ମେ’ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର: ମେ’ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଜି ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ବାସୁଦେବ ଛାଟୋଇ। ସେ କହିଛନ୍ତି,“ପ୍ରଥମ ପର୍ଯ୍ୟାୟ ଖାତା ଦେଖା ସରିଯାଇଛି। ଏବେ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଉପରେ ମନୋନୀବେଶ କରିଛୁ। ଆମେ ନିଷ୍ପତ୍ତି ନେଇଛୁ ପ୍ରଥମେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରିବୁ। ସେମାନଙ୍କର ପରୀକ୍ଷାଫଳ ଶୀଘ୍ର ପ୍ରକାଶ ପାଇବା ଦରକାର। କାରଣ ସର୍ବଭାରତୀୟ […]

basudev chhatoi

basudev chhatoi

Rakesh Mallick
  • Published: Sunday, 24 April 2016
  • Updated: 24 April 2016, 12:42 PM IST

[caption id="attachment_80463" align="alignleft" width="150"]basudev chhatoi ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ବାସୁଦେବ ଛାଟୋଇ[/caption]

ଭୁବନେଶ୍ୱର: ମେ’ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଜି ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ବାସୁଦେବ ଛାଟୋଇ।

ସେ କହିଛନ୍ତି,“ପ୍ରଥମ ପର୍ଯ୍ୟାୟ ଖାତା ଦେଖା ସରିଯାଇଛି। ଏବେ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଉପରେ ମନୋନୀବେଶ କରିଛୁ। ଆମେ ନିଷ୍ପତ୍ତି ନେଇଛୁ ପ୍ରଥମେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରିବୁ। ସେମାନଙ୍କର ପରୀକ୍ଷାଫଳ ଶୀଘ୍ର ପ୍ରକାଶ ପାଇବା ଦରକାର। କାରଣ ସର୍ବଭାରତୀୟ ସ୍ତରରେ ଇଂଜିନିୟରିଂ ଓ ଡାକ୍ତରୀ ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ସିବିଏସ୍‌ଇ ଜୁନ୍ ୧୦ ତାରିଖକୁ ଡେଡ୍‌ଲାଇନ୍ ରଖିଛି। ତେଣୁ ମେ’ ଦ୍ୱିତୀୟ ସପ୍ତାହ ଭିତରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରିବାକୁ ଆମେ ଟାର୍ଗେଟ ରଖିଛୁ।”

ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ୍ ୨୭ ତାରିଖ ସୁଦ୍ଧା ଶେଷ କରିବାକୁ କାଉନ୍‌ସିଲ୍ ଦିନ ଧାର୍ଯ୍ୟ କରିଥିଲା। ତେବେ ଏଥିରେ ଦିନେ ଦୁଇ ଦିନ ବିଳମ୍ବ ହୋଇପାରେ ବୋଲି କାଉନ୍‌ସିଲ୍‌ର ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ସେ କହିଛନ୍ତି,“୨୭ ତାରିଖ ସୁଦ୍ଧା ଖାତା ଦେଖା ସରିଯିବ ବୋଲି ଆମର ଆଶା ଅଛି। ତେବେ ଅତିବେଶୀରେ ଦିନେ ଦୁଇ ଦିନ ବିଳମ୍ବ ବି ହୋଇପାରେ।”

ଖାତା ଦେଖା ସ୍ୱାଭାବିକ ଭାବେ ଚାଲିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି,“ଗତବର୍ଷ ସହିତ ତୁଳନା କଲେ ଖାତାଦେଖା ସ୍ୱାଭାବିକ ଭାବେ ଚାଲିଛି। ପ୍ରତିଦିନ ଯେତିକି ଖାତା ଦେଖାଯିବା କଥା ସେତିକି ଦେଖାଯାଉଛି। ଅନ୍‌ଲାଇନ୍ ମୂଲ୍ୟାୟନରେ ବି କିଛି ସମସ୍ୟା ନାହିଁ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ତଥାପି ଶିକ୍ଷକମାନେ ଖାତା ଦେଖୁଛନ୍ତି।”

ବର୍ତ୍ତମାନ ସୁଦ୍ଧା ୨୪ ଲକ୍ଷ ଖାତାରୁ ୧୮ ଲକ୍ଷ ଖାତା ଦେଖା ସରିଛି।

ସୂଚନାଯୋଗ୍ୟ, ବ୍ଲକଗ୍ରାଣ୍ଟ୍ ଉଚ୍ଛେଦ ଓ ପୂର୍ଣ୍ଣ ଅନୁଦାନ ପ୍ରଦାନ ଦାବିରେ ୬୬୨ ଓ ୪୮୮ ବର୍ଗ କଲେଜ ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ ଏଥର ଯୁକ୍ତ ଦୁଇ ଖାତା ଦେଖାରେ ବିଭ୍ରାଟ ସୃଷ୍ଟି ହୋଇଥିଲା। ଉଭୟ ସରକାର ଓ ଅଧ୍ୟାପକଙ୍କ ଜିଦ୍ ଯୋଗୁଁ ନିର୍ଦ୍ଧାରିତ ତାରିଖଠାରୁ ୬ ଦିନ ପରେ ଖାତା ଦେଖା ସ୍ୱାଭାବିକ ହୋଇଥିଲା। ଅବଶ୍ୟ ତା’ପରେ ବି ଅଧ୍ୟାପକମାନଙ୍କ ସଂପୂର୍ଣ୍ଣ ସହଯୋଗ ନ ମିଳିବାରୁ ପ୍ରଥମ ପର୍ଯ୍ୟାୟ ଖାତା ଦେଖାର ସମୟସୀମାକୁ ବଢ଼ାଇବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos