ନବରଙ୍ଗପୁର ଓ କନ୍ଧମାଳ ବନ୍ଦ, ଜୀବନଯାତ୍ରା ବ୍ୟାହତ

ନବରଙ୍ଗପୁର: କଂଗ୍ରେସ ଆଦିବାସୀ ସେଲ ଅଧ୍ୟକ୍ଷ ପ୍ରଦୀପ ମାଝିଙ୍କ ଗିରଫଦାରୀ ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ କନ୍ଧମାଳ  ଓ ନବରଙ୍ଗପୁର ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରହିଛି।  ଆଦିବାସୀଙ୍କ ଜଙ୍ଗଲ ଜମି ଓ ରାସନକାର୍ଡ଼ ପ୍ରଦାନ ଦାବିରେ ପ୍ରଦୀପ ମାଝି ଆନ୍ଦୋଳନ କରୁଥିବା ବେଳେ ତାଙ୍କୁ ଗିରଫ କରାଯାଇଥିବା ଦଳ ଅଭିଯୋଗ କରିଛି। କଂଗ୍ରେସ କର୍ମୀମାନେ ପିକେଟିଂ କରି ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଛନ୍ତି। ନବରଙ୍ଗପୁର, ଉମରକୋଟ […]

nabarangpur

nabarangpur

Rakesh Mallick
  • Published: Tuesday, 28 June 2016
  • Updated: 28 June 2016, 01:24 PM IST

Sports

Latest News

ନବରଙ୍ଗପୁର: କଂଗ୍ରେସ ଆଦିବାସୀ ସେଲ ଅଧ୍ୟକ୍ଷ ପ୍ରଦୀପ ମାଝିଙ୍କ ଗିରଫଦାରୀ ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ କନ୍ଧମାଳ  ଓ ନବରଙ୍ଗପୁର ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରହିଛି।  ଆଦିବାସୀଙ୍କ ଜଙ୍ଗଲ ଜମି ଓ ରାସନକାର୍ଡ଼ ପ୍ରଦାନ ଦାବିରେ ପ୍ରଦୀପ ମାଝି ଆନ୍ଦୋଳନ କରୁଥିବା ବେଳେ ତାଙ୍କୁ ଗିରଫ କରାଯାଇଥିବା ଦଳ ଅଭିଯୋଗ କରିଛି। କଂଗ୍ରେସ କର୍ମୀମାନେ ପିକେଟିଂ କରି ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଛନ୍ତି। ନବରଙ୍ଗପୁର, ଉମରକୋଟ ସମେତ ଜିଲ୍ଲାର ସମସ୍ତ ୧୦ଟି ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ଆନ୍ଦୋଳନ ଚାଲିଛି।

ଗତ ୨୫ ତାରିଖରେ  ଆଦିବାସୀଙ୍କ ଜଙ୍ଗଲ ଜମି ଓ ରାସନକାର୍ଡ ପ୍ରଦାନ ଦାବିରେ  ପ୍ରଦୀପ ମାଝିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ  କରିଥିଲେ। ରାଇଘର ଫରେଷ୍ଟ ରେଞ୍ଜ  ଅଫିସରେ କର୍ମୀମାନେ ଗଣ୍ଡଗୋଳ ପରେ ପ୍ରଦୀପଙ୍କ ସମେତ କିଛ କର୍ମୀଙ୍କୁ ପୋଲିସ୍ ଗିରଫ କରି ଜେଲ ପଠାଇ ଦେଇଥିଲା। ପ୍ରଦୀପ ଓ ଅନ୍ୟ କଂଗ୍ରେସ କର୍ମୀଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ଓ ସେମାନଙ୍କୁ ମୁକ୍ତ କରିବା ଦାବିରେ ଆଜି କଂଗ୍ରେସ ଏହି ବନ୍ଦ ଡାକରା ଦେଇଛି।

ପ୍ରଦୀପ ମାଝିଙ୍କ ଗିରଫଦାରୀ ପ୍ରତିବାଦରେ   ବନ୍ଦ    ପାଳନ ବେଳେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଉପରକୁ  କିଛି କଂଗ୍ରେସ କର୍ମୀ ଆଜି ଅଣ୍ଡାମାଡ଼ କରିଛନ୍ତି। ଏହି ଘଟଣାରେ ପୋଲିସ ୨ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos