ପ୍ରକାଶ ପାଇଲା ଯୁକ୍ତ ୨ର ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ; ବିଜ୍ଞାନରେ ରେଭେନ୍ସା ଆଗରେ, କଳାରେ ବିଜେବି

ଭୁବନେଶ୍ୱର: ଯୁକ୍ତ ଦୁଇ ନାମ ଲେଖା ପାଇଁ ପ୍ରକାଶ ପାଇଛି ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା। ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ବି ବିଜ୍ଞାନରେ ଆଗରେ ରହିଛି ରେଭେନ୍ସା। ଏଠାରେ ବିଜ୍ଞାନ ପାଇଁ କଟ୍ ଅଫ୍ ମାର୍କ ୯୧.୩୩ ପ୍ରତିଶତ ରହିଛି। ବିଜେବିରେ ବିଜ୍ଞାନରେ କଟ୍ ଅଫ୍ ମାର୍କ ୯୧.୨୦ ପ୍ରତିଶତ ରହିଥିବା ବେଳେ ବାଲେଶ୍ୱରର ଏଫଏମ୍‌ କଲେଜରେ ୮୬ .୧୭ ପ୍ରତିଶତ ରହିଛି।  ଖଲ୍ଲିକୋଟ କଲେଜରେ ବିଜ୍ଞାନରେ କଟ୍ ଅଫ୍ ମାର୍କ […]

ravenshaw

ravenshaw

Rakesh Mallick
  • Published: Friday, 23 June 2017
  • Updated: 23 June 2017, 09:48 AM IST

Sports

Latest News

ଭୁବନେଶ୍ୱର: ଯୁକ୍ତ ଦୁଇ ନାମ ଲେଖା ପାଇଁ ପ୍ରକାଶ ପାଇଛି ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା। ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ବି ବିଜ୍ଞାନରେ ଆଗରେ ରହିଛି ରେଭେନ୍ସା। ଏଠାରେ ବିଜ୍ଞାନ ପାଇଁ କଟ୍ ଅଫ୍ ମାର୍କ ୯୧.୩୩ ପ୍ରତିଶତ ରହିଛି। ବିଜେବିରେ ବିଜ୍ଞାନରେ କଟ୍ ଅଫ୍ ମାର୍କ ୯୧.୨୦ ପ୍ରତିଶତ ରହିଥିବା ବେଳେ ବାଲେଶ୍ୱରର ଏଫଏମ୍‌ କଲେଜରେ ୮୬ .୧୭ ପ୍ରତିଶତ ରହିଛି।  ଖଲ୍ଲିକୋଟ କଲେଜରେ ବିଜ୍ଞାନରେ କଟ୍ ଅଫ୍ ମାର୍କ ରହିଛି ୮୫.୬୭%। ସେହିଭଳି ପୁରୀ ଏସ୍‌ସିଏସ୍‌ରେ ଏହି ପାଠ୍ୟକ୍ରମରେ କଟ୍ ଅଫ୍ ମାର୍କ ୭୪% ରହିଛି।

କଳାରେ ଆଗରେ ରହିଛି ବିଜେବି। ଏଠାରେ କଳାରେ କଟ୍ ଅଫ୍ ମାର୍କ ୭୪.୬୭ ପ୍ରତିଶତ ରହିଥିବା ବେଳେ ରେଭେନ୍ସାରେ ରହିଛି ୭୩ ପ୍ରତିଶତ। ସେହିପରି ରମାଦେବୀରେ ୭୦.୬୭% ରହିଥିବା ବେଳେ ଏଫ୍‌ଏମ୍‌ରେ ୭୨.୫୦, ଶୈଳବେଳାରେ ୭୨.୩୩, ଏସ୍‌ସିଏସ୍‌ରେ ୭୦ ଓ ଖଲ୍ଲିକୋଟରେ ୬୨ ପ୍ରତିଶତ ରହିଛି।

ବାଣିଜ୍ୟରେ ବି ବିଜେବି ଆଗରେ ରହିଛି। ଏଠାରେ କଟ୍ ଅଫ୍ ମାର୍କ ୮୧ ପ୍ରତିଶତ ଥିବା ବେଳେ ରେଭେନ୍ସାରେ ୭୭.୯୦, ରମାଦେବୀରେ ୬୬.୫୦, ଏସ୍‌ସିଏସ୍‌ରେ ୫୮.୮୩, ଖଲ୍ଲିକୋଟରେ ୬୪.୫୦ ଓ ଶୈଳବାଳାରେ ୭୪ .୬୭ %ରହିଛି। ବାଲେଶ୍ୱର ଏଫ୍‌ଏମ୍‌ରେ ଏହି ପାଠ୍ୟକ୍ରମରେ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ୫୨.୬୭% ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos