ଓଡ଼ିଆରେ ଟ୍ୱିଟ୍‌ କରି ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟରେ ପାଳନ କରାଯାଉଛି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ସ୍ମରଣ କରିଛନ୍ତି। ସେ ଟ୍ୱିଟ୍ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତେବେ ଖୁସିର କଥା ଯେ ସେ ଓଡ଼ିଆ ଭାଷାରେ ଟ୍ୱିଟ୍ କରି ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସେ (ବିଜୁ ପଟ୍ଟନାୟକ) ଉତ୍ସର୍ଗୀକୃତ ସେବା ଦ୍ୱାରା ସାମାଜିକ ଜୀବନରେ ଗଭୀର ପ୍ରଭାବ ପକାଇଥିଲେ।