ମହିମା ମିଶ୍ରଙ୍କ ଘର, ହୋଟେଲ୍ ଓ ଫାର୍ମହାଉସ୍‌ରେ ପୋଲିସ୍‌ର ଚଢ଼ାଉ

ଭୁବନେଶ୍ୱର: ପାରାଦୀପ ସିୱେଜ୍ ସିପିଂ କଂପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଆଜି ଭୋରରେ ଜଗତସିଂହପୁର ପୋଲିସ୍ ପକ୍ଷରୁ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ର ମାଲିକ ମହିମା ମିଶ୍ରଙ୍କ ଘର, ହୋଟେଲ୍ ଓ ଫାର୍ମ ହାଉସ୍‌ରେ ଚଢ଼ାଉ କରାଯାଇଛି। କଟକର ଓଡ଼ିଆ ବଜାର ସ୍ଥିତ ତାଙ୍କ ଘରେ ଚଢ଼ାଉ କରାଯାଇଥିବା ବେଳେ ଭୁବନେଶ୍ୱରସ୍ଥିତ ହୋଟେଲ୍ ଏମ୍ପାୟାରରେ ଚଢ଼ାଉ କରାଯାଇଥିଲା। ନିଶ୍ଚିନ୍ତକୋଇଲି ସ୍ଥିତ ତାଙ୍କ ଫାର୍ମ ହାଉସ୍‌ରେ ମଧ୍ୟ ପୋଲିସ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ […]

mahima

mahima

Rakesh Mallick
  • Published: Saturday, 26 November 2016
  • Updated: 26 November 2016, 10:44 AM IST

mahimaଭୁବନେଶ୍ୱର: ପାରାଦୀପ ସିୱେଜ୍ ସିପିଂ କଂପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଆଜି ଭୋରରେ ଜଗତସିଂହପୁର ପୋଲିସ୍ ପକ୍ଷରୁ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ର ମାଲିକ ମହିମା ମିଶ୍ରଙ୍କ ଘର, ହୋଟେଲ୍ ଓ ଫାର୍ମ ହାଉସ୍‌ରେ ଚଢ଼ାଉ କରାଯାଇଛି। କଟକର ଓଡ଼ିଆ ବଜାର ସ୍ଥିତ ତାଙ୍କ ଘରେ ଚଢ଼ାଉ କରାଯାଇଥିବା ବେଳେ ଭୁବନେଶ୍ୱରସ୍ଥିତ ହୋଟେଲ୍ ଏମ୍ପାୟାରରେ ଚଢ଼ାଉ କରାଯାଇଥିଲା। ନିଶ୍ଚିନ୍ତକୋଇଲି ସ୍ଥିତ ତାଙ୍କ ଫାର୍ମ ହାଉସ୍‌ରେ ମଧ୍ୟ ପୋଲିସ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ଜଣାପଡ଼ିଛି।

ସିୱେଜ୍ ସିପିଂ କଂପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ମାମଲାରେ ପୋଲିସ୍ ମହିମା ମିଶ୍ରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ଏହି ହତ୍ୟାକାଣ୍ଡରେ ମହିମା ମିଶ୍ରଙ୍କ କଂପାନୀ ଓଏସ୍‌ଏଲ୍‌ର ସଂପୃକ୍ତି ଥିବା ନେଇ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ୍‌ ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଶ୍ରମିକ ନେତା ତଥା କଂଗ୍ରେସ ନେତା ବାପି ସର୍ଖେଲ। ରାକେଶ ଚୌବେଙ୍କ ବୟାନ ଆଧାରରେ ବାପିଙ୍କୁ ଗିରଫ କରିଛି ପୋଲିସ୍।

ମହିମା ମିଶ୍ର ଓ ତାଙ୍କ ପୁଅ ଚର୍ଚ୍ଚିତଙ୍କ ବନ୍ଧୁକ ଲାଇସେନ୍ସକୁ ପୋଲିସ୍ ରଦ୍ଦ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos