ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ୍

ବ୍ରହ୍ମପୁର: ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଅପରାଧୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ  ଗିରଫ ହୋଇଥିବା ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ଅଧିକ ପଚରାଉଚରା କରିବା ପାଇଁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ୍। ରମେଶଙ୍କୁ ୧୪ଦିନ ଲାଗି ରିମାଣ୍ଡରେ ନେବାକୁ ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ଆବେଦନ କରିଥିଲା ପୋଲିସ୍। ତେବେ କୋର୍ଟ ୫ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ଆଜି ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବ୍ରହ୍ମପୁର ମଣ୍ଡଳ କାରାଗାରାରୁ […]

ramesh

ramesh

Rakesh Mallick
  • Published: Wednesday, 09 March 2016
  • Updated: 09 March 2016, 07:56 AM IST

Sports

Latest News

ramesh jenaବ୍ରହ୍ମପୁର: ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଅପରାଧୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ  ଗିରଫ ହୋଇଥିବା ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ଅଧିକ ପଚରାଉଚରା କରିବା ପାଇଁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ୍। ରମେଶଙ୍କୁ ୧୪ଦିନ ଲାଗି ରିମାଣ୍ଡରେ ନେବାକୁ ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ଆବେଦନ କରିଥିଲା ପୋଲିସ୍। ତେବେ କୋର୍ଟ ୫ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ଆଜି ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବ୍ରହ୍ମପୁର ମଣ୍ଡଳ କାରାଗାରାରୁ ପୋଲିସ୍ ରିମାଣ୍ଡରେ ନେଇଛି। ତାଙ୍କୁ ଗୋପାଳପୁର ଥାନାକୁ ନିଆଯାଇଛି। ସେଠାରେ ତାଙ୍କୁ ଜେରା କରାଯାଉଛି।

ରମେଶଙ୍କୁ ଭେଟିବାକୁ ତାଙ୍କ ପରିବାର ଲୋକଙ୍କୁ ଅନୁମତି ଦିଆଯାଇଛି। ପ୍ରତିଦିନ ତାଙ୍କ ପରିବାର ଲୋକେ ଓ ତାଙ୍କ ଓକିଲ ତାଙ୍କୁ ଅଧଘଣ୍ଟା ପାଇଁ ଭେଟି ପାରିବେ।

ରମେଶ ଜେନା କହିଛନ୍ତି,“ମୋତେ ମିଥ୍ୟା ମାମଲାରେ ଫସାଇ ଦିଆଇଯାଇଛି। ମୋ ପରିବାରକୁ ହଇରାଣ କରାଯାଉଛି।”

ରମେଶଙ୍କ ବିରୋଧରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା, ବୋମାମାଡ଼, ଅପରାଧିକ ଷଡ଼ଯନ୍ତ୍ର ଓ ଅପରାଧିକୁ ଆଶ୍ରୟ ଦେବା ଅଭିଯୋଗରେ ମାମଲା ରହିଛି। ବାଲିଘାଟ ନିଲାମ, ବିଲଡର୍ସଙ୍କଠାରୁ ଦାଦାବଟି ଆଦାୟ, ଟେଣ୍ଡର ଫିକ୍ସିଂ ଏବଂ ବେଆଇନ ଅସ୍ତ୍ରଶସ୍ତ୍ର କାରବାର କ୍ଷେତ୍ରରେ ରମେଶଙ୍କ ସଂପୃକ୍ତି ଅଭିଯୋଗ ନେଇ ବ୍ରହ୍ମପୁର ପୋଲିସ୍ ଖୋଳତାଡ଼ ଜାରି ରଖିଛି। ରିମାଣ୍ଡରେ ନେବା ପରେ ପୋଲିସ୍ ଏସବୁ ଅଭିଯୋଗକୁ ନେଇ ରମେଶଙ୍କୁ ଜେରା କରିବ। ପୋଲିସ୍ ରମେଶଙ୍କୁ ଗତ ୬ ତାରିଖରେ ଗିରଫ କରିଥିଲା। ବ୍ରହ୍ମପୁର ପୋଲିସ୍ ତାଙ୍କୁ ସେହିଦିନ ଭୁବନେଶ୍ୱରରୁ ଉଠାଇ ନେଇ ଅଟକ ରଖିବା ପରେ ଗିରଫ କରିଥିଲା। ତାଙ୍କ ସହିତ ତାଙ୍କ ବାପା ଓ ଅନ୍ୟ ଦୁଇ ସହଯୋଗୀ ବାପି ଓ ଜ୍ୟାକିଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି।

ରମେଶଙ୍କ ଗିରଫଦାରୀକୁ ବିରୋଧ କରି ମାର୍ଚ୍ଚ ୧୧ ତାରିଖରେ କଂଗ୍ରେସ ପକ୍ଷରୁ ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟ ଘେରାଉ କରାଯିବାକୁ ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos