ପ୍ରଦୀପଙ୍କ ସମେତ ୫ ଜଣଙ୍କ ନାଁରେ ରୁଜୁ ହେବ କମ୍ପାନିଜ ଆକ୍ଟ ଉଲ୍ଲଂଘନ ମାମଲା

ଭୁବନେଶ୍ୱର: ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ଠକେଇ ଘଟଣାରେ ପ୍ରଦୀପ ସେଠୀଙ୍କ ସମେତ ୫ ଜଣଙ୍କ ବିରୋଧରେ କମ୍ପାନିଜ ଆକ୍ଟ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରିବ ଏସ୍‌ଏଫ୍‌ଆଇଓ ହେବ। ଏହାସହ ଓଡ଼ିଶାର ଆଉ କିଛି ଚିଟ୍‌ଫଣ୍ଡ ଠକେଇ ମାମଲାର ତଦନ୍ତ ମଧ୍ୟ କରିବ ଏସ୍‌ଏଫ୍‌ଆଇଓ। ଏହି ତଦନ୍ତ ରିପୋର୍ଟ ସିବିଆଇ ଓ ଇଡିକୁ ପ୍ରଦାନ କରାଯିବ ବୋଲି ସିରିୟସ ଫ୍ରଡ ଇନ୍‌ଭେଷ୍ଟିଗେସନ ଅଫିସର ଅତିରିକ୍ତ ନିର୍ଦ୍ଦେଶକ ମନୋଜ କୁମାର ସାହୁ ସୂଚନା ଦେଇଛନ୍ତି। ଝାରପଡ଼ା ଜେଲ୍‌ରେ ଏଟି ଚିଟ୍‌ଫଣ୍ଡ୍ […]

SFIO-550x430

SFIO-550x430

Rakesh Mallick
  • Published: Wednesday, 08 February 2017
  • Updated: 08 February 2017, 08:56 PM IST

Sports

Latest News

ଭୁବନେଶ୍ୱର: ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ଠକେଇ ଘଟଣାରେ ପ୍ରଦୀପ ସେଠୀଙ୍କ ସମେତ ୫ ଜଣଙ୍କ ବିରୋଧରେ କମ୍ପାନିଜ ଆକ୍ଟ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରିବ ଏସ୍‌ଏଫ୍‌ଆଇଓ ହେବ। ଏହାସହ ଓଡ଼ିଶାର ଆଉ କିଛି ଚିଟ୍‌ଫଣ୍ଡ ଠକେଇ ମାମଲାର ତଦନ୍ତ ମଧ୍ୟ କରିବ ଏସ୍‌ଏଫ୍‌ଆଇଓ। ଏହି ତଦନ୍ତ ରିପୋର୍ଟ ସିବିଆଇ ଓ ଇଡିକୁ ପ୍ରଦାନ କରାଯିବ ବୋଲି ସିରିୟସ ଫ୍ରଡ ଇନ୍‌ଭେଷ୍ଟିଗେସନ ଅଫିସର ଅତିରିକ୍ତ ନିର୍ଦ୍ଦେଶକ ମନୋଜ କୁମାର ସାହୁ ସୂଚନା ଦେଇଛନ୍ତି।

ଝାରପଡ଼ା ଜେଲ୍‌ରେ ଏଟି ଚିଟ୍‌ଫଣ୍ଡ୍ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀଙ୍କ ସମେତ ୫ଜଣଙ୍କୁ  ଆଜି ତୃତୀୟ ଦିନରେ ଜେରା କରିଛି ଏସ୍‌ଏଫ୍‌ଆଇଓର ୫ ଜଣିଆ ଟିମ୍‌। ପ୍ରଦୀପ ସେଠୀଙ୍କ ସହିତ ମନୋଜ ପଟ୍ଟନାୟକ, ଜ୍ୟୋତିପ୍ରକାଶ ଜୟପ୍ରକାଶ, ଶ୍ରୀକୃଷ୍ଣ ପାଢ଼ୀ ଓ ଦୀପକ ପାରେଖଙ୍କୁ ଟିମ୍‌ ମେମ୍ବରମାନେ ପଚରାଉଚରା କରିଛନ୍ତି।

ଗତକାଲି ଦ୍ୱିତୀୟ ଦିନରେ ଏସ୍‌ଏଫ୍‌ଆଇଓର ୫ ଜଣିଆ ଟିମ୍‌ ପ୍ରଦୀପ ସେଠୀଙ୍କ ସମେତ ୫ଜଣଙ୍କୁ ଝାରପଡ଼ା ଜେଲରେ ପଚରାଉଚରା କରିଥିଲେ।

ଜେଲ୍‌ର ଏକ ସ୍ୱତନ୍ତ୍ର ରୁମ୍‌ରେ ସମସ୍ତଙ୍କୁ ଅଲଗା ଅଲଗା ଜେରା କରାଯାଇଥିଲା। ପରେ ସମସ୍ତଙ୍କୁ ମିଳିତ ଜେରା କରାଯାଇଥିଲା।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos