ଉପଭୋକ୍ତାଙ୍କୁ ସାମୟିକ ଆଶ୍ୱସ୍ତି, ବଢ଼ିବନି ବିଜୁଳି ଦର

ଭୁବନେଶ୍ୱର: ବିଜୁଳି ଉପଭୋକ୍ତାଙ୍କୁ ସାମନ୍ୟ ଆଶ୍ୱସ୍ତି। ବଢ଼ିବନି ବିଜୁଳି ଦର। ଏନେଇ OHPC, OPGC ଓ ଗ୍ରୀଡକୋ ତରଫରୁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (OERC)ଙ୍କ ନିକଟରେ ଆବେଦନ କରାଯାଇଥିବା ବେଳେ  ଆଜି ମାମଲାର ଶୁଣାଣି ଶେଷ ହୋଇଛି । OHPC ଓ OPGCର ଆବେଦନକୁ OERC  ଖାରଜ କରି ଦେଇଛନ୍ତି। ଗ୍ରୀଡ଼କୋ କରିଥିବା ଆବେଦନର ରାୟ ପ୍ରକାଶ ପାଇନାହିଁ। ମାମଲା ଖାରଜ ପରେ ବିଜୁଳି ଦର ବୃଦ୍ଧି ନ ହେବା ନେଇ ଏକ ପ୍ରକାର ସ୍ପଷ୍ଟ […]

Rakesh Mallick
  • Published: Thursday, 26 October 2017
  • Updated: 26 October 2017, 01:50 PM IST

Sports

Latest News

ଭୁବନେଶ୍ୱର: ବିଜୁଳି ଉପଭୋକ୍ତାଙ୍କୁ ସାମନ୍ୟ ଆଶ୍ୱସ୍ତି। ବଢ଼ିବନି ବିଜୁଳି ଦର। ଏନେଇ OHPC, OPGC ଓ ଗ୍ରୀଡକୋ ତରଫରୁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (OERC)ଙ୍କ ନିକଟରେ ଆବେଦନ କରାଯାଇଥିବା ବେଳେ  ଆଜି ମାମଲାର ଶୁଣାଣି ଶେଷ ହୋଇଛି । OHPC ଓ OPGCର ଆବେଦନକୁ OERC  ଖାରଜ କରି ଦେଇଛନ୍ତି। ଗ୍ରୀଡ଼କୋ କରିଥିବା ଆବେଦନର ରାୟ ପ୍ରକାଶ ପାଇନାହିଁ।

ମାମଲା ଖାରଜ ପରେ ବିଜୁଳି ଦର ବୃଦ୍ଧି ନ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି। ଗତ ମାର୍ଚ୍ଚ ୨୩ ତାରିଖରେ ବିଦ୍ୟୁତ ଶୁଳ୍କ ୟୁନିଟ୍ ପିଛା ୧୦ ପଇସା ବୃଦ୍ଧି ହୋଇଥିଲା।  ଏହାର ୪ ମାସ ପରେ ଦର ସଂଶୋଧନ ଲାଗି OHPC, OPGC ଓ ଗ୍ରୀଡକୋ ଭଳି କିଛି ସଂସ୍ଥା ତରଫରୁ ରିଭ୍ୟୁପିଟିସନ୍ ଦାଖଲ କରାଯାଇଥିଲା। ଯେଉଁଥିରେ ବିଦ୍ୟୁତ ମୂଲ୍ୟ ୟୁନିଟ୍ ପିଛା ହାରାହାରି ୨ ଟଙ୍କା ଲେଖାଁଏ ବୃଦ୍ଧି କରିବାକୁ OERCଙ୍କ ନିକଟରେ ନିବେଦନ କରାଯାଇଥିଲା।  ଗତ ଅଗଷ୍ଟ ୧୬ରେ ରିଭ୍ୟୁ ପିଟିସନ ନେଇ ଶୁଣାଣି ହୋଇଥିବା ବେଳେ ଆଜି ଓଇଆର୍‌ସି  OHPC ଓ OPGCର ଆବେଦନକୁ ଖାରଜ କରି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos