ପ୍ରଦୀପ ମାଝିଙ୍କ ସାନ ଭାଇ ଥିଲେ ସିସୋରର କମିଶନ୍ ଏଜେଣ୍ଟ୍‌

ଭୁବନେଶ୍ୱର: ସିସୋର କଂପାନୀ ସହିତ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ପରିବାରର ବ୍ୟବସାୟିକ ସଂପର୍କର ଆଉ ଏକ ଗୁମର ଫିଟିଛି। ପ୍ରଦୀପଙ୍କ ବାପା ଭଗବାନ ମାଝୀଙ୍କ ସହ ସିସୋରର ଅର୍ଥ କାରବାର ପରେ ‘ଓଟିଭି’ ହାତରେ ଲାଗିଛି ଆଉ ଏକ ଦସ୍ତାବିଜ୍। ଏଥିରୁ ଜଣାପଡ଼ିଛି ଯେ ପ୍ରଦୀପଙ୍କ ସାନ ଭାଇ ପ୍ରସନ୍ନ ମାଝି ସିସୋର ଏଗ୍ରିକଲଚରାଲ୍ ପ୍ରମୋସନ୍ କଂପାନୀରେ କମିଶନ ଏଜେଣ୍ଟ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ନିଯୁକ୍ତିପତ୍ର ‘ଓଟିଭି’ ହାତରେ ଲାଗିଛି। […]

pradeep-majhi

pradeep-majhi

Rakesh Mallick
  • Published: Sunday, 24 July 2016
  • Updated: 24 July 2016, 08:36 PM IST

Sports

Latest News

pradeep-majhiଭୁବନେଶ୍ୱର: ସିସୋର କଂପାନୀ ସହିତ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ପରିବାରର ବ୍ୟବସାୟିକ ସଂପର୍କର ଆଉ ଏକ ଗୁମର ଫିଟିଛି। ପ୍ରଦୀପଙ୍କ ବାପା ଭଗବାନ ମାଝୀଙ୍କ ସହ ସିସୋରର ଅର୍ଥ କାରବାର ପରେ ‘ଓଟିଭି’ ହାତରେ ଲାଗିଛି ଆଉ ଏକ ଦସ୍ତାବିଜ୍। ଏଥିରୁ ଜଣାପଡ଼ିଛି ଯେ ପ୍ରଦୀପଙ୍କ ସାନ ଭାଇ ପ୍ରସନ୍ନ ମାଝି ସିସୋର ଏଗ୍ରିକଲଚରାଲ୍ ପ୍ରମୋସନ୍ କଂପାନୀରେ କମିଶନ ଏଜେଣ୍ଟ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ନିଯୁକ୍ତିପତ୍ର ‘ଓଟିଭି’ ହାତରେ ଲାଗିଛି। ଏଥିରେ ଉଲ୍ଲେଖ ଅଛି ଯେ ନବରଙ୍ଗପୁର ଓ ଆଖପାଖ ଅଞ୍ଚଳରେ ପ୍ରସନ୍ନ ସିସୋର କଂପାନୀ ପାଇଁ ମକା ସଂଗ୍ରହ ଓ ଯୋଗାଣ କାର୍ଯ୍ୟ କରିବେ।

ପ୍ରସନ୍ନ ଦେଖାଇଥିବା ବ୍ୟାଙ୍କ୍ ଆକାଉଣ୍ଟ୍ ଡିଟେଲ୍‌ସରୁ ଜଣାପଡ଼ିଛି ଯେ ଏଥିରେ ୧.୬୨ କୋଟି ଟଙ୍କାର କାରବାର ହୋଇଥିଲା। ତେବେ ପ୍ରସନ୍ନ ସିସୋର କଂପାନୀର ଏଜେଣ୍ଟ ହେବା ପୂର୍ବରୁ ତାଙ୍କ ବାପା ଭଗବାନ ମାଝୀଙ୍କ ଏକାଉଣ୍ଟକୁ ସିସୋର କଂପାନୀର ୩୫ ଲକ୍ଷ ଟଙ୍କାର କାରବାର ହୋଇଥିଲା।

ଏବେ ପ୍ରଶ୍ନ ଉଠୁଛି ପ୍ରସନ୍ନ ଦେଖାଇଥିବା ଡକ୍ୟୁମେଣ୍ଟରେ କେତେ ସତ୍ୟତା ଅଛି। କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର କାରବାର କେବଳ ମକା ବାବଦରେ ହୋଇଛି ନା ଏ ଭିତରେ ଆଉ କିଛି କାରବାର ହୋଇଛି? ମକା ବ୍ୟବସାୟ ଆଳରେ ପ୍ରଦୀପଙ୍କ ପରିବାର ଚିଟ୍‌ଫଣ୍ଡ୍‌ ଠକେଇ ଟଙ୍କାରୁ କିଛି ଫାଇଦା ନେଇ ନାହାନ୍ତି ତ?

ପ୍ରଦୀପ ମାଝି କହିଛନ୍ତି ଯେ ସବୁ ଅଭିଯୋଗ ମିଛ। ସବୁ ସତ କଥା ପଦାକୁ ଆସିବ। ସେ ଆଦିବାସୀଙ୍କ ପାଇଁ ଲଢୁଛନ୍ତି। ଏଣୁ ବିଜେଡି ସରକାରଙ୍କ ସହିତ ତାଙ୍କର ଆମ୍ନାସାମ୍ନା ହେଉଛି।

ଅନ୍ୟପକ୍ଷରେ ଏ ପ୍ରସଙ୍ଗରେ ପ୍ରଦୀପଙ୍କୁ ଟାର୍ଗେଟ କରିଛି ବିଜେଡି। ଦଳର ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି କହିଛନ୍ତି,“ମକାରୁ ଏତେ ଟଙ୍କା ଲାଭ ମିଳେ ନାହିଁ। ତେଣୁ ପ୍ରଦୀପ ଓ ତାଙ୍କ ପରିବାରକୁ ସିବିଆଇ ତଦନ୍ତ ପରିସରଭୁକ୍ତ କରାଯାଉ। ତା’ହେଲେ ସତ କଥା ପଦାକୁ ଆସିବ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି,“ପ୍ରଦୀପ ମାଝିଙ୍କ ସହିତ ମୋର ବହୁ ବର୍ଷର ସଂପର୍କ। ସିସୋର ସହିତ ତାଙ୍କର କୌଣସି ସଂପର୍କ ଥିବା ମୁଁ ଜାଣିନି। ତଦନ୍ତ ହେଲେ ସତ କ’ଣ ଜଣାପଡ଼ିବ।

ପ୍ରଦୀପଙ୍କ ବାପା ଭଗବାନ ମାଝୀଙ୍କର ଉମରକୋଟ ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ଥିବା ଏକାଉଣ୍ଟରେ ୨୦୧୦ ମସିହାରେ ବିଭିନ୍ନ ସମୟରେ ସତ୍ୟ ନାମକ ଜଣ ବ୍ୟକ୍ତି ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିଲେ। ସତ୍ୟ କାହିଁକି ଏତେ ଟଙ୍କା ତାଙ୍କ ଏକାଉଣ୍ଟରେ ଡିପୋଜିଟ୍ କରୁଥିଲେ ତାହାକୁ ନେଇ ପ୍ରଶ୍ନ ଉଠିବା ପରେ ସେ ଆଜି ମୁହଁ ଖୋଲିଛନ୍ତି।

ସେ କହିଛନ୍ତି,“ମୁଁ ନୀଳାମ୍ବର ସର୍ଭିସେସ୍ ଆଣ୍ଡ୍ ପେଟ୍ରୋଲ୍ ପମ୍ପରେ ମ୍ୟାନେଜର ଅଛି। ଏ ପେଟ୍ରୋଲ୍ ପମ୍ପର ପାୱାର ଅଫ୍ ଆଟର୍ଣ୍ଣି ଭଗବାନ ମାଝିଙ୍କ ହାତରେ ଅଛି। ପେଟ୍ରୋଲ୍‌ ପମ୍ପର ଯାହା ବ୍ୟବସାୟ ହୁଏ ମୁଁ ତାହାକୁ ନେଇ ଭଗବାନ ମାଝିଙ୍କ ଏକାଉଣ୍ଟରେ ଜମା କରି ଦିଏ। ଷ୍ଟେଟ୍‌ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ତାଙ୍କର ଏକାଉଣ୍ଟ ଅଛି। ଏ ପେଟ୍ରୋଲ୍‌ ପମ୍ପର ଦୈନିକ କାରବାର ପ୍ରାୟ ୩ ଲକ୍ଷ ଟଙ୍କା। ଚିଟ୍‌ଫଣ୍ଡ୍‌ ବିଷୟରେ ମୋତେ କିଛି ଜଣାନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos