ଆଳୁ ଉତ୍ପାଦନ ୩୦ ପ୍ରତିଶତ କମିଛି: ମନ୍ତ୍ରୀ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର: ଆଳୁ ଦର ନିୟନ୍ତ୍ରଣ ନେଇ ମଙ୍ଗଳବାର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ବୈଠକ ପରେ ମନ୍ତ୍ରୀ ଦାସବର୍ମା ସୂଚନା ଦେଇ କହିଛନ୍ତି, “ପରିବର୍ତ୍ତିତ ଜଳବାୟୁ ଯୋଗୁଁ ଚଳିତବର୍ଷ ଆଳୁ ଉତ୍ପାଦନ ୩୦ ପ୍ରତିଶତ ହ୍ରାସ ପାଇଛି। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ଖୁଚୁରା ଦର ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।” ବୈଠକରେ ଖାଦ୍ୟ ଓ ଯୋଗାଣ, କୃଷି ଏବଂ ସମବାୟ ବିଭାଗ ବରିଷ୍ଠ […]

sanjaya dasbarma

sanjaya dasbarma

Rakesh Mallick
  • Published: Tuesday, 08 March 2016
  • Updated: 08 March 2016, 05:20 PM IST

Sports

Latest News

ଭୁବନେଶ୍ୱର: ଆଳୁ ଦର ନିୟନ୍ତ୍ରଣ ନେଇ ମଙ୍ଗଳବାର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ବୈଠକ ପରେ ମନ୍ତ୍ରୀ ଦାସବର୍ମା ସୂଚନା ଦେଇ କହିଛନ୍ତି, “ପରିବର୍ତ୍ତିତ ଜଳବାୟୁ ଯୋଗୁଁ ଚଳିତବର୍ଷ ଆଳୁ ଉତ୍ପାଦନ ୩୦ ପ୍ରତିଶତ ହ୍ରାସ ପାଇଛି। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ଖୁଚୁରା ଦର ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”

ବୈଠକରେ ଖାଦ୍ୟ ଓ ଯୋଗାଣ, କୃଷି ଏବଂ ସମବାୟ ବିଭାଗ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ବର୍ତ୍ତମାନ ଆଳୁ ଦର ୧୬ ଟଙ୍କା ଉପରେ ରହୁଥିବା ବେଳେ ଦର କିପରି ନିୟନ୍ତ୍ରଣ କରାଯାଇପାରିବ, କଳାବଜାରୀଙ୍କୁ କିଭଳି ରୋକାଯିବ ସେ ନେଇ ଆଜିର ବୈଠକରେ ଆଲୋଚନା ହୋଇଥିଲା।

ଆଳୁ ମିଶନ୍‌ରେ ଚଳିତବର୍ଷ ୩୦ ହଜାର ହେକ୍ଟର ଜମିକୁ ସାମିଲ କରାଯାଇଥିଲା। ତେବେ ପ୍ରତିକୂଳ ପାଗ ଯୋଗୁଁ ଉତ୍ପାଦନ ହ୍ରାସ ପାଇଛି ଓ ଏହାର ଭରଣା ଲାଗି ବିକଳ୍ପ ବ୍ୟବସ୍ଥା କରାଯାଉଛି ବୋଲି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି।

ଆଳୁ ଦରକୁ ଦେଖି ସାଧାରଣ ଖାଉଟିଙ୍କ ଚିନ୍ତା ବଢିଯାଇଛି। ଗତବର୍ଷ ରାଜ୍ୟରେ ଆଳୁ କେଜି ୪୦ରୁ ଊର୍ଦ୍ଧ୍ୱ ଟଙ୍କାକୁ ଟପି ଯାଇଥିଲା। ସ୍ଥିତି ଏପରି ହୋଇଥିଲା ଯେ, ରୋଷେଇ ଘରୁ ଆଳୁ ଉଭାନ ହୋଇଯାଇଥିଲା। ଗୋଟିଏ ପଟେ ପଶ୍ଚିମବଙ୍ଗ ସରକାରଙ୍କ ଦାଦାଗିରି ଓ ଅନ୍ୟପକ୍ଷରେ ସରକାରଙ୍କ ଅପାରଗତା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story