ଖାତା ଦେଖିବାକୁ ଆସୁ ନାହାନ୍ତି ଅଧ୍ୟାପକ, ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ଗୁରୁତର ଭାବେ ପ୍ରଭାବିତ

ଭୁବନେଶ୍ୱର: କେତେକ ବେସରକାରୀ କଲେଜ ଅଧ୍ୟାପକ ଖାତା ଦେଖିବାକୁ ଆସୁ ନ ଥିବାରୁ ପୁଣି ଥରେ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଆଜି ସମସ୍ତ ମୂଲ୍ୟାୟନ ଜୋନ୍‌ର ସୁପରଭାଇଜର୍‌ମାନଙ୍କ ପାଖକୁ ଲେଖାଯାଇଥିବା ଚିଠିରୁ ଏହା ଜଣାପଡ଼ିଛି। ଚିଠିରେ ଲେଖାଯାଇଛି,“କାଉନ୍‌ସିଲ୍‌ ଜାଣିବାକୁ ପାଇଛନ୍ତି ଯେ କେତେକ ଅଧ୍ୟାପକ ଖାତା ଦେଖିବା ପାଇଁ ମୂଲ୍ୟାୟନ କେନ୍ଦ୍ର (ଇ-ମୂଲ୍ୟାୟନ ସମେତ) ଗୁଡ଼ିକୁ ଆସୁ ନାହାନ୍ତି। ଫଳରେ […]

plus-two-exam

plus-two-exam

Rakesh Mallick
  • Published: Friday, 15 April 2016
  • Updated: 15 April 2016, 01:52 PM IST

Sports

Latest News

plus-two-examଭୁବନେଶ୍ୱର: କେତେକ ବେସରକାରୀ କଲେଜ ଅଧ୍ୟାପକ ଖାତା ଦେଖିବାକୁ ଆସୁ ନ ଥିବାରୁ ପୁଣି ଥରେ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଆଜି ସମସ୍ତ ମୂଲ୍ୟାୟନ ଜୋନ୍‌ର ସୁପରଭାଇଜର୍‌ମାନଙ୍କ ପାଖକୁ ଲେଖାଯାଇଥିବା ଚିଠିରୁ ଏହା ଜଣାପଡ଼ିଛି।

ଚିଠିରେ ଲେଖାଯାଇଛି,“କାଉନ୍‌ସିଲ୍‌ ଜାଣିବାକୁ ପାଇଛନ୍ତି ଯେ କେତେକ ଅଧ୍ୟାପକ ଖାତା ଦେଖିବା ପାଇଁ ମୂଲ୍ୟାୟନ କେନ୍ଦ୍ର (ଇ-ମୂଲ୍ୟାୟନ ସମେତ) ଗୁଡ଼ିକୁ ଆସୁ ନାହାନ୍ତି। ଫଳରେ ଖାତା ଦେଖା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଯେଉଁ ଅଧ୍ୟାପକମାନେ ଖାତା ମୂଲ୍ୟାଙ୍କନ କରିବାକୁ ଆସୁନାହାନ୍ତି ସେମାନଙ୍କ ନାମ ଓ ଯଦି ସମ୍ଭବ ଖାତା ଦେଖିବାକୁ ନ ଆସିବାର କାରଣ ସଂପର୍କରେ ରିପୋର୍ଟ ଦାଖଲ କରିବାକୁ ସମସ୍ତ ଜୋନ୍ ସୁପରଭାଇଜର୍‌ମାନଙ୍କୁ ଅନୁରୋଧ କରାଯାଉଛି। ଏହି ଅଧ୍ୟାପକମାନଙ୍କ ନାମ ସରକାରଙ୍କୁ ଦିଆଯିବ।”

ସେହିପରି ଯେଉଁ ଅଧ୍ୟାପକମାନେ ପ୍ରାରମ୍ଭରେ ଖାତା ଦେଖିବାକୁ ଆସିଥିଲେ କିନ୍ତୁ ତା’ପରେ ଆଉ ଆସୁ ନାହାନ୍ତି ସେମାନଙ୍କ ନାମକୁ ପୃଥକ ଏକ ତାଲିକାରେ ଦେବାକୁ ସମସ୍ତ ମୂଲ୍ୟାଙ୍କନ ଜୋନ୍‌ର ସୁପରଭାଇଜରମାନଙ୍କୁ ଏହି ଚିଠିରେ କୁହାଯାଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ବାସୁଦେବ ଛାଟୋଇ କହିଛନ୍ତି,“ଆମେ ଯେଉଁ ଭଳି ଭାବେ ଖାତା ଦେଖା ସାରିବୁ ବୋଲି ଭାବିଥିଲୁ ସେମିତି ହୋଇନାହିଁ। ତେଣୁ ଆମେ ବାଧ୍ୟ ହୋଇ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖାକୁ ଆଉ ଦୁଇ ଦିନ ଘୁଞ୍ଚାଇଛୁ। କିନ୍ତୁ ଦେଖାଯାଇଛି କେତେକ ଅଧ୍ୟାପକ ଖାତା ଦେଖିବା ପାଇଁ ଆସୁ ନାହାନ୍ତି। ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ଦେବାକୁ ଆମେ ସମସ୍ତ ମୂଲ୍ୟାଙ୍କନ ଜୋନ୍‌ ସୁପରଭାଇଜର୍‌ମାନଙ୍କୁ ଚିଠି କରିଛୁ। ତାଲିକା ପାଇବା ପରେ ଆମେ ଉକ୍ତ ଅଧ୍ୟାପକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ସୁପାରିଶ କରିବୁ। କାରଣ ଯେଉଁ ଅଧ୍ୟାପକମାନେ ଖାତା ଦେଖିବାକୁ ଆସୁ ନାହାନ୍ତି ସେମାନେ ଛାତ୍ରଛାତ୍ରୀଙ୍କ ଭାଗ୍ୟ ସହିତ ଖେଳୁଛନ୍ତି।”

କାଉନ୍‌ସିଲ୍‌ର କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ୍ ୪ରୁ ଆରମ୍ଭ ହୋଇ ଏପ୍ରିଲ୍ ୧୩ରେ ସରିବା କଥା। କିନ୍ତୁ ବ୍ଲକ୍ ଗ୍ରାଣ୍ଟ୍ ଉଚ୍ଛେଦ ଓ ପୂର୍ଣ୍ଣ ଅନୁଦାନ ଦାବିରେ ୬୬୨ ଓ ୪୮୮ ବର୍ଗ କଲେଜ ଅଧ୍ୟାପକମାନେ ଆନ୍ଦୋଳନରେ ବସିବାରୁ ୬ ଦିନ ଧରି ଖାତା ଦେଖା ଆରମ୍ଭ ହୋଇପାରି ନ ଥିଲା। ତେବେ ସେମାନଙ୍କ ଦାବି ନେଇ ଆଲୋଚନା କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେବା ପରେ ଅଧ୍ୟାପକମାନେ ଆନ୍ଦୋଳନକୁ ସ୍ଥଗିତ ରଖି ଏପ୍ରିଲ୍ ୧୦ ତାରିଖରୁ ଖାତା ଦେଖାରେ ସାମିଲ ହୋଇଥିଲେ। ତେବେ କେତେକ ଅଧ୍ୟାପକ ଦିନେ ଦୁଇ ଦିନ ଖାତା ଦେଖି ଆଉ ମୂଲ୍ୟାଙ୍କନ କେନ୍ଦ୍ରକୁ ଆସି ନ ଥିବା ଜଣାପଡ଼ିଛି। ସେହିପରି ଆଉ କେତେକ ଅଧ୍ୟାପକ ଆଦୌ ଖାତା ଦେଖିବାକୁ ଆସି ନାହାନ୍ତି। ଅଧ୍ୟାପକମାନଙ୍କ ଏପ୍ରକାର ଅସହଯୋଗ ଯୋଗୁଁ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ସରି ପାରିନାହିଁ।

ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଆସନ୍ତାକାଲିଠାରୁ ଆରମ୍ଭ କରାଯିବାକୁ ପୂର୍ବରୁ ଧାର୍ଯ୍ୟ କରାଯାଇଥିଲା। ଏପ୍ରିଲ୍ ୨୫ ତାରିଖରେ ଏହି ପର୍ଯ୍ୟାୟ ଖାତା ଦେଖା ଶେଷ ହୋଇଥାଆନ୍ତା। ତେବେ ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ ଏହାକୁ ଏପ୍ରିଲ୍ ୧୮ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଫଳରେ ନିର୍ଦ୍ଧାରିତ ସମୟରେ ଖାତା ଦେଖା ସାରିବା ଓ ଫଳାଫଳ ପ୍ରକାଶ କରିବା ଏବେ ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

ସୂଚନାଯୋଗ୍ୟ, ଏପ୍ରିଲ୍‌ ୯ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଏବଂ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ସଂଘ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ବୈଠକରେ ଅଧ୍ୟାପକଙ୍କ ଦାବି ସମ୍ପର୍କରେ ଆଲୋଚନା କରାଯିବାକୁ ଏହି ଦୁଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ସଂଘ ମାନି ନେବା ସହ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ଘୋଷଣା କରିଥିଲା। ଏହାସହ ଖାତା ମୂଲ୍ୟାୟନରେ ସହଯୋଗ କରିବାକୁ ସଂଘ ପ୍ରତିଶ୍ରୁତି ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story