ବିଦ୍ୟୁତକାଟ ନ କରିବାକୁ ସରକାରଙ୍କ ଆକ୍ସନ ପ୍ଲାନରେ ଆଜି ଲାଗିବ ମୋହର

ଭୁବନେଶ୍ୱର: ଖରାଦିନେ ଏଥର ପାୱାରକଟ୍ ନ ହୋଇପାରେ। ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ଆକ୍ସନ ପ୍ଲାନ୍। ଆଜି ବସିବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ଆକ୍ସନ ପ୍ଲାନରେ ଲାଗିବ ମୋହର। ସଂରକ୍ଷିତ ଜଳ, ପାୱାର ବ୍ୟାଙ୍କିଂ ଓ ଆବଶ୍ୟକ ହେଲେ ପାୱାର କିଣି ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଇ ଦେବାକୁ ଏଥିରେ ଯୋଜନା କରାଯାଇଛି।

ଆଜି ବସିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶକ୍ତି, ଜଳସମ୍ପଦ, ଓଏଚପିସି, ଗ୍ରୀଡକୋର ଅଧିକାରୀମାନେ ଯୋଗଦେବେ। ବୈଠକରେ ବିଦ୍ୟୁତକାଟ୍ ନ କରିବା ପାଇଁ ପ୍ରସ୍ତୁତ ଆକ୍ସନ ପ୍ଲାନ ଉପରେ ବିସ୍ତୃତ ଆଲୋଚନା ହେବ ବୋଲି ଗ୍ରୀଡକୋ ସିଏମଡି ହେମନ୍ତ ଶର୍ମା କହିଛନ୍ତି।

ଜାନୁୟାରୀ ମାସରେ ପିକ୍ ଆୱାରରେ ୩୮୦୦ମେଗାୱାଟ୍, ଫେବୃୟାରୀରେ ୩୮୫୦, ମାର୍ଚ୍ଚରେ ୩୯୫୦, ଏପ୍ରିଲରେ ୪୦୫୦, ମେ ଓ ଜୁନ୍ ମାସରେ ୪ ୧୦୦ରୁ ୨୦୦ ମେଗାୱାଟ୍ ବିଦ୍ୟୁତ ଆବଶ୍ୟକ। ସଂରକ୍ଷିତ ଜଳ, ପାୱାର ବ୍ୟାଙ୍କିଂ ଓ ନୂଆ ଇଣ୍ଡିଡିପେଣ୍ଡେଟ୍ ପାୱାର ପ୍ରଡ୍ୟୁସରଙ୍କଠାରୁ ବିଦ୍ୟୁତ୍ ଆଣି ସରକାର ସଠିକ ପରିଚାଳନା କରିବେ। ପଞ୍ଜାବ ଓ ଦିଲ୍ଲୀରୁ ୨୦୦ ମେଗାୱାଟ୍ ପାୱାର ବ୍ୟାଙ୍କିଂ ମାଧ୍ୟମରେ ଆଣିବାକୁ ଯୋଜନା କରାଯାଇଛି। ଆବଶ୍ୟକ ପଡିଲେ ରାଜ୍ୟ ସରକାର ପାୱାର କିଣିପାରନ୍ତି ବୋଲି ଶକ୍ତି ବିଭାଗର ଅତିରିକ୍ତ ସଚିବ ସଂଗ୍ରାମଜିତ୍ ନାୟକ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।