ପୋଲାଭରମ୍ ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ଲୋକସଭାରେ ବିଜେଡି ସାଂସଦଙ୍କ ବିରୋଧ

ନୂଆଦିଲ୍ଲୀ: ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ଲୋକସଭାରେ ବିଜେଡି ସାଂସଦମାନେ ବିରୋଧ କରିଛନ୍ତି। ଏହି ପ୍ରସଙ୍ଗରେ ଆଜି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଏବଂ ପ୍ରସନ୍ନ ପାଟ୍ଟଶାଣୀ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରକଳ୍ପ ହେଲେ ଓଡ଼ିଶା କ୍ଷତିଗ୍ରସ୍ତ ହେବ ବୋଲି ଦର୍ଶାଇଥିଲେ। ୨୦୦୮ରୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ସେଠାରେ କୌଣସି ପ୍ରକାର ନିର୍ମାଣ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କେନ୍ଦ୍ର ସରକାର କିଭଳି ଭାବେ ପ୍ରକଳ୍ପ କାମ ପାଇଁ […]

polabhram

polabhram

Rakesh Mallick
  • Published: Tuesday, 08 December 2015
  • Updated: 08 December 2015, 02:12 PM IST

ନୂଆଦିଲ୍ଲୀ: ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ଲୋକସଭାରେ ବିଜେଡି ସାଂସଦମାନେ ବିରୋଧ କରିଛନ୍ତି। ଏହି ପ୍ରସଙ୍ଗରେ ଆଜି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଏବଂ ପ୍ରସନ୍ନ ପାଟ୍ଟଶାଣୀ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରକଳ୍ପ ହେଲେ ଓଡ଼ିଶା କ୍ଷତିଗ୍ରସ୍ତ ହେବ ବୋଲି ଦର୍ଶାଇଥିଲେ। ୨୦୦୮ରୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ସେଠାରେ କୌଣସି ପ୍ରକାର ନିର୍ମାଣ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କେନ୍ଦ୍ର ସରକାର କିଭଳି ଭାବେ ପ୍ରକଳ୍ପ କାମ ପାଇଁ ସମସ୍ତ ଅର୍ଥ ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରଶ୍ନ କରିଥିଲେ। ପୋଲାଭରମ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାନକାନଗିରି ଜିଲ୍ଲାର ବହୁ ଆଦିବାସୀ ଗାଁ ବୁଡ଼ି ଅଞ୍ଚଳରେ ପରିଣତ ହୋଇଯିବ ବୋଲି ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ବିନା ନୋଟିସରେ ଏହି ପ୍ରସଙ୍ଗ ଉଠାଇଥିବା ଦର୍ଶାଇ ବାଚସ୍ପତି ଆଲୋଚନା ଲାଗି ଅନୁମତି ଦେଇ ନ ଥିଲେ। ଆସନ୍ତାକାଲି ଦଳୀୟ ସାଂସଦ ପାର୍ଲାମେଣ୍ଟ ପରିସର ଗାନ୍ଧିମୂର୍ତ୍ତୀ ତଳେ ଧାରଣା ଦେବା ସହ ରାଜ୍ୟସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇବେ ବୋଲି ଜଣାପଡିଛି।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପୋଲାଭରମକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି। ଓଡ଼ିଶାର ଆଦିବାସୀଙ୍କ ସ୍ୱାର୍ଥରକ୍ଷା ଲାଗି ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବୁ ବୋଲି ସେ କହିଛନ୍ତି।

ସାଂସଦ ପାଟ୍ଟଶାଣୀ କହିଛନ୍ତି, ଦଳ ପୂର୍ବରୁ ଏହି ପ୍ରକଳ୍ପକୁ ବିରୋଧ କରିଆସିଛି। ଏହି ଘଟଣା ଏବେ କୋର୍ଟରେ ଥିବାବେଳେ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେବା ଉଚିତ ନୁହେଁ। ସାଂସଦ ଅନଙ୍ଗଉଦୟ ସିଂଦେଓ କହିଛନ୍ତି, ପୂର୍ବରୁ ଉପା ସରକାର ଓଡ଼ିଶା ପ୍ରତି ବୈମାତୃକ ଦେଖାଉଥିଲେ। ଏବେ ଏନଡିଏ ସରକାର ଦେଖାଉଛନ୍ତି। ଆମେ ଚାହୁଁଛୁ କେନ୍ଦ୍ର ସରକାର ଶେଷ ନିଷ୍ପତ୍ତି ନେବା ପୂର୍ବରୁ ଓଡ଼ିଶା ଓ ଛତିଶଗଡ ସରକାରଙ୍କ ସହ ଆଲୋଚନା କରନ୍ତୁ। ସାଂସଦ ଅର୍ଜୁନ ଚରଣ ସେଠୀ କହିଛନ୍ତି, ଆନ୍ଧ୍ରର ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶା ଓ ଛତିଶଗଡ ରାଜ୍ୟର କ୍ଷତି ହେଉଛି। କେନ୍ଦ୍ର ୩ ରାଜ୍ୟର ସରକାରଙ୍କ ସହ ଆଲୋଚନା କରିବା ଦରକାର। ହେଲେ ଏପରି ନ କରି କେନ୍ଦ୍ର ସରକାର କେବଳ ଏକ ତରଫା ନିଷ୍ପତ୍ତି ନେଇନାହାନ୍ତି ଏହାକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଛନ୍ତି।

ଗତକାଲି ପୋଲାଭରମ୍ ପ୍ରକଳ୍ପର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗ। ପୁନରୁଦ୍ଧାର ରାଷ୍ଟ୍ରମନ୍ତ୍ରୀ ସଲୱାର ଲାଲ୍ ଜାଟ୍ କହିଥିଲେ। ଏହି ପ୍ରକଳ୍ପର ବ୍ୟୟ ଅଟକଳ ୧୬ହଜାର ୧୦କୋଟି ୪୫ ଲକ୍ଷ ଟଙ୍କା ରହିଛି। ଆନ୍ଧ୍ର ସରକାର ୫ହଜାର ୧୩୫କୋଟି ୮୭ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ବାକି ୧୦ହଜାର ୮୭୪କୋଟି ୫୮ଲକ୍ଷ ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଆନ୍ଧ୍ର ପୁନଃଗଠନ ଆଇନ-୨୦୧୪ ଅନୁସାରେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମନ୍ତ୍ରୀ ଜାଟ୍ କହିଥିଲେ। ୨୦୧୪ ଏପ୍ରିଲ ୧ ପରେ ପ୍ରକଳ୍ପ ନିର୍ମାଣ ପାଇଁ ହୋଇଥିବା ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବାକୁ ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story