ କରୁଛି। ନ ହେଲେ ଆମେ ବିକଳ୍ପ ବ୍ୟବସ୍ଥା କରିବାକୁ ବାଧ୍ୟ ହେବୁ। ଏହା ଦ୍ୱାରା ଶିକ୍ଷକ ସମାଜ ପ୍ରଭାବିତ ହେବ।”

ସେ ଆହୁରି ମଧ୍ୟ କହିଛନ୍ତି,“ଯେଉଁ ଶିକ୍ଷକମାନେ ଖାତା ଦେଖାରେ ସାମିଲ ହେଉ ନାହାନ୍ତି ଅବା ଖାତା ଦେଖିବାକୁ ଆସୁଥିବା ଶିକ୍ଷକଙ୍କୁ ବାଧା ଦେଉଛନ୍ତି, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଅଧ୍ୟାପକମାନେ ଖାତା ଦେଖିବେ ନାହିଁ ବୋଲି ପୂର୍ବରୁ ଧମକ ଦେଇଥିବା ବେଳେ ବିକଳ୍ପ ବ୍ୟବସ୍ଥା କରିବାରେ ପରିଷଦ ବିଳମ୍ବ କରି ନାହିଁ କି ବୋଲି ପଚାରିବାରେ ଛାଟୋଇ କହିଥିଲେ ଯେ ଶିକ୍ଷକମାନେ ଖାତା ଦେଖିବେ ବୋଲି ତାଙ୍କର ବିଶ୍ୱାସ ଥିଲା।

ଆଜି ଭୁବନେଶ୍ୱରରେ ମାତ୍ର ୨୦ ପ୍ରତିଶତ ଅଧ୍ୟାପକ ଓ ଅଧ୍ୟାପିକା ଖାତା ଦେଖାରେ ସାମିଲ ହୋଇଛନ୍ତି। ୬୬୨ ଓ ୪୮୮ ବର୍ଗ କଲେଜର କୌଣସି ଅଧ୍ୟାପକ ଓ ଅଧ୍ୟାପିକା ଏଥିରେ ସାମିଲ ହୋଇ ନାହାନ୍ତି। ଓଲଟି ଏହି ଦୁଇ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଖାତା ଦେଖା କେନ୍ଦ୍ର ନିକଟରେ ଧାରଣା ଦେବା ସହିତ ଖାତା ଦେଖିବାକୁ ଆସୁଥିବା ଶିକ୍ଷକମାନଙ୍କୁ ଏଥିରୁ ନିବୃତ ରହିବାକୁ କହୁଥିବା ଦେଖିବାକୁ ମିଳିଥିଲା।

ଅଧ୍ୟାପକମାନଙ୍କ ଅସହଯୋଗ ଯୋଗୁଁ ସିଏଚ୍‌ଏସ୍‌ଇର ବାରିପଦା ଜୋନ୍‌ର ଚାରୋଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକର ସମସ୍ତ ୨୨ଟି ଯାକ ଖାତା ଦେଖା କେନ୍ଦ୍ରରେ ଆଜି ଅପରାହ୍ନ ପର୍ଯ୍ୟନ୍ତ ଖାତା ଦେଖା ଆରମ୍ଭ ହୋଇପାରି ନ ଥିଲା। ମୟୂରଭଞ୍ଜ ଜିଲ୍ଲାର ଏମ୍‌ପିସି ସ୍ୱୟଂଶାସିତ କଲେଜ ସହିତ କରଞ୍ଜିଆ, ଉଦଳା ଓ ରାଇରଙ୍ଗପୁରରେ ଥିବା କଲେଜଗୁଡ଼ିକର ଫାଟକ ସମ୍ମୁଖରେ ଉଭୟ ୬୬୨ ଓ ୪୮୮ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ପିକେଟିଂ କରିବା ସହିତ ଖାତା ଦେଖିବା ପାଇଁ କାହାରିକୁ ଭିତରକୁ ଛାଡ଼ି ନ ଥିଲେ।

ସିଏଚ୍‌ଏସ୍‌ଇର ବାରିପଦା ଜୋନ୍ ଉପସଚିବ ହେମନ୍ତ କୁମାର ଘଡ଼େଇ କହିଛନ୍ତି,“ଆମ ଜୋନ୍‌ର ସମସ୍ତ ଖାତା ଦେଖା ସେଣ୍ଟରଗୁଡ଼ିକ ସମ୍ମୁଖରେ ଅଧ୍ୟାପକମାନେ ଆନ୍ଦୋଳନରେ ବସିଛନ୍ତି। ସେମାନେ କାହାରିକୁ ଭିତରକୁ ଛାଡ଼ି ଦେଉ ନାହାନ୍ତି। ଆଜିଠୁ ସରକାରୀ କଲେଜ ଅଧ୍ୟାପକମାନେ ମଧ୍ୟ ଖାତା ଦେଖିବା କଥା। ତେବେ ଆନ୍ଦୋଳନ ଯୋଗୁଁ ସେମାନେ ବି ଖାତା ଦେଖା କେନ୍ଦ୍ରକୁ ଯାଇପାରୁ ନାହାନ୍ତି। ପୂରା ବାରିପଦା ଜୋନ୍‌ରେ ଖାତା ଦେଖା ପ୍ରଭାବିତ ହୋଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ।”

ସମ୍ବଲପୁର ଜୋନ୍‌ ଅଧୀନରେ ଆସୁଥିବା ବଲାଙ୍ଗିରର ରାଜେନ୍ଦ୍ର କଲେଜ୍‌ରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ଏଠାରେ ଖାତା ଦେଖା ପାଇଁ କଲେଜ କର୍ତ୍ତୃପକ୍ଷ ସମସ୍ତ ବ୍ୟବସ୍ଥା କରି ଥିଲେ। ତେବେ ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ ଖାତା ଦେଖା ହୋଇପାରିନି। ଉଭୟ ୬୬୨ ବର୍ଗ ଓ ୪୮୮ ବର୍ଗର ଅଧ୍ୟାପକମାନେ ବ୍ୟାନର ଲଗାଇ କଲେଜ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ।

ଏଠାରେ ଆନ୍ଦୋଳନରେ ସାମିଲ ଅଧ୍ୟାପକ କାର୍ତ୍ତିକେଶ୍ୱର ଷଡ଼ଙ୍ଗୀ କହିଛନ୍ତି,“ବାଉନ ଦିନ ହେଲାଣି ଆମେ ଆନ୍ଦୋଳନ କଲୁଣି, କିନ୍ତୁ ସରକାର କର୍ଣ୍ଣପାତ କରୁ ନାହାନ୍ତି। ଏଣୁ ଆମେ ଖାତା ଦେଖାକୁ ସଂପୂର୍ଣ୍ଣ ବର୍ଜନ କରିଛୁ। ପିଲାଙ୍କୁ ହଇରାଣ କରିବା ଆମର ଉଦ୍ଦେଶ୍ୟ ନୁହେଁ। ସତେଇଶ ଅଠେଇଶ ବର୍ଷ ହେଲାଣି ଆମେ ଭୋକିଲା ପେଟରେ କାମ କରୁଛୁ। ସରକାର ସବୁ ବେଳେ ଆମକୁ ଠକି ଚାଲିଛନ୍ତି। ଦାବି ପୂରଣ କରିବା ପାଇଁ କହିଲେ ଧମକ ବି ଦେଉଛନ୍ତି। ସରକାର ଏସମା ଲାଗୁ କଲେ ବି ଆମର କିଛି କ୍ଷତି ହେବାର ନାହିଁ।”

ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ଓ ପୂର୍ଣ୍ଣ ଅନୁଦାନ ଦାବିରେ ୬୬୨ ଓ ୪୮୮ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଆନ୍ଦୋଳନ କରୁଛନ୍ତି। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହିତ ସେମାନଙ୍କର ଆଲୋଚନା ହୋଇଥିଲେ ହେଁ ତାହା ବିଫଳ ହୋଇଥିଲା। ଖାତା ନ ଦେଖିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରେ ଚେତାବନୀ ଦିଆଯାଇଥିଲେ ସୁଦ୍ଧା ଅଧ୍ୟାପକମାନେ ଏହାକୁ ଖାତିର କରି ନାହାନ୍ତି। ଗତକାଲି ଉଭୟ ସଂଘ ପକ୍ଷରୁ କୁହାଯାଇଥିଲେ ଯେ ସେମାନେ ସରକାରଙ୍କ ଧମକରେ ଡରି ଯିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story