ପୋଲାଭରମକୁ ନେଇ ବିଧାନସଭାରେ ବିଜେଡି ବିଧାୟକଙ୍କ ହୋହଲ୍ଲା

ଭୁବନେଶ୍ୱର: ପୋଲାଭରମ୍ ପ୍ରସଙ୍ଗକୁ ନେଇ ଶୁକ୍ରବାର ବିଧାନସଭାରେ ବିଜେଡି ବିଧାୟକମାନେ ପ୍ରବଳ ହୋହଲ୍ଲା କରିବା ଯୋଗୁଁ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ରଖାଯାଇଛି। ଆଜି ପ୍ରଶ୍ନକାଳ ଆରମ୍ଭ ହେବାକ୍ଷଣି ଶାସକ ବିଜେଡି ସଦସ୍ୟମାନେ ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗରେ ଗୃହରେ ହୋହଲ୍ଲା କରିଥିଲେ। କିଛି ସଦସ୍ୟ ସେମାନଙ୍କ ଆସନ ଛାଡ଼ି ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଚାଲି ଆସିଥିଲେ। ହୋହଲ୍ଲା ଲାଗି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ରଖିଥିଲେ। ତେବେ ଅପରାହ୍ନ ୩ଟାରୁ ଗୃହ କାର୍ଯ୍ୟ […]

assembly-bjd

assembly-bjd

Rakesh Mallick
  • Published: Friday, 11 December 2015
  • Updated: 11 December 2015, 05:52 PM IST

Sports

Latest News

ଭୁବନେଶ୍ୱର: ପୋଲାଭରମ୍ ପ୍ରସଙ୍ଗକୁ ନେଇ ଶୁକ୍ରବାର ବିଧାନସଭାରେ ବିଜେଡି ବିଧାୟକମାନେ ପ୍ରବଳ ହୋହଲ୍ଲା କରିବା ଯୋଗୁଁ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ରଖାଯାଇଛି। ଆଜି ପ୍ରଶ୍ନକାଳ ଆରମ୍ଭ ହେବାକ୍ଷଣି ଶାସକ ବିଜେଡି ସଦସ୍ୟମାନେ ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗରେ ଗୃହରେ ହୋହଲ୍ଲା କରିଥିଲେ। କିଛି ସଦସ୍ୟ ସେମାନଙ୍କ ଆସନ ଛାଡ଼ି ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଚାଲି ଆସିଥିଲେ। ହୋହଲ୍ଲା ଲାଗି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ରଖିଥିଲେ। ତେବେ ଅପରାହ୍ନ ୩ଟାରୁ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିଲା।

ବିଧାନସଭା ମୁଲତବି ହେବା ପରେ ଶାସକ ଦଳର ବିଧାୟକ ଓ ମନ୍ତ୍ରୀମାନେ ରାଜଭବନକୁ ଶୋଭାଯାତ୍ରାରେ ଯାଇଥିଲେ। କେନ୍ଦ୍ର ସରକାରଙ୍କ ବିରୋଧରେ ବ୍ୟାନର ଧରି ଓ ନାରାବାଜି କରି ସେମାନେ ରାଜ୍ୟପାଳଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ। ସେମାନେ ପୋଲାଭରମ୍ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ। ସ୍ମାରକପତ୍ର ଦେବା ପରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର କହିଥିଲେ ଯେ ପୋଲାଭରମ୍ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ସ୍ମାରକପତ୍ର ମାଧ୍ୟମରେ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରାଯାଇଛି। ଏହି ପ୍ରକଳ୍ପ ପାଇଁ ଓଡ଼ିଶାରେ କ୍ଷତି ସହିବାକୁ ଥିବା ଗାଁଗୁଡ଼ିକରେ ଗ୍ରାମସଭା କରାଯାଇ ନାହିଁ। ନିୟମ ମୁତାବକ ଗ୍ରାମସଭା କରାଯିବା ଉଚିତ୍। ପୁଣି ପ୍ରକଳ୍ପର ଜଳଧାରଣ କ୍ଷମତାକୁ ବଢ଼ାଇ ଦିଆଯାଇଛି। ଏସବୁ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଅବଗତ କରାଯିବା ସହିତ ରାଷ୍ଟ୍ରପତିଙ୍କ ଧ୍ୟାନ ଆକର୍ଷଣ କରିବାକୁ ଅନୁରୋଧ କରାଯାଇଥିଲା। ରାଜ୍ୟପାଳ ଏନେଇ ରାଷ୍ଟ୍ରପତିଙ୍କ ନିକଟରେ ଉପଯୁକ୍ତ ଦାବି କରିବାକୁ ସମ୍ମତି ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଉଭୟ କଂଗ୍ରେସ ଓ ବିଜେପି କହିଛନ୍ତି ଯେ ଚାଷୀ ମୃତ୍ୟୁ ପ୍ରସଙ୍ଗରେ ଆଲୋଚନାକୁ ଏଡ଼ାଇ ଯିବାକୁ ବିଜେଡି ଏମିତି ଏକ ଚାଲ୍ କରିଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ପୋଲାଭରମ୍ ନେଇ ବିଜେଡି ହୀନ ରାଜନୀତି କରୁଛି।

କଂଗ୍ରେସ ବିଧାୟକ ନବ ଦାସ କହିଛନ୍ତି ଯେ ଚାଷୀ ମୃତ୍ୟୁ ନେଇ ଜିଲ୍ଲାପାଳମାନେ ମିଥ୍ୟା ରିପୋର୍ଟ ଦେଇଥିବା କଥା ଧରାପଡ଼ି ଯାଇଛି। ଆଜି ଏହା ଉପରେ ଆଲୋଚନା ପାଇଁ ତାଙ୍କ ଦଳ ଦାବି କରି ଥାଆନ୍ତା। ଏହି ଆଲୋଚନାରୁ ବର୍ତ୍ତିବା ପାଇଁ ବିଜେଡି ଏହି ପୋଲାଭରମ୍ ନାଟକ ରଚିଛି। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଆଲୋଚନା ନ କରାଇ ଦେବାକୁ ବିଜେଡି ଗୃହକୁ ଅଚଳ କରିଛି। ପୋଲାଭାରମକୁ ନେଇ ଗତକାଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟି ବୈଠକ ବସିଥିଲା ଓ ସେଥିରେ ନିଷ୍ପତ୍ତି ହୋଇଛି ଯେ ୨ ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଗୃହ କମିଟି ସଦସ୍ୟମାନେ ଭେଟି ରାଜ୍ୟର ଦାବି ଜଣାଇବେ। କିନ୍ତୁ ରାତି ପାହିଲା ଭିତରେ ଏମିତି କ’ଣ ବଦଳି ଗଲା ଯେ ବିଜେଡି ବିଧାୟକ ଗୃହକୁ ଅଚଳ କରି ଦେଲେ। ଏହାର ଏକ ମାତ୍ର କାରଣ ହେଉଛି ଚାଷୀ ମୃତ୍ୟୁ ସଂପର୍କିତ ଆଲୋଚନରୁ ବର୍ତ୍ତିବାକୁ ଚାହୁଁଛି ବିଜେଡି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପୋଲାଭରମ୍ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ କେବେ ବି ଗୁରୁତ୍ୱ ଦେଇ ନାହାନ୍ତି। କେବେ ଏ ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ନାହାନ୍ତି। ବିରୋଧୀ ଦଳକୁ ବିଶ୍ୱାସକୁ ନେଇ ଏ ପ୍ରସଙ୍ଗରେ କେବେ ବି ସର୍ବଦଳୀୟ ବୈଠକ ଡାକିଲେ ନାହିଁ। ଆଉ ଆଜି ଏମିତି ତାଙ୍କ ସରକାର ଚିନ୍ତିତ ହୋଇଗଲେ ଯେ ବିଧାନସଭାକୁ ଅଚଳ କରି ପକାଇଲେ।

ସେହିପରି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ଚାଷୀ ମୃତ୍ୟୁ ନେଇ ଜିଲ୍ଲାପାଳମାନେ ସଂପୂର୍ଣ୍ଣ ଭୁଲ୍ ରିପୋର୍ଟ ଦେଇଛନ୍ତି। ଏହା ଏବେ ପୂରା ଧରା ପଡ଼ିଯାଇଛି। ଏ ସଂପର୍କରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦିଆଯାଇଛି। କିନ୍ତୁ  ଏ ସଂପର୍କିତ ଆଲୋଚନାରୁ ବର୍ତ୍ତିବା ପାଇଁ ବିଜେଡି ଆଜି ବିଧାନସଭାକୁ ଅଚଳ କରି ଦେଇଛି।

ଚାଷୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ ତଥ୍ୟ ଲୁଚାଇଥିବାରୁ କଂଗ୍ରେସ ପକ୍ଷରୁ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story