ପ୍ରକାଶ ପାଇଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା: ଗରିବ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ

ଭୁବନେଶ୍ୱର: ଓଡିଶା ସରକାରଙ୍କ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ୨୦୧୪-୧୫ ବର୍ଷ ପାଇଁ ପ୍ରକାଶିତ ଏହି ସମ୍ପତ୍ତି ତାଲିକା ପ୍ରକାଶ କରାଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ବର୍ଷକ ଭିତରେ ଗରିବ ହୋଇଥିବା ଦର୍ଶାଯାଇଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ସମ୍ପତ୍ତିର ମାଲିକ ହୋଇଥିବା ଦର୍ଶାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଋଣ ଭାର ବର୍ଷକ ଭିତରେ ୧୫ଲକ୍ଷ ଟଙ୍କା ବଢ଼ିଛି। ସେ ତାଙ୍କ ଭଉଣୀ ଗୀତା ମେହେଟାଙ୍କ ନିକଟରୁ ଏହି […]

assembl-6

assembl-6

Rakesh Mallick
  • Published: Friday, 30 October 2015
  • Updated: 30 October 2015, 03:58 PM IST

Sports

Latest News

ଭୁବନେଶ୍ୱର: ଓଡିଶା ସରକାରଙ୍କ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ୨୦୧୪-୧୫ ବର୍ଷ ପାଇଁ ପ୍ରକାଶିତ ଏହି ସମ୍ପତ୍ତି ତାଲିକା ପ୍ରକାଶ କରାଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ବର୍ଷକ ଭିତରେ ଗରିବ ହୋଇଥିବା ଦର୍ଶାଯାଇଛି।

ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ସମ୍ପତ୍ତିର ମାଲିକ ହୋଇଥିବା ଦର୍ଶାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଋଣ ଭାର ବର୍ଷକ ଭିତରେ ୧୫ଲକ୍ଷ ଟଙ୍କା ବଢ଼ିଛି। ସେ ତାଙ୍କ ଭଉଣୀ ଗୀତା ମେହେଟାଙ୍କ ନିକଟରୁ ଏହି ଋଣ ଆଣିଥିବା ରିପୋର୍ଟରେ ଦର୍ଶାଯାଇଛି। ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ଏକାଥରକେ ତାଙ୍କ ସାନ ଝିଅ ପାଇଁ ୧୫ଲକ୍ଷ ଟଙ୍କାର ସୁନା କିଣିଛନ୍ତି। ସେହିପରି ଗରିବ ତାଲିକାର ସବୁଠୁ ତଳେ ଅଛନ୍ତି ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଅରୁଣ ସାହୁ। ତାଙ୍କ ପାଖରେ ମୋଟ ୩୦ଲକ୍ଷ ଟଙ୍କାର ସମ୍ପତ୍ତି ରହିଥିବା ଦର୍ଶାଯାଇଛି। ଏହି ସମୟ ମଧ୍ୟରେ ସେ କେବଳ ୨ଲକ୍ଷ ଟଙ୍କାର ସୁନା ନିଜ ପତ୍ନୀଙ୍କ ନାଁରେ କିଣିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ମଧ୍ୟ ଋଣ ଭାର ବଢିଛି। ସେ ୧୭ଲକ୍ଷ ଟଙ୍କା ଅଧିକ ଋଣ ନେଇଥିବା ସମ୍ପତ୍ତି ତାଲିକାରେ ଦର୍ଶାଯାଇଛି। ମନ୍ତ୍ରୀ ଅତନୁ ଓ ତାଙ୍କ ପତ୍ନୀଙ୍କ ନାଁରେ ୧କୋଟି ୩୮ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା ମଧ୍ୟ ବର୍ଷକ ଭିତରେ ୧କୋଟି ଟଙ୍କା ହରାଇଛନ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୨କୋଟି ୧୨ଲକ୍ଷ ଟଙ୍କା ।ସେ ତାଙ୍କ ପତ୍ନୀଙ୍କ ନାଁରେ ଥିବା ଖବରକାଗଜ କମ୍ପାନୀରେ ୧କୋଟି ଟଙ୍କା ପୁଞ୍ଜିନିବେଶ କରିଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ସମ୍ପତ୍ତି ୨ଲକ୍ଷ ଟଙ୍କା ବଢିଛି। ମନ୍ତ୍ରୀ ଦାମୋଦର ରାଉତଙ୍କ ସମ୍ପତ୍ତି ମଧ୍ୟ ବଢିଛି। ଅଧିକ ୩ଲକ୍ଷ ଟଙ୍କାର ମାଲିକ ହୋଇଛନ୍ତି ସେ। ସେହିପରି ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ନିଜସ୍ୱ ସମ୍ପତ୍ତି ବର୍ଷକ ଭିତରେ ୨୩ଲକ୍ଷ ଟଙ୍କା ବଢିଛି। ମନ୍ତ୍ରୀ ଦେବୀ ମିଶ୍ରଙ୍କର ୧୧ଲକ୍ଷ ଟଙ୍କା କମିଛି। ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସମ୍ପତ୍ତି ଏଥର ୪୭ଲକ୍ଷ ଟଙ୍କା ବଢିଛି। ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପତ୍ତି ଗତ ବର୍ଷକ ଭିତରେ ୧ଲକ୍ଷ ଟଙ୍କା କମିଛି।

ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି ଯେ ତାଙ୍କର ଯାହା ସଂପତ୍ତି ଅଛି ତାହା ସେ ଦେଖାଇଛନ୍ତି। ତାଙ୍କର ସଂପତ୍ତି ବଢ଼ି ନାହିଁ। ସମସ୍ତଙ୍କ ଭଳି ତାଙ୍କର ବି ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଡୁଛି। ସେଥିରେ ଲକ୍ଷେ ଦେଢ଼ ଲକ୍ଷ ଅଧିକ ହୋଇଥିବ। ତେବେ ତାଙ୍କ ପାଖରେ ଏନେଇ ସୂଚନା ନାହିଁ।

ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ସେ ଆୟକର ଦେଉଛନ୍ତି। ତାଙ୍କର ପୂର୍ବରୁ ଯାହା ସଂପତ୍ତି ଥିଲା ସେହି ଆଧାରରେ ସେ ଆୟକର ଦେଉଛନ୍ତି।

ଅନ୍ୟପକ୍ଷରେ ସରକାରଙ୍କ ମନ୍ତ୍ରୀମାନଙ୍କର ଏହି ସଂପତ୍ତି ତାଲିକାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିରୋଧୀ। କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି ଯେ ହାତୀର ଦେଖିଲା ଦାନ୍ତ ଧ ଖାଇଲା ଦାନ୍ତ ପୃଥକ ପୃଥକ। ମନ୍ତ୍ରୀମାନେ ଯାହା ସଂପତ୍ତି ଦେଖାଇଛନ୍ତି, ତା’ଠାରୁ ଅଧିକ ସଂପତ୍ତି ସେମାନଙ୍କଠାରେ ଅଛି। ଏ ସଂପତ୍ତି ଦେଖାଇବା ଖାଲି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story