ପୋଲାଭରମ୍ ପ୍ରକଳ୍ପକୁ ବିରୋଧ: ସଂସଦ ଓ ବିଧାନସଭା ପରିସରରେ ବିଜେଡି ସାଂସଦ ଓ ବିଧାୟକଙ୍କ ଧାରଣା

ଭୁବନେଶ୍ୱର/ନୂଆଦିଲ୍ଲୀ: ଜୋର ଧରିଲା ପୋଲାଭରମ୍ ପ୍ରକଳ୍ପକୁ ବିରୋଧ। ସଂସଦ ଓ ବିଧାନସଭାରେ ଯଥାକ୍ରମେ ବିଜେଡି ସାଂସଦ ଓ ବିଧାୟକମାନେ ବୁଧବାର ଏନେଇ ପ୍ରତିବାଦ ଜଣାଇଛନ୍ତି। ସଂସଦ ଓ ବିଧାନସଭା ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିଜେଡି ସାଂସଦ ଓ ବିଧାୟକମାନେ ଧାରଣା ଦେଇଛନ୍ତି। ବିଧାନସଭା ବାହାରେ ଧାରଣା ଦେବା ପୂର୍ବରୁ ବିଜେଡି ବିଧାୟକମାନେ ଗୃହ ମଧ୍ୟରେ ନିଜ ନିଜ ଆସନରେ ଛିଡ଼ା ହୋଇ ପୋଲାଭରମ୍ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରିଥିଲେ। ବିରୋଧୀ ବିଜେପି ଓ […]

bjd-mp

bjd-mp

Rakesh Mallick
  • Published: Wednesday, 09 December 2015
  • Updated: 09 December 2015, 04:47 PM IST

Sports

Latest News

[caption id="attachment_56325" align="alignleft" width="500"]bjdmla ବିଧାନସଭା ପରିସରରେ ବିଜେଡି ବିଧାୟକଙ୍କ ଧାରଣା[/caption]

ଭୁବନେଶ୍ୱର/ନୂଆଦିଲ୍ଲୀ: ଜୋର ଧରିଲା ପୋଲାଭରମ୍ ପ୍ରକଳ୍ପକୁ ବିରୋଧ। ସଂସଦ ଓ ବିଧାନସଭାରେ ଯଥାକ୍ରମେ ବିଜେଡି ସାଂସଦ ଓ ବିଧାୟକମାନେ ବୁଧବାର ଏନେଇ ପ୍ରତିବାଦ ଜଣାଇଛନ୍ତି। ସଂସଦ ଓ ବିଧାନସଭା ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିଜେଡି ସାଂସଦ ଓ ବିଧାୟକମାନେ ଧାରଣା ଦେଇଛନ୍ତି। ବିଧାନସଭା ବାହାରେ ଧାରଣା ଦେବା ପୂର୍ବରୁ ବିଜେଡି ବିଧାୟକମାନେ ଗୃହ ମଧ୍ୟରେ ନିଜ ନିଜ ଆସନରେ ଛିଡ଼ା ହୋଇ ପୋଲାଭରମ୍ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରିଥିଲେ। ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ପୋଲାଭରମ୍ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ରାଜ୍ୟ ସରକାର ରଖନ୍ତୁ ବୋଲି ଦାବି କରାଯାଇଛି।

ବିଜେଡି ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ ବହୁ ବର୍ଷ ହେଲାଣି ପୋଲାଭରମ୍ ପ୍ରକଳ୍ପକୁ ବିରୋଧ କରାଯାଇଆସୁଛି। ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯିବ। ଶହ ଶହ ଗାଁ ଲୋକେ ତାଙ୍କର ସବୁ କିଛି ହରାଇବେ। ପୁଣି ପୋଲାଭରମ୍ ଡ୍ୟାମର ଉଚ୍ଚତା ମଧ୍ୟ ବଢ଼ାଇ ଦିଆଯାଇଛି। ଏହାକୁ ବି ବିଜେଡି ବିରୋଧ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଥର କେନ୍ଦ୍ର ସରକାରଙ୍କ ନିକଟରେ ଏ ପ୍ରସଙ୍ଗ ଉଠାଇଛନ୍ତି। ଏବେ ଏ ପ୍ରସଙ୍ଗରେ କୋର୍ଟରେ ମାମଲା ମଧ୍ୟ ଚାଲିଛି। ତା’ସତ୍ତ୍ୱେ କେନ୍ଦ୍ର ସରକାର ଏହି ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେଉଛନ୍ତି।

ସେହିପରି ବିଜେଡିର ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି କହିଛନ୍ତି ଯେ ଦେଶର ବିକାଶ ପାଇଁ ସମସ୍ତ ଯୋଜନାକୁ ସ୍ୱାଗତ କରାଯିବ। ସେଥିରେ କିଛି ବାଧା ନାହିଁ। କିନ୍ତୁ ଓଡ଼ିଶାର ସ୍ୱାର୍ଥହାନି ହେଲା ଭଳି ସମସ୍ତ ପ୍ରସଙ୍ଗକୁ ବିରୋଧ କରାଯିବ।

ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି କହିଛନ୍ତି, ଓଡ଼ିଶାରେ ଜନଶୁଣାଣି କରା ନ ଯାଇ ପ୍ରକଳ୍ପ କାମ କରାଯାଉଛି। ୧୦୦୦ କୋଟି ଟଙ୍କା ଆଲଟମେଣ୍ଟ ଲାଗି କେନ୍ଦ୍ର ସରକାର ଆନ୍ଧ୍ର ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

କଂଗ୍ରେସ ସାଂସଦ ଚିରଞ୍ଜିବ ବିଶ୍ୱାଳ କହିଛନ୍ତି, ରାଜ୍ୟ ସରକାର ଠିକ୍ ତଥ୍ୟ ଦେଉନାହାନ୍ତି। ସୁପ୍ରିମକୋର୍ଟରେ ରାଜ୍ୟ ସରକାର କେସ କଲେ, ହେଲେ ଭଲଭାବେ ଫାଇଟ କଲେନାହିଁ। ଏସଏଲପି ଏବେ ଡିଫେଣ୍ଡ ହୋଇଯାଇଛି। ରାଜ୍ୟ ସରକାର କେବଳ ଉପର ଠାଉରିଆ ଭାବେ ବିରୋଧ କରୁଛନ୍ତି।

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ରାଜ୍ୟ ସରକାର ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଏପରି କରୁଛନ୍ତି। ରାଜ୍ୟରେ ଚାଷୀ ଆତ୍ମହତ୍ୟା ଓ ଧାନକିଣା ଅବ୍ୟବସ୍ଥା ଉପରୁ ନଜର ହଟାଇବା ପାଇଁ ପୋଲାଭରମକୁ ବିଜେଡି ଇସ୍ୟୁ କରୁଛି।

ବରିଷ୍ଠ ବିଜେଡି ନେତା ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଯେ ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ୨୭ ଗାଁ ଜଳମଗ୍ନ ହୋଇଯିବ। ୨୦୦୦ ହେକ୍ଟର ଚାଷ ଜମି ଜଳରେ ବୁଡ଼ି ଯିବ। ସବୁଠୁ ବଡ଼ ଚିନ୍ତାରକାରଣ ହେଉଛି ଏଥିଯୋଗୁଁ ଆଦିବାସୀମାନେ ପ୍ରଭାବିତ ହେବେ। ତେଣୁ ଏହି ପ୍ରକଳ୍ପକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ବିଜେଡି ଦାବି କରୁଛି। କେନ୍ଦ୍ର ସରକାର ଏହାକୁ ବନ୍ଦ କରି ଦେଇ ବିକଳ୍ପ ଚିନ୍ତା କରିବା ଆବଶ୍ୟକ।

ପଞ୍ଚାୟତ ରାଜ୍ ଓ ଆଇନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କର ଓଡ଼ିଶା ପ୍ରତି ବୈମାତୃକ ମନୋଭାବର ଆଉ ଏକ ନମୁନା। ପୋଲାଭରମ୍ ପ୍ରକଳ୍ପର ପ୍ରସ୍ତାବିତ ଉଚ୍ଚତାକୁ ପରବର୍ତ୍ତୀ ସମୟରେ ବଢ଼ାଇ ଦିଆଯାଇଛି। ଏଥିଯୋଗୁଁ ଓଡ଼ିଶାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯିବ। ତେଣୁ ପ୍ରକଳ୍ପଟିକୁ ବନ୍ଦ କରିବାକୁ ବିଜେଡି ଦୃଢ଼ ଦାବି ଜଣାଇ ଆଜି ପ୍ରତିବାଦ କରୁଛି। ଦଳର ଅନ୍ୟତମ ନେତା ତଥା ମନ୍ତ୍ରୀ ରମେଶ ମାଝି କହିଛନ୍ତି ଯେ କେବଳ ମାଲକାନଗିରି ଜିଲ୍ଲା ନୁହେଁ ରାୟଗଡା ଜିଲ୍ଲାର ଗୁଣୁପୁରରେ ମଧ୍ୟ କ୍ଷତି ଘଟିବ ବୋଲି ଅନୁମାନ କରାଯାଉଛି। ଏଠାରେ ଆଦିମ ଜନଜାତି ବଣ୍ଡା ଓ ଡିଡା ରହୁଛନ୍ତି। ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପ୍ରକଳ୍ପକୁ ବନ୍ଦ କରାଯାଉ। ପୋଲାଭରମ ପ୍ରକଳ୍ପକୁ ନେଇ ବିଜେଡି ଆଗାମୀ ଦିନରେ ଏମିତି ଆନ୍ଦୋଳନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନେବ।

ବିବାଦୀୟ ପୋଲାଭରମ ପ୍ରକଳ୍ପର ସମସ୍ତ ଖର୍ଚ୍ଚ କେନ୍ଦ୍ର ବହନ କରିବ ବୋଲି ସୋମବାର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ରାଜ୍ୟସଭାରେ କହିବା ପରେ ଲୋକସଭାରେ ବିଜେଡି ବିରୋଧକୁ ଜୋରଦାର କରିଥିଲା।  ପ୍ରକଳ୍ପ ନିର୍ମାଣ କାମ ଉପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର କଟକଣା ସତ୍ତ୍ୱେ କେନ୍ଦ୍ର ସରକାର କିଭଳି ଏଥିପାଇଁ  ଅର୍ଥ ମଂଜୁର କଲେ ବୋଲି ଗତକାଲି ସାଂସଦ ଭର୍ତ୍ତୃହରି ମହତାବ ଓ  ପ୍ରସନ୍ନ ପାଟ୍ଟଶାଣୀ ପ୍ରଶ୍ନ କରିଥିଲେ। ରାଜ୍ୟସଭାରେ ମଧ୍ୟ ବିଜେଡି ସାଂସଦମାନେ ଏହି ପ୍ରସଙ୍ଗ ଉଠାଇବେ। ଗତକାଲି ବିଧାନସଭାର ଶୂନ୍ୟକାଳରେ ବିଜେଡି ବିଧାୟକ ପୋଲାଭରମ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ।

ଅନ୍ୟପକ୍ଷରେ ବିଜେପିର ରାଜ୍ୟ ସଭାପତି ତଥା ବିଧାୟକ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ ପୋଲାଭରମ ନେଇ ସରକାର ଏକ କମିଟି ଗଠନ କରିଥିଲେ। ଏଥିରେ ବିଜେପିର ୨ ଜଣ ସଦସ୍ୟ ମଧ୍ୟ ଥିଲେ। କିନ୍ତୁ କମିଟି ଗଠନର ବର୍ଷେରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏଯାବତ ଥରେ ବି ପ୍ରଭାବିତ ଅଞ୍ଚଳ ଗସ୍ତରେ ଯାଇପାରିଲା ନାହିଁ। ପୁଣି ସେଠାକୁ ସର୍ଭେ କରିବାକୁ ଯାଇଥିବା ଅଫିସରମାନେ ମଧ୍ୟ କିଛି ରିପୋର୍ଟ ଦେଲେ ନାହିଁ। ସରକାର ଏପର୍ଯ୍ୟନ୍ତ ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ଓଡ଼ିଶାର କେତେ କ୍ଷୟକ୍ଷତି ହେବ ସେ ନେଇ ତଥ୍ୟ ଦେଇ ପାରିଲେ ନାହିଁ।  ତେବେ କଂଗ୍ରେସ ଉଭୟ ବିଜେଡି ଓ ବିଜେପିକୁ ସମାଲୋଚନା କରିଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ପୋଲାଭରମ ନେଇ ବିଜେଡି ରାଜନୀତି କରୁଛି। ଏପର୍ଯ୍ୟନ୍ତ କ୍ଷୟକ୍ଷତି ଆକଳନ କରିପାରିଲେ ନାହିଁ। ସେହିଭଳି ବିଜେପି ତ ଏବେ କେନ୍ଦ୍ରରେ ଶାସନରେ ଅଛି। ସେମାନେ ତ ପୂର୍ବରୁ ଏହି ପ୍ରକଳ୍ପକୁ ବିରୋଧ କରୁଥିଲେ। ଏବେ ସେମାନେ କାହିଁକି କିଛି କରୁ ନାହାନ୍ତି। କଂଗ୍ରେସ ପୋଲାଭରମ୍ ପ୍ରକଳ୍ପକୁ ବିରୋଧ କରୁ ନାହିଁ। ଓଡ଼ିଶାର ଯେପରି କିଛି କ୍ଷୟକ୍ଷତି ହେବ ନାହିଁ ସେଥିପ୍ରତି ଧ୍ୟାନ ଦେବାକୁ ଦାବି କରି ଆସିଛି। ପୂର୍ବରୁ କଂଗ୍ରେସ ଏନେଇ ଦୃଢ଼ଦାବି ଜଣାଇଛି। ବିରୋଧୀ ଦଳ ମୁଖ୍ୟ ସାଶନ ସଚେତକ ତାରା ପ୍ରସାଦ ବାହିନୀପତି କହିଛି, ନବୀନ ବାବୁ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରନ୍ତୁ। ଦରକାର ପଡିଲେ ଓଡ଼ିଶାବାସୀ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ଜଣାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story