ପୋଲାଭରମ ପ୍ରକଳ୍ପ ବିରୋଧରେ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ବିଜେଡିର ବିକ୍ଷୋଭ

ଜୟପୁର: ପୋଲାଭରମ ପ୍ରକଳ୍ପ ବିରୋଧର ଆଜି ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାପାଳଙ୍କ ଅଫିସ ଓ ଗଞ୍ଜାମରେ ବ୍ରହ୍ମପୁରସ୍ଥିତ ଆରଡିସି ଅଫିସ ଆଗରେ ଦଳୀୟ ନେତା ଓ କର୍ମୀମାନେ ଧାରଣା ଦେଇଛନ୍ତି। ପୋଲାଭରମ୍‌ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟ କରାଯିବାକୁ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ପୋଲାଭରମ୍‌ ଯୋଗୁଁ ଓଡ଼ିଶାର […]

bb

bb

Rakesh Mallick
  • Published: Tuesday, 20 September 2016
  • Updated: 20 September 2016, 08:33 PM IST

Sports

Latest News

bbଜୟପୁର: ପୋଲାଭରମ ପ୍ରକଳ୍ପ ବିରୋଧର ଆଜି ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାପାଳଙ୍କ ଅଫିସ ଓ ଗଞ୍ଜାମରେ ବ୍ରହ୍ମପୁରସ୍ଥିତ ଆରଡିସି ଅଫିସ ଆଗରେ ଦଳୀୟ ନେତା ଓ କର୍ମୀମାନେ ଧାରଣା ଦେଇଛନ୍ତି।

ପୋଲାଭରମ୍‌ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟ କରାଯିବାକୁ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ପୋଲାଭରମ୍‌ ଯୋଗୁଁ ଓଡ଼ିଶାର ୨୫ଟି ଗ୍ରାମ ବୁଡି ଯିବ ବୋଲି ବିଜେଡି ଅଭିଯୋଗ କରିଛି।

କୋରାପୁଟ ଜିଲ୍ଲାରେ ପୂର୍ବତନ ବିଧାୟକ ତଥା ବିଜେଡି ମୁଖପାତ୍ର ରବି ନାରାୟଣ ନନ୍ଦଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ନବରଙ୍ଗପୁରରେ ପ୍ରକଳ୍ପକୁ ବିରୋଧ କରି ବିଜେଡି କର୍ମୀ ଓ ନେତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ମାଝିଙ୍କ ନେତତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ସାଂସଦ ବଳଭଦ୍ର ମାଝି, ବିଧାୟକ ମନୋହର ରନ୍ଧାରୀ, ସୁବାସ ଗଣ୍ଡ ଏବଂ ପୂର୍ବତନ ସାଂସଦ ତଥା ପର୍ଯ୍ୟବେକ୍ଷକ ଭୁପିନ୍ଦର ସିଂ ପ୍ରମୁଖ ସାମିଲ ହୋଇଥିଲେ।

ରାୟଗଡ଼ାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ରାଜ୍ୟ ସଭା ସାଂସଦ ଏନ୍.ଭାସ୍କରଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ଏକ ଶୋଭାଯାତ୍ରାରେ ଆସି ସହର ପରିକ୍ରମା କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟ ନିକଟରେ କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିକୁ ସମାଲୋଚନା କରିଥିଲେ। ବ୍ରହ୍ମପୁରରେ ବିଜେଡି ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର, ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ଦଳୀୟ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପୋଲାଭରମ ପ୍ରକଳ୍ପ ନିର୍ମାଣ ଦ୍ୱାରା ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାର କିଛି ଅଞ୍ଚଳରେ ସ୍ଥାନୀୟଲୋକ ଓ ଆଦିବାସୀ ବାସଚ୍ୟୁତ ହେବେ ବୋଲି ଦଳ ଅଭିଯୋଗ କରିଛି। ଏହା କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କ ଓଡ଼ିଶା ବିରୋଧୀ ମନୋଭାବ ବୋଲି ପୂର୍ବରୁ ଦଳ ଅଭିଯୋଗ କରିଆସୁଛି। ଏଥିସହ ନିୟମର ଉଲ୍ଲଂଘନ ହେଉଥିବାରୁ ମିଳିଥିବା ପରିବେଶ ମଞ୍ଜୁରୀ ରଦ୍ଦ କରାଯାଉ ବୋଲି ଦାବି ହୋଇଛି।

ବ୍ରହ୍ମପୁର ସାଂସଦ ସିର୍ଦ୍ଧାନ୍ତ ମହାପାତ୍ର କହିଛନ୍ତି,“ପୋଲାଭରମ ପ୍ରକଳ୍ପକୁ ନେଇ ବିଜୁ ଜନତା ଦଳ ଯେଉଁ ଆନ୍ଦୋଳନ କରିଛି ତାହାର ପ୍ରଭାବ କେନ୍ଦ୍ର ସରକାରଙ୍କ ଉପରେ ପଡ଼ିବ। ପୋଲାଭରମ ପ୍ରକଳ୍ପକୁ ବିଜୁ ଜନତା ଦଳ ବିରୋଧ କରୁନାହିଁ। କିନ୍ତୁ ପ୍ରକଳ୍ପର ଉଚ୍ଚତାକୁ ଆମେ ବିରୋଧ କରୁଛୁ। ଏହାକୁ ନେଇ ରାଜ୍ୟସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସଂଘୀୟ ଢାଞ୍ଚାରେ ବିଶ୍ୱାସ କରୁଥିବା କେନ୍ଦ୍ରସରକାର ସଂଘୀୟ ଢାଞ୍ଚାକୁ ଭୁଲି ଏକତରଫ ନିଷ୍ପତ୍ତି ନେଉଛି।”

ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ କହିଛନ୍ତି, “କେନ୍ଦ୍ର ସରକାରଙ୍କ ଏଭଳି କାର୍ଯ୍ୟକୁ ଆମେ ଦୃଢ଼ ନିନ୍ଦା କରୁଛୁ। କେନ୍ଦ୍ରସରକାର ଯେଉଁ  ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ଏହାର କୁ ପ୍ରଭାବ  ତାଙ୍କ ଉପରେ ନିଶ୍ଚିୟ ପ୍ରଭାବ ପଡ଼ିବ।”

ବିରୋଧୀ କଂଗ୍ରେସ ଏକ ତରଫା ଭାବେ ପୋଲାଭରମ୍‌ ନିର୍ମାଣକୁ ନାପସନ୍ଦ କରିଛି। କଂଗ୍ରେସ ନେତା ପ୍ରଦୀପ ମାଛି କହିଛନ୍ତି, “ପୋଲାଭରମ୍‌ ୟୁପିଏ ସରକାରଙ୍କ ପ୍ରକଳ୍ପ। ତେବେ ଏଥିରେ ଯଦି ଓଡ଼ିଶାର କ୍ଷତି ହେଉଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରାଯାଉ।”

ପୋଲାଭରମ୍‌ ଦ୍ୱାରା ଓଡ଼ିଶାର କ୍ଷତି ହେଥିବା ବିଜେପି ମାନୁଥିଲେ ମଧ୍ୟ ଏହାକୁ ବନ୍ଦ କରିବାକୁ ଦାବି ଉପସ୍ଥାପନ କରିପାରୁନାହିଁ। ଯାହା କେନ୍ଦ୍ରମନ୍ତ୍ରୀ ଧର୍ନ୍ଦ୍ରମେ ପ୍ରଧାନଙ୍କ ମନ୍ତବ୍ୟରୁ ସ୍ପଷ୍ଟ ବାରି ହୋଇପଡୁଛି। ଧର୍ମେନ୍ଦ୍ର କହିଛନ୍ତି, “ପୋଲାଭରମ୍‌ ଦ୍ୱାରା ଓଡ଼ିଶାର କ୍ଷତି ହେଉଛି, କିନ୍ତୁ ଏହା କେନ୍ଦ୍ରର ବାଧ୍ୟବାଧକତା। ଓଡ଼ିଶାର କ୍ଷତି ହେଉଥିବାରୁ ଆଗରୁ ଆମେ ଏହାକୁ ବିରୋଧ କରିଥିଲୁ, ଏବେ ମଧ୍ୟ କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos