ପୋଲାଭରମ୍‌ ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି; ୧୪ରେ ରାଜଭବନ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର: ପୋଲାଭରମ୍‌ ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି। ସେପ୍ଟେମ୍ବର ୧୪ ତାରିଖରେ ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଦିଆଯିବ। ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ସଞ୍ଜୟ ଦାସବର୍ମା। ସେ କହିଛନ୍ତି,“୧୪ ତାରିଖରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯିବ। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦିଆଯିବ। ତା’ପରେ […]

bjd

bjd

Rakesh Mallick
  • Published: Sunday, 11 September 2016
  • Updated: 11 September 2016, 02:08 PM IST

bjdଭୁବନେଶ୍ୱର: ପୋଲାଭରମ୍‌ ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି। ସେପ୍ଟେମ୍ବର ୧୪ ତାରିଖରେ ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଦିଆଯିବ। ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ସଞ୍ଜୟ ଦାସବର୍ମା।

ସେ କହିଛନ୍ତି,“୧୪ ତାରିଖରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯିବ। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦିଆଯିବ। ତା’ପରେ ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲା କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ କନ୍ଧମାଳର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଧାରଣା ଦିଆଯିବା ସହିତ ପ୍ରତିବାଦ ସଭା କରାଯିବ। ତା’ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ। ଏ ସବୁ ପରେ ବି ପୋଲାଭରମ୍ କାର୍ଯ୍ୟ ବନ୍ଦ ନେଇ କେନ୍ଦ୍ର ସରକାର କିଛି ପଦକ୍ଷେପ ନ ନେଲେ ଅକ୍ଟୋବର ୧ ତାରିଖରେ ଏହି ୭ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ହରତାଳ କରାଯିବ।”

ଦଳର ବରିଷ୍ଠ ନେତା ତଥା ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି,“ପୋଲାଭରମ୍ ପ୍ରସଙ୍ଗ ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ଥିବା ସତ୍ତ୍ୱେ ପ୍ରଥମେ କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ଜାତୀୟ ମାନ୍ୟତା ଦେଲେ। କିଛି ଦିନ ତଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଘୋଷଣା କଲେ ଯେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଶତପ୍ରତିଶତ ଅର୍ଥ ଯୋଗାଇ ଦେବେ। ଆନ୍ଧ୍ରସରକାର ମଧ୍ୟ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି। ଏହି ପ୍ରକଳ୍ପ ହେଲେ ଓଡ଼ିଶାର ସର୍ବାଧିକ ଅଞ୍ଚଳ ଜଳମଗ୍ନ ହେବ। ମାଲକାନଗିରି ଜିଲ୍ଲା ମୋଟୁ ତହସିଲର ୧୫ଟି ଗାଁ ଓ ୧୦ଟି ପଡ଼ା ଜଳମଗ୍ନ ହେବ। ମୋଟ ୨୫ ଗାଁ ବୁଡ଼ି ଯିବ। ଏହା ଦ୍ୱାରା ବାସଚ୍ୟୁତ ହେବାକୁ ଥିବା ୬,୮୧୮ ଜଣ ଲୋକଙ୍କ ମଧ୍ୟରୁ ୫,୯୧୬ ଜଣ ହେଉଛନ୍ତି ଆଦିବାସୀ। ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ୭,୬୫୬ ହେକ୍ଟର ଚାଷ ଓ ଜଙ୍ଗଲ ଜମି ଜଳମଗ୍ନ ହେବ। ଏ ସବୁ ନେଇ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖାଯାଇଥିଲା ଓ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଅନୁରୋଧ କରାଯାଇଥିଲା।”

ଆନ୍ଧ୍ର ପ୍ରଦେଶ ସରକାର ୧୯୮୦ ଗୋଦାବରୀ ଟ୍ରିବ୍ୟୁନାଲ୍ ରାୟ ସମେତ ସମସ୍ତ ଜାତୀୟ ମାନାଙ୍କକୁ ଜଳାଞ୍ଜଳି ଦେଇ ପୋଲାଭରମ୍ ପ୍ରକଳ୍ପ ନିର୍ମାଣ କରୁଛନ୍ତି ବୋଲି ସୂର୍ଯ୍ୟ ନାରାୟଣ ପାତ୍ର ଅଭିଯୋଗ କରିଛନ୍ତି।

ଏହି ସାମ୍ବାଦିକ ସମ୍ମଳନୀରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଲାଲବିହାରୀ ହିମିରିକା, ସାଂସଦ ଝିନ୍ନ ହିକା ଓ ବରିଷ୍ଠ ନେତା ତଥା ମୁଖପାତ୍ର ରବି ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ‍ବିଜେପି କହିଛନ୍ତି ରାଜନୈତିକ ଅଭିସନ୍ଧି ରଖି ବିଜେଡି ଏହି ଆନ୍ଦୋଳନ କରୁଛି। ଦଳର ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ଆଗକୁ ପଞ୍ଚୟତ ନିର୍ବାଚନ ଥିବାରୁ ଲୋକଙ୍କ ନିକଟତର ହେବାର ଉଦ୍ଦେଶ୍ୟ ରଖି ବିଜେଡି ଏହି ଆନ୍ଦୋଳନର ଆୟୋଜନ କରିଛି।”

ପୋଲାଭରମ୍‌କୁ କେନ୍ଦ୍ରୀୟ ଅନୁଦାନ ନ ଦେବାକୁ ସୁପ୍ରିମକୋର୍ଟ କହିନାହାନ୍ତି ବୋଲି ଗତକାଲି ଓଟିଭି ପକ୍ଷରୁ ଆୟୋଜିତ ସିଏସ୍‌ଆର କନ୍‌କ୍ଲେଭ୍‌ରେ ଯୋଗ ଦେବା ଅବସରରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କିଆ ନାଇଡୁ ରୋକ୍‌ଠୋକ୍‌ ଜବାବ ରଖିଥିଲେ।

ସେ କହିଥିଲେ,“ଆଇନଗତ ବ୍ୟବସ୍ଥା ଭିତରେ ରହି ପୋଲାଭରମ୍‌ ପ୍ରକଳ୍ପ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି। କୋର୍ଟଙ୍କ ରାୟକୁ ବି ସମ୍ମାନ ଦିଆଯାଉଛି। କୋର୍ଟ ଏ ମାମଲାରେ ଯାହା ରାୟ ଦେବେ କେନ୍ଦ୍ର ସରକାର ତାକୁ ପାଳନ କରିବେ।”

ଗତ ୭ ତାରିଖରେ ଆନ୍ଧ୍ର ପ୍ରଦେଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ,“୨୦୧୪ ଏପ୍ରିଲ୍ ୧ ତାରିଖରୁ ପୋଲାଭରମ୍‌କୁ ଜାତୀୟ ପ୍ରକଳ୍ପର ମାନ୍ୟତା ମିଳିସାରିଛି। ସେବେଠାରୁ ପ୍ରକଳ୍ପର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ତେବେ ପ୍ରକଳ୍ପର ନିର୍ମାଣ କାମ ରାଜ୍ୟ ସରକାର କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story