ଉଦ୍‌ଘାଟନ ହେଲା ଦେଶର ଦୀର୍ଘତମ ସେତୁ ; ଚାଲି ଚାଲି ପୋଲ ଦେଖିଲେ ମୋଦି

ନୂଆଦିଲ୍ଲୀ: ବ୍ରହ୍ମପୁତ୍ରର ଶାଖା ଲୋହିତ ନଦୀ ଉପରେ ନିର୍ମାଣ କରାଯାଇଥିବା ଦେଶର ଦୀର୍ଘତମ ଢୋଲା-ସାଦିୟା ସେତୁକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି। ଏହି ସେତୁର ଲମ୍ୱ ୯.୧୫ କିଲୋମିଟର । ସେତୁଟି ଆସାମର ଢୋଲା ଅଞ୍ଚଳରୁ ଅରୁଣାଚଳ ପ୍ରଦେଶର ସାଦିୟା ସହ ସଂଯୋଗ କରିବ। ପୋଲ ଆସାମର ରୁପାଇ ଠାରୁ ଅରୁଣାଞ୍ଚଳ ପ୍ରଦେଶର ମେକା ମଧ୍ୟରେ ୧୬୫ କିଲୋମିଟର ଦୂରତାକୁ ହ୍ରାସ କରିବ।

ମୋଦି ସରକାରର ୩ ବର୍ଷ ପୂର୍ତ୍ତି ଅବସରରେ ଏହି ପୋଲ ଉଦଘାଟିତ ହୋଇଛି।