ପୋଲାଭରମ୍‌ ବିବାଦ: ଏନ୍‌ଜିଟିରେ ସତ୍ୟପାଠ ଦାଖଲ କଲା ଓଡ଼ିଶା

ଭୁବନେଶ୍ୱର: ବିବାଦୀୟ ପୋଲାଭରମ୍‌ ପ୍ରକଳ୍ପରେ କାମ ବନ୍ଦ କରିବାକୁ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ସତ୍ୟାପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ଏନ୍‌ଜିଟିର ନୋଟିସ୍‌ ଆଧାରରେ ରାଜ୍ୟ ସରକାର ତାଙ୍କ ପକ୍ଷ ରଖିଛନ୍ତି। ଅନ୍ୟପକ୍ଷରେ ୨୦୧୬-୧୭ ବର୍ଷରେ କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ଅତିରିକ୍ତ ୩,୩୦୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଛି। ପୋଲାଭରମ୍‌ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଓ କେନ୍ଦ୍ର ସରକାରଙ୍କଠାରୁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ପାଇବା […]

polavaram-2

polavaram-2

Rakesh Mallick
  • Published: Friday, 14 October 2016
  • Updated: 14 October 2016, 09:33 PM IST

Sports

Latest News

ଭୁବନେଶ୍ୱର: ବିବାଦୀୟ ପୋଲାଭରମ୍‌ ପ୍ରକଳ୍ପରେ କାମ ବନ୍ଦ କରିବାକୁ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ସତ୍ୟାପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ଏନ୍‌ଜିଟିର ନୋଟିସ୍‌ ଆଧାରରେ ରାଜ୍ୟ ସରକାର ତାଙ୍କ ପକ୍ଷ ରଖିଛନ୍ତି। ଅନ୍ୟପକ୍ଷରେ ୨୦୧୬-୧୭ ବର୍ଷରେ କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ଅତିରିକ୍ତ ୩,୩୦୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଛି।

ପୋଲାଭରମ୍‌ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଓ କେନ୍ଦ୍ର ସରକାରଙ୍କଠାରୁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ପାଇବା ନେଇ ପ୍ରତିଶ୍ରୁତି ପରେ ଆଗେଇ ଚାଲିଛି ପ୍ରକଳ୍ପ କାମ। ଆନ୍ଧ୍ରପ୍ରଦେଶର ଏକ ସ୍ୱେଚ୍ଛାସେବୀ ସଂଗଠନ ମାମଲା ଦାୟର କରିବା ପରେ ଏନ୍‌ଜିଟି ଆନ୍ଧ୍ରପ୍ରଦେଶ, କେନ୍ଦ୍ର ସରକାର ଓ ଓଡ଼ିଶାକୁ ନୋଟିସ୍‌ କରିଥିଲା। ସତ୍ୟପାଠରେ କେନ୍ଦ୍ର ସରକାର ବିଭିନ୍ନ ପର୍ଯ୍ୟାୟରେ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେବା ସହ ପରୋକ୍ଷରେ ପ୍ରକଳ୍ପକୁ ସହଯୋଗ କରିଥିବା ଉଲ୍ଲେଖ କରାଯାଇଥିଲା। ସେହିପରି ପ୍ରକଳ୍ପ ପାଇଁ ଓଡ଼ିଶାରେ ଜନ ଶୁଣାଣି କରାଯାଇ ନ ଥିବା ସତ୍ୟପାଠରେ ଦର୍ଶାଯାଇଥିଲା।

ଜଙ୍ଗଲ ଓ ପରିବେଶ ସଚିବ ସୁରେଶ ମହାପାତ୍ର କହିଛନ୍ତି,“କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ର ସରକାର ତାକୁ ୨ରୁ ୩ ଥର ଏକ୍ସଟେନ୍‌ସନ କରିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ବିନା ଅନୁମତିରେ ଜନ ଶୁଣାଣି କରାଯାଇ ପାରିବ ନାହିଁ ବୋଲି ଆମେ ଏନ୍‌ଜିଟିକୁ ଜଣାଇଛୁ।”

ଆସନ୍ତା ୧୬ କିମ୍ବା ୧୭ରେ ଏନ୍‌ଜିଟି ଏହାର ଶୁଣାଣି କରିବାର ସମ୍ଭାବନା ଅଛି।

ଅନ୍ୟପକ୍ଷରେ ଜାତୀୟ ମାନ୍ୟତା ପ୍ରଦାନ ପରେ ପ୍ରକଳ୍ପ ପାଇଁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାର କହିଛି। ୨୦୧୪-୧୫ ବର୍ଷରେ ୨୫୦ କୋଟି ଟଙ୍କା ଓ ୨୦୧୫-୧୬ ବର୍ଷରେ ୬୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆବଶ୍ୟକ ପଡୁଥିବା ୩,୩୦୫ କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏପରି ସ୍ଥିତିରେ ରାଜ୍ୟ ରାଜନୀତିରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି।

ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି,“ୟୁପିଏ ସରକାର ହୁଅନ୍ତୁ କି ଏନ୍‌ଡିଏ ସରକାର ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇ ପୋଲାଭରମ୍‌ ପ୍ରକଳ୍ପ କେମିତି ହେବ ଗୁରୁତ୍ୱ ଦେଇ ଆସିଛନ୍ତି। ଯାହାକୁ ଆମେ ବିରୋଧ କରୁଛୁ। କାମ ବନ୍ଦ କରିବାକୁ ଏନ୍‌ଜିଟିରେ ଆମ ସରକାର କହିଛନ୍ତି।

ଏହି ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିବା ବେଳେ କଂଗ୍ରେସ ସମାଲୋଚନା କରିଛି।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ପ୍ରମାଣ ସହିତ ସୁପ୍ରିମକୋର୍ଟଙ୍କୁ ସବୁ ଜଣାଇବାକୁ ରାଜ୍ୟ ସରକାରଙ୍କୁ କିଏ ଅଟକାଇ ଥିଲା? କାମ ଉପରେ ରହିତା ଦେଶ ମଧ୍ୟ ଆଣିପାରିଥାନ୍ତେ। ନିଜ ବିଫଳତାରେ ଘଣ୍ଟ ଘୋଡାଇବାକୁ ଏମିତି ସେମିତି କଥା ନ କହି ଏହାକୁ ଗୁରୁତର ସହ ନିଅନ୍ତୁ। ଏବେ ବି ସମୟ ଅଛି ସଚେତ ହେବାକୁ।”

କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି,“କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟରୁ ଜଣାପଡୁଛି ପୋଲାଭରମ୍‌ ପ୍ରକଳ୍ପ ଯୋଗୁଁ ଓଡ଼ିଶା ନିଶ୍ଚିତ କ୍ଷତିଗ୍ରସ୍ତ ହେବ। ପରାଜିତ ହୋଇ ସାରିଥିବା ଏକ ଯୁଦ୍ଧକୁ ରାଜ୍ୟ ସରକାର ଲଢୁଛନ୍ତି। ପ୍ରଥମରୁ ଆଭିମୁଖ୍ୟ ସ୍ପଷ୍ଟ କଲେ ନାହିଁ, ନିଜ ଦାବି ଠିକ୍‌ ଭାବେ କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପନ କରିପାରିଲେ ନାହିଁ। ଫଳରେ ଏପରି ସ୍ଥିତି ଉପୁଜିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story