ପୋଲାଭରମ୍ ପ୍ରସଙ୍ଗ: ଅବିଭକ୍ତ କୋରାପୁଟରେ ବିଜେଡିର ହରତାଳ, ଭୁବନେଶ୍ୱରରେ ଗଣ ବିକ୍ଷୋଭ

ଭୁବନେଶ୍ୱର/କୋରାପୁଟ/ମାଲକାନଗିରି/ନବରଙ୍ଗପୁର/ରାୟଗଡ଼ା: ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ବିରୋଧୀ ଅଭିଯାନକୁ ଜୋରଦାର କଲା ବିଜେଡି। ଆଜି ଦଳ ପକ୍ଷରୁ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଏବଂ ମାଲ୍କାନଗିରି ଜିଲ୍ଲାରେ ୧୨ ଘଣ୍ଟିଆ ହରତାଳ କରାଯାଉଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ହରତାଳ ସନ୍ଧ୍ୟା ୬ଟା ଯାଏଁ ଚାଲିବ। ସେହିପରି ଭୁବନେଶ୍ୱରରେ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଏକ ଗଣ ବିକ୍ଷୋଭ କରାଯାଇଛି। ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କର ଏକ ପ୍ରତିନିଧି ମଣ୍ଡଳ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର […]

bjd

bjd

Rakesh Mallick
  • Published: Thursday, 07 January 2016
  • Updated: 07 January 2016, 02:38 PM IST

Sports

Latest News

[caption id="attachment_61775" align="alignleft" width="300"]bjd-strike ପୋଲାଭରମ ପ୍ରସଙ୍ଗରେ ମାଲକାନଗିରିରେ ହରତାଳ ବେଳେ ପରିବହନ ମନ୍ତ୍ରୀ ରମେଶ ମାଝୀ ଓ ସାଂସଦ ବଳଭଦ୍ର ମାଝୀ[/caption]

ଭୁବନେଶ୍ୱର/କୋରାପୁଟ/ମାଲକାନଗିରି/ନବରଙ୍ଗପୁର/ରାୟଗଡ଼ା: ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ବିରୋଧୀ ଅଭିଯାନକୁ ଜୋରଦାର କଲା ବିଜେଡି। ଆଜି ଦଳ ପକ୍ଷରୁ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଏବଂ ମାଲ୍କାନଗିରି ଜିଲ୍ଲାରେ ୧୨ ଘଣ୍ଟିଆ ହରତାଳ କରାଯାଉଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ହରତାଳ ସନ୍ଧ୍ୟା ୬ଟା ଯାଏଁ ଚାଲିବ। ସେହିପରି ଭୁବନେଶ୍ୱରରେ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଏକ ଗଣ ବିକ୍ଷୋଭ କରାଯାଇଛି। ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କର ଏକ ପ୍ରତିନିଧି ମଣ୍ଡଳ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

ହରତାଳ ପ୍ରଭାବରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଜୟପୁର, ରାୟଗଡ଼ା ଆଦି ଅଞ୍ଚଳରେ ଦୋକାନବଜାର ବନ୍ଦ ରହିଛି। ଯାନବାହାନ ଚଳାଚଳ ବି ବନ୍ଦ ରହିଛି।

ସାଂସଦ ଝିନ୍ନ ହିକକାଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ କୋରାପୁଟ ସହରର ବିଭିନ୍ନ ସ୍ଥାନରେ ଧାରଣା ଦେଇଛନ୍ତି। କର୍ମୀମାନେ ପୋଲାଭରମ ବିରୋଧୀ ନାରାବାଜୀ ସହିତ ପ୍ଲାକାର୍ଡ ଧରି ଧାରଣା ଦେଇଛନ୍ତି। ସାଂସଦ ହିକକା କହିଛନ୍ତି, ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ଅନେକ ଗାଁ ଜଳମଗ୍ନ ହୋଇଯିବ। ପୁଣି କେନ୍ଦ୍ର ସରକାର ଏହାକୁ ଜାତୀୟ ମାନ୍ୟତା ଦେଇଛନ୍ତି। ଏହାକୁ ବି ବିଜେଡି ବିରୋଧ କରୁଛି। ଗତ ୫ ବର୍ଷ ହେଲାଣି ବିଜେଡି ପୋଲାଭରମକୁ ବିରୋଧ କରି ଆସୁଛି। ଉଭୟ ସଂସଦ ଭିତରେ ଓ ବାହାରେ ବିରୋଧ କରାଯାଇଛି। ଦାବି ପୂରଣ ନ ହେଲେ ଆଗକୁ ମଧ୍ୟ ସଂଗ୍ରାମ ଜାରି ରହିବ।

ଯୁବ ବିଜେଡି ରାଜ୍ୟ ସଂପାଦକ ଇଶ୍ୱର ପାଣିଗ୍ରାହୀ କହିଛନ୍ତି ଯେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଅଞ୍ଚଳରେ- ଗାଁଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଦଳ ପକ୍ଷରୁ ହରତାଳ କରାଯାଉଛି। ଏହା ସହିତ ଦଳ ପକ୍ଷରୁ ଅବିଭକ୍ତ କୋରାପୁଟରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି। ପୋଲାଭରମକୁ ବିରୋଧ କରି ସଂଗ୍ରହ କରାଯାଉଥିବା ଏହି ଦସ୍ତଖତଗୁଡ଼ିକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଯିବ।

ଜୟପୁରରରେ ମଧ୍ୟ ବିଜେଡି ପକ୍ଷରୁ ହରତାଳ କରାଯାଇଛି। ସହରରେ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ବନ୍ଦ ରହିଛି। ବିଭିନ୍ନ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି। ଦଳୀୟ କର୍ମୀମାନେ ବିଭିନ୍ନ ସ୍ଥାନରେ ଧାରଣା ଦେଇଛନ୍ତି।

ମାଲକାନଗିରି ଜିଲ୍ଲା ସଦର ମହକୁମାରେ ରାଜ୍ୟ ପରିବହନ ମନ୍ତ୍ରୀ ରେମଶ ମାଝି, ସାଂସଦ ବଳଭଦ୍ର ମାଝି ଓ ସ୍ଥାନୀୟ ବିଧାୟକ ମାନସ ମାଡ଼କାମୀଙ୍କ ନେତୃତ୍ୱରେ ବିଜେଡି କର୍ମୀମାନେ ହରତାଳ କରୁଛନ୍ତି। ସହରର ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀମାନେ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ଧାରଣା ଦେବା ସହିତ ପୋଲାଭରମ୍ ବିରୋଧୀ ନାରା ଦେଉଛନ୍ତି। ହରତାଳର ପ୍ରଭାବରେ ସହରରେ ଦୋକାନ ବାଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି।

ସାଂସଦ ବଳଭଦ୍ର ମାଝି କହିଛନ୍ତି ଯେ ପୋଲାଭରମ ପ୍ରକଳ୍ପ ପାଇଁ ସରକାର ଅନୁଦାନ ଦେଉଛନ୍ତି। ସମସ୍ତ ଆଇନକୁ ଭ୍ରୁକ୍ଷେପ କରି ଆନ୍ଧ୍ରପ୍ରଦେଶ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଏହାକୁ ବିଜେଡି ବିରୋଧ କରି ଆସୁଛି। ଏଥିପାଇଁ ଆଜି ଅବିଭକ୍ତ କୋରାପୁଟରେ ହରତାଳର ଆହ୍ୱାନ ଦିଆଯାଇଛି। ସାଧାରଣ ଲୋକେ ବି ଏହାକୁ ସମର୍ଥନ ଦେଇଛନ୍ତି। ଓଡ଼ିଶା ପ୍ରତି ଅନ୍ୟାୟ ହେଉଥିବା ଦେଖି ସେମାନେ ହରତାଳକୁ ସମର୍ଥନ କରିଛନ୍ତି। ମାଲାକାନଗିରିରେ ଦୋକାନବଜାର ସହିତ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ଏହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ।

ସେହିପରି ହରତାଲରେ ସାମିଲ ପରିବହନ ମନ୍ତ୍ରୀ ରମେଶ ମାଝୀ କହିଛନ୍ତି, ପୋଲାଭରମ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳର ୨୫ଟି ଗାଁ ଜଳମଗ୍ନ ହେବ। ୫୦୦୦ରୁ ଅଧିକ ଆଦିବାସୀ ଲୋକ ବିସ୍ଥାପିତ ହେବାର ସମ୍ଭାବନା ରହିଛି। ଏପରି ସ୍ଥଳେ ଆଦିବାସୀ ବିରୋଧୀ ପୋଲାଭରମକୁ ବନ୍ଦ କରିବା ବଦଳରେ କେନ୍ଦ୍ର ସରକାର ଏହାକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଛନ୍ତି। ପୋଲାଭରମକୁ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ସରକାର ଏଭଳି ଏକ ଆଦିବାସୀ ସ୍ୱାର୍ଥ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। ଏସବୁକୁ ବିରୋଧ କରି ଆଜି ହରତାଳ କରାଯାଉଛି। ଆଉ ଏହାକୁ ବିପୁଳ ଜନସମର୍ଥନ ମଧ୍ୟ ମିଳିଛି।

ସେହିପରି ନବରଙ୍ଗପୁରରେ ବିଧାୟକ ମନୋହର ରନ୍ଧାରୀଙ୍କ ନେତୃତ୍ୱରେ ବିଜେଡି କର୍ମୀମାନେ ସହରର ମୁଖ୍ୟ ରାସ୍ତା ସମେତ ବିଭିନ୍ନ ସ୍ଥାନରେ ହରତାଳ କରିଛନ୍ତି। ସହରରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ବିଧାୟକ ମନୋହର ରନ୍ଧାରୀ କହିଛନ୍ତି, ସୁପ୍ରିମକୋର୍ଟରେ ମାମଲାର ବିଚାର ଚାଲିଥିବା ବେଳେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଦେଖାଇ ପୋଲାଭରମ୍ ପ୍ରକଳ୍ପ କାର୍ଯ୍ୟ ଆଗେଇ ନେବାକୁ କହିଛନ୍ତି। ଏହାକୁ ବିଜେଡି ବିରୋଧ କରୁଛି। ଦଳର ହରତାଳକୁ ନବରଙ୍ଗପୁରରେ ବିପୁଳ ସମର୍ଥନ ମିଳିଛି। ଦୋକାନବଜାର ସହିତ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି।

ରାୟଗଡ଼ାରେ ଜିଲ୍ଲା ବିଜେଡି ସଭାପତି ସୁଧୀର ଦାଶଙ୍କ ନେତୃତ୍ୱରେ ହରତଳା କରାଯାଉଛି। ଜିଲ୍ଲାର ୧୧ଟି ବ୍ଲକ୍ ଓ ୩ଟି ମ୍ୟୁନିସିପାଲିଟିରେ ମଧ୍ୟ ହରତାଳ କରାଯାଉଛି। ସମଗ୍ର ଜିଲ୍ଲାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଦୋକାନବଜାର ବନ୍ଦ ରହିଛି। ରାୟଗଡ଼ା ସହରର କପିଳାସ ଛକ, ମାଝିଗୌରୀ ମନ୍ଦିର, କୋରାପୁଟ ଛକ ଓ ତୁମ୍ବିଗୁଡ଼ା ଛକରେ ବିଜେଡି କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି। ଏହା ସହ ଦଳୀୟ କର୍ମୀମାନେ ପିକେଟିଂ କରି ସହରର ସମସ୍ତ ଦୋକାନବଜାର ବନ୍ଦ କରିବା ସହିତ ସରକାରୀବେସରକାରୀ କାର୍ଯ୍ୟାଳୟ, ସ୍କୁଲ୍ ଓ କଲେଜଗୁଡ଼ିକୁ ମଧ୍ୟ ବନ୍ଦ କରି ଦେଇଛନ୍ତି।

ଅନ୍ୟପକ୍ଷରେ ପୋଲାଭରମକୁ ବିରୋଧ କରି ବିଜେଡି ପକ୍ଷରୁ ଭୁବନେଶ୍ୱରରେ ଏକ ଗଣବିକ୍ଷୋଭର ମଧ୍ୟ ଆୟୋଜନ କରାଯାଇଛି। ଏଥିରେ ଦଳର ବିଧାୟକ ଓ ମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଛନ୍ତି। ଦଳୀୟ ବିଧାୟକ ଓ ମନ୍ତ୍ରୀମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ମଧ୍ୟ ପ୍ରଦାନ କରିଛି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ବୈଷୟିକ କମିଟି ଆଗରେ ଠିକଣା ଭାବରେ ରାଜ୍ୟ ସରକାର ତାଙ୍କ ମତ ଉପସ୍ଥାପନ କରିପାରିନହାନ୍ତି। ରାଜ୍ୟ ସରକାରଙ୍କର ପୋଲାଭରମ ନେଇ କିଛି ଆନ୍ତରିକତା ନାହିଁ। କେବଳ ନାଟକବାଜି କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story