କ୍ୟାପିଟାଲ୍ ହସ୍ପିଟାଲରେ ବିଧାୟକ ପ୍ରଭାତ ବିଶ୍ୱାଳ

ଭୁବନେଶ୍ୱର: ସି-ସୋର ଚିଟ୍‌ଫଣ୍ଡ୍‌ ଲିଙ୍କରେ ଗିରଫ ହୋଇଥିବା ବିଧାୟକ ପ୍ରଭାତ ବିଶ୍ୱାଳ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜେଲ ଡାକ୍ତରଙ୍କ ପରାମର୍ଶକ୍ରମେ ଗତକାଲି  ପ୍ରଭାତଙ୍କୁ ଝାରପଡ଼ା ଜେଲରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରଭାତଙ୍କ ରିମାଣ୍ଡ ଅବଧି ଆଜି ସରୁଥିବା ବେଳେ ଗତକାଲି ତାଙ୍କୁ କୋର୍ଟ ଫରୱାର୍ଡ କରିଥିଲା ସିବିଆଇ। ପ୍ରଭାତଙ୍କ ଓକିଲ ଏହାର ବିରୋଧ କରିବା ସହ ତାଙ୍କ ଦେହ ଅସୁସ୍ଥ ଥିବାରୁ କ୍ୟାପିଟାଲ୍ ହସ୍ପିଟାଲ୍‌କୁ ପଠାଯିବାକୁ ଅନୁରୋଧ କରିଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି […]

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 07:58 AM IST

Sports

Latest News

bjdଭୁବନେଶ୍ୱର: ସି-ସୋର ଚିଟ୍‌ଫଣ୍ଡ୍‌ ଲିଙ୍କରେ ଗିରଫ ହୋଇଥିବା ବିଧାୟକ ପ୍ରଭାତ ବିଶ୍ୱାଳ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜେଲ ଡାକ୍ତରଙ୍କ ପରାମର୍ଶକ୍ରମେ ଗତକାଲି  ପ୍ରଭାତଙ୍କୁ ଝାରପଡ଼ା ଜେଲରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରଭାତଙ୍କ ରିମାଣ୍ଡ ଅବଧି ଆଜି ସରୁଥିବା ବେଳେ ଗତକାଲି ତାଙ୍କୁ କୋର୍ଟ ଫରୱାର୍ଡ କରିଥିଲା ସିବିଆଇ। ପ୍ରଭାତଙ୍କ ଓକିଲ ଏହାର ବିରୋଧ କରିବା ସହ ତାଙ୍କ ଦେହ ଅସୁସ୍ଥ ଥିବାରୁ କ୍ୟାପିଟାଲ୍ ହସ୍ପିଟାଲ୍‌କୁ ପଠାଯିବାକୁ ଅନୁରୋଧ କରିଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ପ୍ରଭାତଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇବା ସହ ଜେଲ୍ ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ପ୍ରଭାତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ଅନୁଭବ କଲେ କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେଠାରେ ଜେଲ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଆଜି କୋର୍ଟରେ ପ୍ରଭାତଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି ହେବ। ସି-ସୋର ଲିଙ୍କ ମାମଲାରେ ଗତ ସୋମବାର ରାତିରେ ପ୍ରଭାତଙ୍କୁ ଗିରଫ କରିଥିଲା ସିବିଆଇ। କୋର୍ଟଙ୍କ ଅନୁମତି ପରେ ୫ ଦିନ ପାଇଁ ପ୍ରଭାତଙ୍କୁ ରିମାଣ୍ଡରେ ନେଇଥିଲା ସିବିଆଇ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos