କଟକ: ଡିଜିପି ଅଫିସ୍‌ ଆଗରେ ପୋଲିସ୍‌-ବିଜେପି କର୍ମୀ ଧସ୍ତାଧସ୍ତି

କଟକ: ଭୁବନେଶ୍ୱର ବନ୍ଦ ପାଳନ ବେଳେ ଦଳୀୟ କର୍ମୀଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ବିଜେପି ପକ୍ଷରୁ ଆଜି କଟକରେ ପୋଲିସ ଡିଜିଙ୍କ ଅଫିସ୍‌ ଘେରାଉ କରାଯାଇଥିଲା। ବିଜେପି କର୍ମୀମାନେ ଡିଜିପି ଅଫିସ୍‌କୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ପରେ ଅତିରିକ୍ତ ଡିଜିପି ଆସି ଆନ୍ଦୋଳନକାରୀ ବିଜେପି ନେତାଙ୍କୁ ବୁଝାଶୁଝା କରିବା ସହ ଦାବିପତ୍ର ଗ୍ରହଣ କରିଥିଲେ। ଓଡ଼ିଆ ବଜାରରୁ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଡିଜିପିଙ୍କ ଅଫିସ୍‌ ଆଗରେ ପହଞ୍ଚିବା […]

ctc

ctc

Rakesh Mallick
  • Published: Thursday, 22 December 2016
  • Updated: 22 December 2016, 03:21 PM IST

ctcକଟକ: ଭୁବନେଶ୍ୱର ବନ୍ଦ ପାଳନ ବେଳେ ଦଳୀୟ କର୍ମୀଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ବିଜେପି ପକ୍ଷରୁ ଆଜି କଟକରେ ପୋଲିସ ଡିଜିଙ୍କ ଅଫିସ୍‌ ଘେରାଉ କରାଯାଇଥିଲା। ବିଜେପି କର୍ମୀମାନେ ଡିଜିପି ଅଫିସ୍‌କୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ପରେ ଅତିରିକ୍ତ ଡିଜିପି ଆସି ଆନ୍ଦୋଳନକାରୀ ବିଜେପି ନେତାଙ୍କୁ ବୁଝାଶୁଝା କରିବା ସହ ଦାବିପତ୍ର ଗ୍ରହଣ କରିଥିଲେ।

ଓଡ଼ିଆ ବଜାରରୁ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଡିଜିପିଙ୍କ ଅଫିସ୍‌ ଆଗରେ ପହଞ୍ଚିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବିଜେପି ନେତା ସମୀର ଦେ କହିଛନ୍ତି,“ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କଟକ ଆସିବେ। ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ତାଙ୍କୁ ବିରୋଧ କରାଯିବ। ମେୟରଙ୍କୁ ତୁରନ୍ତ ଗିରଫ କରାଯିବା ସହ ଗତକାଲି ଆମର ଆନ୍ଦୋଳନ ବେଳେ ଯେଉଁମାନେ ଗୁଳି ଫୁଟାଇ ଗୁଣ୍ଡାରାଜ କରିଛନ୍ତି ସେମାନଙ୍କୁ ଗିରଫ କରାଯାଉ।”

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି,“ଦୁଇଟି ଦାବି ନେଇ ଆମେ ଡିଜିପିଙ୍କ ପାଖକୁ ଆସିଥିଲୁ। ପ୍ରଥମ ଦାବି ଥିଲା ରିଷିଙ୍କ ହତ୍ୟାକାରୀଙ୍କୁ ଗିରଫ କରାଯାଉ। ମେ ୫ରୁ ରିଷିଙ୍କୁ ହତ୍ୟା କରାଯାଇଥିବା ବେଳେ ହତ୍ୟାକାରୀ ଭୁବନେଶ୍ୱରରେ ଆରାମରେ ବୁଲୁଛନ୍ତି। ଗତକାଲି ବିଜେପି କର୍ମୀଙ୍କୁ ଆକ୍ରମଣ ଘଟଣା ପଛରେ ଏହି ହତ୍ୟାକାରୀ ମୁଖ୍ୟ ନାୟକ ଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ଓ ପୋଲିସ ଗିରଫ କରୁ। ଦ୍ୱିତୀୟ ଦାବି ହେଲା ଗତକାଲି ଯେଉଁମାନେ ଗୁଣ୍ଡାରାଜ କରିବା ସହ ମରଣାନ୍ତକ ଆକ୍ରମଣ କଲେ ତାଙ୍କୁ ଗିରଫ କରାଯାଉ।”

ସେ କହିଛନ୍ତି,“ଆମ ଦାବିପତ୍ର ନେବାକୁ ଡିଜିପି ନିଜେ ଆସିଲେ ନାହିଁ। ଗତକାଲିଠାରୁ ଆମେ ଦାବିପତ୍ର ଦେବୁ ବୋଲି କହିଥିଲୁ ହେଲେ ଡିଜିପି ଆମ ସହ କଥା ହେବାକୁ ଆସିଲେ ନାହିଁ। ଏହା ଦୋଷୀଙ୍କୁ ପୋଲିସ ସମର୍ଥନ କରୁଥିବା ପ୍ରମାଣିତ କରୁଛି। ମେୟର ଗିରଫ ହେବା ପର୍ଯ୍ୟନ୍ତ ବିଜେପି ତା’ର ଆନ୍ଦୋଳନକୁ ତୀବ୍ରତର କରିବ।”

ଅତିରିକ୍ତ ଡିଜିପି କହିଛନ୍ତି,“ବିଜେପିର ରାଜ୍ୟ ଓ କର୍ମକର୍ତ୍ତାମାନେ ଦାବିପତ୍ର ଦେଇଛନ୍ତି। ଡିଜିପି ଓ ବରିଷ୍ଠ ଅଧିକାରୀ ଏହାର ସମୀକ୍ଷା କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ବିଜେପିର ବରିଷ୍ଠ ନେତା ଦିଲୀପ ମଲ୍ଲିକ କହିଛନ୍ତି,“ଛାତ୍ର ହତ୍ୟା ଓ ବିବାଦୀୟ ଭିଡିଓ ସହ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ସମ୍ପୃକ୍ତ ଅଛନ୍ତି। ପୋଲିସ ତାଙ୍କୁ ଘଣ୍ଟ ଘୋଡାଉଛି। ଗତକାଲି ବିଜେପି ଆନ୍ଦୋଳନ କରିବାକୁ ଅନୁମତି ନେଇଥିଲା। ଆମ କାର୍ଯ୍ୟକର୍ତ୍ତା ଶାନ୍ତିଶୃଙ୍ଖଳାର ସହ ପିକେଟିଂ କରୁଥିବା ବେଳେ ବିଜେଡିର ଗୁଣ୍ଡାମାନେ ଆକ୍ରମଣ କଲେ। ଏଥିରେ କମିଶନରେଟ୍‌ ପୋଲିସ ସେମାନଙ୍କୁ ସହଯୋଗ କଲା। ଏହା ଅତ୍ୟନ୍ତ ଦୁଃଖ ଦାୟକ। କେବଳ ଭୁବନେଶ୍ୱର ନୁହେଁ ସାରା ରାଜ୍ୟ ଅସୁରକ୍ଷିତ ଅବସ୍ଥାରେ ରହିଛି। ଗତକାଲି ଯେଉଁ ଘଟଣା ଘଟିଥିଲା ସେଥିପାଇଁ କମିଶନରେଟ୍‌ ପୋଲିସ ସମ୍ପୂର୍ଣ୍ଣ ଭାବେ ଦାୟୀ। ଡିଜିପି ଆମ ଦାବି ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ବିଜେପି ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବ।”

ବିଜେପି ରାଜ୍ୟ ଯୁବମୋର୍ଚ୍ଚ ଉପସଭାପତି ସିକନ୍ଦର ଅଲ୍ଲୀ କହିଛନ୍ତି,“ଗତକାଲି ଘଟଣାରେ ଆମେ ମାଡ଼ ଖାଇଛୁ ଓ ମାଡ଼ ଦେଇଛୁ। ବିଜେଡି କର୍ମୀମାନେ ଏପରି ଗୁଣ୍ଡାରାଜ ବନ୍ଦ କରନ୍ତୁ। ଗତକାଲି ବିଜେପି କର୍ମୀ କାଷ୍ଟିଂ ଦେଖାଇ ଥିଲେ ଆଗାମୀ ଦିନରେ ପୁରା ଫିଲ୍ମ ଦେଖାଇବେ। ଏ ସରକାର ଗୁଣ୍ଡା ଲଗାଇ ବିରୋଧୀଙ୍କ ସ୍ୱରକୁ ଚାପି ଦେବାକୁ ଚାହୁଁଛି। ଏହାକୁ ବିଜେପି ବରଦାସ୍ତ କରିବ ନାହିଁ। ଆସନ୍ତାକାଲି ସୁଦ୍ଧା ମେୟର ଓ ଆକ୍ରମଣ କରିଥିବା ବିଜେଡି କର୍ମୀ ଗିରଫ ନ ହେଲେ ମୁଖ୍ୟମନ୍ତ୍ରୀଙ୍କୁ କଟକ ମାଟିରେ ପୁରାଇ ଦେବୁନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story