ପୋଲାଭରମ୍ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟକୁ ବିରୋଧ: ଗୃହ କମିଟିରୁ ଇସ୍ତଫା ଦେଲେ କଂଗ୍ରେସର ୫ ବିଧାୟକ

ଭୁବନେଶ୍ୱର: ପୋଲାଭରମ୍ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟକୁ ବିରୋଧ କରି ପୋଲାଭରମ୍ ପାଇଁ ଗଠିତ ଗୃହ କମିଟିରୁ ଶୁକ୍ରବାର ଇସ୍ତଫା ଦେଲେ କଂଗ୍ରେସର ୫ ବିଧାୟକ। ଏହି ବିଧାୟକମାନେ ବାଚସ୍ପତିଙ୍କୁ ଭେଟି ସେମାନଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏମାନେ ହେଲେ ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ଭୁଜବଳ ମାଝି, କୈଳାସ ଚନ୍ଦ୍ର କୁଲେଶିକା, ଚନ୍ଦ୍ରଶେଖର ମାଝି ଓ କୃଷ୍ଣଚନ୍ଦ୍ର ଶଗରିଆ। ପୋଲାଭରମ ପ୍ରସଙ୍ଗ ନେଇ ଗୃହ କମିଟି ଗଠନ ହୋଇଥିଲେ ମଧ୍ୟ […]

congress-mlas

congress-mlas

Rakesh Mallick
  • Published: Friday, 11 December 2015
  • Updated: 11 December 2015, 05:54 PM IST

[caption id="attachment_56677" align="alignleft" width="300"]congress-mlas ପୋଲାଭରମ୍ ଗୃହ କମିଟିରୁ ଇସ୍ତଫା ଦେଇଥିବା ୫ ବିଧାୟକଙ୍କ ମଧ୍ୟରୁ ୪ ଜଣ[/caption]

ଭୁବନେଶ୍ୱର: ପୋଲାଭରମ୍ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟକୁ ବିରୋଧ କରି ପୋଲାଭରମ୍ ପାଇଁ ଗଠିତ ଗୃହ କମିଟିରୁ ଶୁକ୍ରବାର ଇସ୍ତଫା ଦେଲେ କଂଗ୍ରେସର ୫ ବିଧାୟକ। ଏହି ବିଧାୟକମାନେ ବାଚସ୍ପତିଙ୍କୁ ଭେଟି ସେମାନଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏମାନେ ହେଲେ ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ଭୁଜବଳ ମାଝି, କୈଳାସ ଚନ୍ଦ୍ର କୁଲେଶିକା, ଚନ୍ଦ୍ରଶେଖର ମାଝି ଓ କୃଷ୍ଣଚନ୍ଦ୍ର ଶଗରିଆ। ପୋଲାଭରମ ପ୍ରସଙ୍ଗ ନେଇ ଗୃହ କମିଟି ଗଠନ ହୋଇଥିଲେ ମଧ୍ୟ ବିଜେଡି ଏହି ପ୍ରସଙ୍ଗରେ ହୀନ ରାଜନୀତି କରୁଥିବା ଅଭିଯୋଗ କରି କଂଗ୍ରେସ ବିଧାୟକମାନେ ଗୃହ କମିଟିରୁ ଇସ୍ତଫା ଦେଇଛନ୍ତି।

ଏହି ଗୃହ କମିଟିରୁ ଇସ୍ତଫା ଦେଇଥିବା ବରିଷ୍ଠ କଂଗ୍ରେସ ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ପୋଲାଭରମ୍ ନେଇ ସରକାର ବିଧାନସଭା ଗୃହ କମିଟି ଓ ବିରୋଧୀ ଦଳକୁ ବିଶ୍ୱାସକୁ ନେଇ ନାହାନ୍ତି। ଗତକାଲି ପୋଲାଭରମକୁ ନେଇ ଗଠିତ ଗୃହ କମିଟିରେ ନିଷ୍ପତ୍ତି ହୋଇଥିଲା ଯେ ଏ ପ୍ରସଙ୍ଗରେ କମିଟି ପ୍ରଧାନମନ୍ତ୍ରୀଙ୍କୁ ଆସନ୍ତା ୨୦ ତାରିଖ ମଧ୍ୟରେ ଭେଟିବ ଓ ଏକ ସ୍ମାରକପତ୍ର ପ୍ରଦାନ କରିବ। କିନ୍ତୁ ଆଜି ସରକାରୀ ଦଳ ପୋଲାଭରମ୍ ନେଇ ବିଧାନସଭାକୁ ଅଚଳ କରି ଦେଲେ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବା ପାଇଁ ରାଜ୍ୟପାଳଙ୍କୁ ଭେଟିଲେ। ଏଭଳି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛରୁ ଛୁରାଘାତ କରିଛନ୍ତି। ଗୃହ କମିଟିକୁ ବିଶ୍ୱାସକୁ ନେଲେ ନାହିଁ। ତେଣୁ କମିଟରେ ଥିବା କଂଗ୍ରେସର ସମସ୍ତ ୫ ବିଧାୟକ ଇସ୍ତଫା ଦେଇ ଦେଇଛନ୍ତି।

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି ଯେ ପୋଲାଭରମ୍ ନେଇ ସରକାର ତାଙ୍କର ଯାହା ପଦକ୍ଷେପ ନେବା କଥା ନେଉଛନ୍ତି। ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ପୋଲାଭବରମ ନେଇ ବିଜେଡି ତା’ର ଆଭିମୁଖ୍ୟ ଓ ଦାବିକୁ ରାଷ୍ଟ୍ରପତିଙ୍କୁ ଜଣାଇବା ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛି। ଏଥିରେ କିଛି ଭୁଲ୍ ନାହିଁ।

ସେହିପରି ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇ ଫେରିବା ପରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ଗୃହ କମିଟିରୁ ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକମାନେ ନିଜକୁ ନିଜେ ପଚାରିବା ଉଚିତ ଯେ ସେମାନେ ପ୍ରକୃତରେ କ’ଣ ଚାହୁଁଛନ୍ତି। ମାଟି ମା’ କଥାକୁ କେମିତି ଉପସ୍ଥାପିତ କରିବାକୁ ଚାହୁଁଛନ୍ତି। ଅତୀତରେ କେନ୍ଦ୍ରରେ ସେମାନଙ୍କ ସରକାର ଥିଲା। ସେହି ସରକାର ପୋଲାଭରମ ପ୍ରକଳ୍ପକୁ ଅନୁମତି ଦେବା ସହ ଜାତୀୟ ପ୍ରକଳ୍ପ ମାନ୍ୟତା ଦେଇଛନ୍ତି। ଏବେ ଏନଡିଏ ସରକାର ଏହି ପ୍ରକଳ୍ପର ସମସ୍ତ ଖର୍ଚ୍ଚ ବହନ କରିବାକୁ କହି କାମକୁ ଆଗେଇ ନେଉଛି।

ସୂଚନାଯୋଗ୍ୟ, ଆଜି ବିଧାନସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୋଲାଭରମ୍ ପ୍ରସଙ୍ଗ ନେଇ ବିଜେଡି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଆସି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଅଚଳାବସ୍ଥା ଦେଖି ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରି ଦେଇଥିଲେ। ତା’ପରେ ଶାସକ ଦଳର ବିଧାୟକଙ୍କ ସହିତ ମନ୍ତ୍ରୀମାନେ ରାଜ୍ୟପାଳ ଭବନକୁ ଯାଇଥିଲେ। ରାଜ୍ୟପାଳଙ୍କୁ ଭେଟି ପୋଲାଭରମ୍ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ। ପୋଲାଭରମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ଘୋଷଣାକୁ ସ୍ଥଗିତ କରିବା ସହିତ ଏନେଇ ହସ୍ତକ୍ଷେପ କରିବାକୁ ସେମାନେ ରାଷ୍ଟ୍ରପତିଙ୍କୁ ଦାବି ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story