ବିଜେପିକୁ ମହାରଥୀଙ୍କ ତାଚ୍ଛଲ୍ୟ: କହିଲେ, ଏଠି ଶାହା ଫାହା କିଛି କାମ କରିବନି

ଭୁବନେଶ୍ୱର: ବିଜେପିକୁ ତାଚ୍ଛଲ୍ୟ କରିଛି ବିଜେଡି। କାରଣ ଯାହା ବି ଥାଉ, କିନ୍ତୁ ବିଜେଡି ନେତାଙ୍କ କଥାରୁ ହିଁ ଜଣାପଡୁଛି ଆଗକୁ ସ୍ଥିତି ଗମ୍ଭୀର ହେବାକୁ ଯାଉଛି ଏ ଦୁଇ ଦଳଙ୍କ ଭିତରେ। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ଆଗାମୀ ଓଡ଼ିଶା ଗସ୍ତକୁ ନେଇ ଆଜି କଟାକ୍ଷ ‍ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ। କହିଛନ୍ତି- “ଯେତେ ଶାହା ଆସନ୍ତୁ, ଆମର ଜଗନ୍ନାଥ ବାହା। ଜଗନ୍ନାଥଙ୍କ ବାହୁ ଯେଉଁଠି ରହିଛି, ଶାହ ଫାଆ କିଛି […]

maharathi

maharathi

Rakesh Mallick
  • Published: Monday, 07 August 2017
  • Updated: 07 August 2017, 03:39 PM IST

Sports

Latest News

ଭୁବନେଶ୍ୱର: ବିଜେପିକୁ ତାଚ୍ଛଲ୍ୟ କରିଛି ବିଜେଡି। କାରଣ ଯାହା ବି ଥାଉ, କିନ୍ତୁ ବିଜେଡି ନେତାଙ୍କ କଥାରୁ ହିଁ ଜଣାପଡୁଛି ଆଗକୁ ସ୍ଥିତି ଗମ୍ଭୀର ହେବାକୁ ଯାଉଛି ଏ ଦୁଇ ଦଳଙ୍କ ଭିତରେ। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ଆଗାମୀ ଓଡ଼ିଶା ଗସ୍ତକୁ ନେଇ ଆଜି କଟାକ୍ଷ ‍ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ। କହିଛନ୍ତି- “ଯେତେ ଶାହା ଆସନ୍ତୁ, ଆମର ଜଗନ୍ନାଥ ବାହା। ଜଗନ୍ନାଥଙ୍କ ବାହୁ ଯେଉଁଠି ରହିଛି, ଶାହ ଫାଆ କିଛି କାମ କରିବ ନାହିଁ। ପାଣି ତ ନାହିଁ ପଦ୍ମ କେଉଁଠି ଫୁଟିବ। ପ୍ରଶ୍ନ ଉଠୁ ନାହିଁ। ଜଗନ୍ନାଥ ପ୍ରଥମେ, ଦ୍ୱିତୀୟରେ ନବୀନ ପଟ୍ଟନାୟକ। ଏହା ମୁଁ ଏବେ କହୁନି, ବାରମ୍ୱାର କହୁଛି। ପ୍ରଥମେ ମାଟି, ତା ପରେ ପାଟି।”

ମହାରଥୀ ଆହୁରି ମଧ୍ୟ କହିଛନ୍ତି- “ସେ ବୁଥ୍‌ରେ ଅଛନ୍ତି, ଆମେ ୱାର୍ଡରେ ଅଛୁ। ୪ଟି ୱାର୍ଡକୁ ନେଲେ ବୁଥ୍ ହୁଏ। ସେ ବୁଥ୍‌ କ’ଣ ଜଗିଛନ୍ତି? ଏବେ ଦେବଗଡ଼ରେ ନିର୍ବାଚନ ହେଲା, ଆମେ ଦୁଇରୁ ଦୁଇ। କୋମନାରେ ବସନ୍ତ ପଣ୍ଡା ଚିତ୍‌ପଟାଙ୍ଗ୍‌ ମାରିଲେ। ତେଣୁ ଯେଉଁଠି ନିର୍ବାଚନ ହେବ ନବୀନ ହିଁ ନବୀନ।”

ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ଅମିତ ଶାହା ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୩ ଦିନରେ ସେ ୨୬ଟି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ରାଜନୈତିକ ତୁତୁ ମେଁମେଁ। ତେବେ ମହାରଥୀଙ୍କ ଏହି କଟାକ୍ଷକୁ ନେଇ ଏ ଯାଏଁ ବିଜେପିର ପ୍ରତିକ୍ରିୟା ମିଳିପାରି ନାହିଁ।

ପ୍ରଦୀପ ମହାରଥୀଙ୍କ କଟାକ୍ଷର ଜବାବ ରଖିଲେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ସେ କହିଛନ୍ତି-“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ସମିତ ଶାହାଙ୍କ ପ୍ରତି ଆସ୍ଥା ବଢ଼ିଛି। ସେଥିପାଇଁ ବିଜେଡି ଭୟଭୀତ ହୋଇପଡ଼ିଛି। ଗଣତନ୍ତ୍ରରେ ନବୀନ ପଟ୍ଟନାୟକ ଡିଟେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ପ୍ରତିନିଧି ଡିରେକ୍ଟର ଭାବେ ବକ୍ତବ୍ୟ ରଖୁଛନ୍ତି।”

ନୂଆପଡ଼ାରେ ବିଜେପି ପରାଜୟ ନେଇ ସେ କହିଥିଲେ-“ଗୋଟିଏ ଜିଲ୍ଲାପରିଷଦ ପାଇଁ ଅର୍ଥ, ବାହୁ, ଶାସନର ଅପବ୍ୟବହାର କରାଯାଇଛି। ଏଥିରେ ବ୍ୟକ୍ତିଗତ ଭାବେ ମୁଁ ହାରିଛି। ମାତ୍ର ସାମୁହିକ ଭାବେ ଜିତିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story