ପ୍ରଦୀପ ମହାରଥୀଙ୍କ ଗାଡ଼ି ଉପରକୁ ପୁଣି ଅଣ୍ଡାମାଡ଼

ବଲାଙ୍ଗିର: ବଲାଙ୍ଗିର ଗସ୍ତରେ ଥିବା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଗାଡ଼ି ଉପରକୁ ଆଜି ପୁଣି ଥରେ ଅଣ୍ଡାମାଡ଼ ହୋଇଛି। ବଲାଙ୍ଗିର ଡିଆର୍‌ଡିଏ ଅଫିସକୁ ମନ୍ତ୍ରୀ ଯିବା ବେଳେ ଭାଗିରଥୀ ଛକରେ ବିଜେପି କର୍ମୀମାନେ ଅଣ୍ଡାମାଡ଼ କରିଥିଲେ। ସେହିପରି ଆଜି ସକାଳେ ମନ୍ତ୍ରୀ ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ଯୋଗ ଦେବାକୁ ଯାଉଥିବା ବେଳେ ରୁଗୁଡ଼ିପଡ଼ା ଛକରେ ବିଜେପି କର୍ମୀମାନେ  ତାଙ୍କୁ କଳାପତାକା  ପ୍ରଦର୍ଶନ ଉଦ୍ୟମ କରିଥିଲେ। ଏହି ମାମଲାରେ ୪ ଜଣ ବିଜେପି କର୍ମୀଙ୍କୁ ଗିରଫ […]

bolangir

bolangir

Rakesh Mallick
  • Published: Wednesday, 14 September 2016
  • Updated: 14 September 2016, 08:35 PM IST

Sports

Latest News

bolangirବଲାଙ୍ଗିର: ବଲାଙ୍ଗିର ଗସ୍ତରେ ଥିବା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଗାଡ଼ି ଉପରକୁ ଆଜି ପୁଣି ଥରେ ଅଣ୍ଡାମାଡ଼ ହୋଇଛି। ବଲାଙ୍ଗିର ଡିଆର୍‌ଡିଏ ଅଫିସକୁ ମନ୍ତ୍ରୀ ଯିବା ବେଳେ ଭାଗିରଥୀ ଛକରେ ବିଜେପି କର୍ମୀମାନେ ଅଣ୍ଡାମାଡ଼ କରିଥିଲେ।

ସେହିପରି ଆଜି ସକାଳେ ମନ୍ତ୍ରୀ ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ଯୋଗ ଦେବାକୁ ଯାଉଥିବା ବେଳେ ରୁଗୁଡ଼ିପଡ଼ା ଛକରେ ବିଜେପି କର୍ମୀମାନେ  ତାଙ୍କୁ କଳାପତାକା  ପ୍ରଦର୍ଶନ ଉଦ୍ୟମ କରିଥିଲେ।

ଏହି ମାମଲାରେ ୪ ଜଣ ବିଜେପି କର୍ମୀଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।

ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା ପ୍ରତିବାଦରେ ପୁରୀ ଜିଲ୍ଲା ପିପିଲି ଟୋଲଗେଟ୍‌ ନିକଟରେ  ବିଜେଡ଼ି ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ଫଳରେ ପୁରୀ- ଭୁବନେଶ୍ୱର ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। କିଛି ସମୟ ଯାଏଁ ରାସ୍ତାର ଉଭୟ ପାର୍ଶ୍ୱରେ  ଗାଡ଼ି ଅଟକି ରହିଥିଲା। ପ୍ରଶାସନର ବୁଝାସୁଝା ପରେ ରାସ୍ତରୋକ ହଟିଥିଲା।

ସୂଚନାଯୋଗ୍ୟ,ଗତକାଲି ରାତିରେ ମଧ୍ୟ ବଲାଙ୍ଗିରରେ ପ୍ରଦୀପ ମହାରଥୀଙ୍କ ଗାଡ଼ି ଉପରକୁ ବିଜେପି କର୍ମୀମାନେ ଅଣ୍ଡା ମାଡ଼ କରିଥିଲେ। ଏହି ଘଟଣାରେ ପୋଲିସ୍‌ ୮ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି।

ବିଜେପି ବିଧାୟକ ଦଳ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି,“ ମନ୍ତ୍ରୀ ପ୍ରଦୀପ ମହାରଥୀ ସେ ଯାହା କହିଥିଲେ ତାର ଫଳ ପାଇଲେ। ସେ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କରିନେବା ପାଇଁ ୪ ଦିନ ତଳେ ବିଜେପି ପକ୍ଷରୁ କୁହାଯାଇଥିଲା। ନ ହେଲେ ଜବାବ ଦିଆଯିବ ବୋଲି ତାଙ୍କୁ କୁହାଯାଇଥିଲା।”

ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି,“ବିରୋଧୀ ଦଳଗୁଡ଼ିକ ଏବେ ଏକ ଅସ୍ୱାଭାବିକ ସ୍ଥିତି ସୃଷ୍ଟି କରିଛନ୍ତି। ଯୋଜନାଗୁଡ଼ିକୁ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଗସ୍ତ କରିବାର ଆବଶ୍ୟକତା ରହିଛି। କିନ୍ତୁ ବିରୋଧୀମାନେ ସେମାନଙ୍କୁ କଳାପତାକା ଦେଖାଇବା ସହ ଅଣ୍ଡାମାଡ଼ କରୁଛନ୍ତି। ବିରୋଧୀଙ୍କ ଏ ପ୍ରକାର କାର୍ଯ୍ୟକୁ ଜନସାଧାରଣ ଗ୍ରହଣ କରି ନାହାନ୍ତି। ଲୋକେ ଏହାକୁ ନାପସନ୍ଦ କରିଛନ୍ତି।”

ମନ୍ତ୍ରୀ ମହାରଥୀ କହିଛନ୍ତି, “ଗଣତନ୍ତ୍ର ରାଷ୍ଟ୍ରରେ କଳା ପତାକା ଦେଖାଇବାର ନଜିର ରହିଛି। କାହାକୁ ଢେଲା ମାଡ଼ କରିବା, କାହାକୁ ଅଣ୍ଡା ମାଡ଼ କରିବାକୁ ମୁଁ ଉଚିତ ମନେ କରୁନି।”

ପୂର୍ବରୁ ପ୍ରଦୀପ ମହାରଥୀ ବିଜେପିକୁ ଚ୍ୟାଲେଞ୍ଜ ଦେଇ କହିଥିଲେ,“ ଏଇ ୭ ତାରିଖରେ ମୁଁ ବଲାଙ୍ଗିର ଯାଉଛି। ମୋତେ କଳାପତାକା ଓ ଅଣ୍ଡାମାରି କି ଦେଖ? ବିଜେପିନେତାଙ୍କୁ ପିପିଲିକୁ ପୂରେଇ ଦେବିନି।”

ମନ୍ତ୍ରୀ ଅବଶ୍ୟ ୭ ତାରିଖରେ ବଲାଙ୍ଗିର ଯାଇ ନ ଥିଲେ। ତେବେ ଗତ କାଲିଠାରୁ ବଲାଙ୍ଗିର ଜିଲ୍ଲା ଗସ୍ତରେ ଥିବା ପ୍ରଦୀପ ମହାରଥୀଙ୍କୁ ବିଜେପି କର୍ମୀମାନେ ଦୁଇ ଦୁଇ ଥର ଅଣ୍ଡାମାଡ଼ କରିବା ସହ କଳାପତାକା ଦେଖାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos