ପୋଲିସକୁ ଗିରଫ କଲା ପୋଲିସ: ପଢ଼ନ୍ତୁ କଣ ଥିଲା ଅପରାଧ
ବାରିପଦା (ଓଡ଼ିଶା ରିପୋର୍ଟର): ଭାରତୀୟ ସମ୍ୱିଧାନରେ ଆଇନ୍ ସମସ୍ତ ପାଇଁ ସମାନ। ସିଏ ଜଣେ ସାଧାରଣ ଲୋକ ହେଉ ବା ପୋଲିସ। କାହାକୁ ପକ୍ଷପାତିତା କରାଯାଇପାରିବ ନାହିଁ। ଆଜି ଏପରି ଏକ ଘଟଣା କ୍ରମରେ ଜଣେ ଥାନା ଅଧିକାରୀଙ୍କୁ ଗିରଫ କରିଛି ପୋଲିସ। ମୟୂରଭଞ୍ଜ ଜିଲ୍ଲାରେ ଏପରି ଘଟଣା ଘଟିଛି।
ଗତକାଲି ରାତିରେ ତିରିଂ ଥାନା ଅଧିକାରୀ ଚନ୍ଦ୍ରମୋହନ ସିଂ ନିଜ କାରରେ ବାରିପଦା ଅଭିମୁଖେ ଯାଉଥିଲେ। ବାଙ୍ଗିରିପୋଷିର ସିମଳା ନିକଟରେ ଶ୍ରୀ ସିଂଙ୍କ କାର ବିପରିତ ଦିଗରୁ ଆସୁଥିବା ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏନେଇ ବାଙ୍ଗିରିପୋଷି ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତିରିଂ ଥାନା ଅଧିକାରୀ ଚନ୍ଦ୍ରମୋହନ ସିଂଙ୍କୁ ଗିରଫ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।