ପ୍ରସାଦଙ୍କ ସ୍ୱୀକାରୋକ୍ତି- କଂଗ୍ରେସରେ ମତାନ୍ତର ଅଛି

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ମତାନ୍ତର ରହିଛି। ସୋମବାର କଂଗ୍ରେସର ପ୍ରତିଷ୍ଠା ଦିବସରେ ଏକଥା ମାନିଛନ୍ତି ନିଜେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଦଳ ଭିତରେ ମତାନ୍ତର ଥିବା କଥାକୁ ସ୍ୱୀକାର କରି ପିସିସି ସଭାପତି କହିଛନ୍ତି, କଂଗ୍ରେସ ଭଳି ଏକ ବଡ଼ ଗଣତାନ୍ତ୍ରିକ ଦଳରେ ସ୍ୱାଭାବିକ ଭାବରେ ବିଭିନ୍ନ ସମୟରେ ମତାନ୍ତର ଦେଖାଯାଇଥାଏ। ଆମେ ସେହି ମତାନ୍ତରକୁ ଦୂର କରିବାକୁ ଉଦ୍ୟମ କରୁଛୁ। ଆଗାମୀ ଦିନରେ ଏଭଳି ମତାନ୍ତର ଯେ ଆଉ ଦେଖାଯିବ ନାହିଁ, ତାହା କହି […]

prasad

prasad

Rakesh Mallick
  • Published: Monday, 28 December 2015
  • Updated: 28 December 2015, 04:34 PM IST

prasadଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ମତାନ୍ତର ରହିଛି। ସୋମବାର କଂଗ୍ରେସର ପ୍ରତିଷ୍ଠା ଦିବସରେ ଏକଥା ମାନିଛନ୍ତି ନିଜେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ।

ଦଳ ଭିତରେ ମତାନ୍ତର ଥିବା କଥାକୁ ସ୍ୱୀକାର କରି ପିସିସି ସଭାପତି କହିଛନ୍ତି, କଂଗ୍ରେସ ଭଳି ଏକ ବଡ଼ ଗଣତାନ୍ତ୍ରିକ ଦଳରେ ସ୍ୱାଭାବିକ ଭାବରେ ବିଭିନ୍ନ ସମୟରେ ମତାନ୍ତର ଦେଖାଯାଇଥାଏ। ଆମେ ସେହି ମତାନ୍ତରକୁ ଦୂର କରିବାକୁ ଉଦ୍ୟମ କରୁଛୁ। ଆଗାମୀ ଦିନରେ ଏଭଳି ମତାନ୍ତର ଯେ ଆଉ ଦେଖାଯିବ ନାହିଁ, ତାହା କହି ହେବ ନାହିଁ। କାରଣ ଏକ ଗଣତାନ୍ତ୍ରିକ ଦଳରେ ହିଁ ମତାନ୍ତର ରହେ। ଏକଛତ୍ରବାଦୀ ଦଳରେ ମତାନ୍ତର ଦେଖାଯିବାର ଅବକାଶ ହିଁ ନ ଥାଏ। କାରଣ ସେହିପରି ଦଳରେ ମେରୀ ମରଜୀ, ମେରୀ ରାୟ ଚାଲେ। କିନ୍ତୁ ଏକ ଗଣତାନ୍ତ୍ରିକ ଦଳରେ ସମସ୍ତଙ୍କୁ କହିବାର ସୁଯୋଗ ରହିଥାଏ। କଂଗ୍ରେସ ଭଳି ଏକ ବଡ଼ ଗଣତାନ୍ତ୍ରିକ ଦଳରେ ମତାନ୍ତର ରହିଛି। ଭିନ୍ନ ମତକୁ ଆମେ ସମ୍ମାନ ଦେଉ। ସମସ୍ତଙ୍କ ମତକୁ ବିଚାରକୁ ନିଆଯାଏ।

ସେହିପରି ‘ମୁଁ ନୁହେଁ ଆମେ’ ସ୍ଲୋଗାନ୍ ଗତ ବର୍ଷକ ମଧ୍ୟରେ କେତେ ସଫଳ ହୋଇଛି ବୋଲି ପଚରାଯିବାରେ ପ୍ରସାଦ କହିଛନ୍ତି, ‘ମୁଁ ନୁହେଁ ଆମେ’ କେବଳ ଏକ ସ୍ଲୋଗାନରେ ସୀମିତ ହୋଇ ରହି ନାହିଁ। ପଦଯାତ୍ରା ସମୟରେ ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରର ନେତା ସାମିଲ ହୋଇଥିଲେ। କେବଳ ପଦଯାତ୍ରା ନୁହେଁ, ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଏହା ପ୍ରତିଫଳିତ ହୋଇଛି।

ସେ କହିଛନ୍ତି, ‘ଦଳ ଭିତରେ ବାଦବିବାଦ ରହିଛି। ଭିନ୍ନ ମତ ସତ୍ତ୍ୱେ ଦଳ ଗତ ବର୍ଷକ ମଧ୍ୟରେ ସଫଳତା ପାଇଛି। ୨୦୧୪ ନିର୍ବାଚନରେ ଦଳ ଝଟକା ସହିବା ସତ୍ତ୍ୱେ ଅନେକଗୁଡ଼ିଏ ସଫଳତା ପାଇଛି। ଏ ସଫଳତା ସମ୍ଭବ ହୋଇଛି କେବଳ ‘ମୁଁ ନୁହେଁ ଆମେ’ କାର୍ଯ୍ୟକାରୀ ହୋଇଥିବା ଯୋଗୁଁ। ନହେଲେ ମୋ ଭଳିଆ ଜଣେ ସାଧାରଣ କର୍ମୀ ଦଳକୁ ଏହି ସଫଳତା ଦେବା ସମ୍ଭବ ହୋଇ ନ ଥାଆନ୍ତା।’

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ କଂଗ୍ରେସ କେତେ ସଫଳ ହୋଇଛି ତାହା କେବଳ ପରୀକ୍ଷା ହେଲେ ହିଁ ଜଣାପଡ଼ିବ। ନିର୍ବାଚନ ହେଉଛି ପରୀକ୍ଷା। ସେହି ପରୀକ୍ଷା ହେଲେ ଜଣାପଡ଼ିବ ପିସିସି ସଭାପତି ଦଳକୁ କେତେ ମଜଭୁତ କରିପାରିଛନ୍ତି। ଆଶା କରାଯାଉଛି ଗତ ବର୍ଷକ ମଧ୍ୟରେ ଦଳର ଉନ୍ନତି ହୋଇଛି। ପଦଯାତ୍ର ଓ ଜନଜାଗରଣ ଯାତ୍ରା ଆଦିରେ ଲୋକ ସମର୍ଥନର ହାତ ବଢ଼ାଉଥିବା ଲକ୍ଷ୍ୟ କରାଯାଉଛି। କିନ୍ତୁ ପରୀକ୍ଷା ହେଲେ ଯାଇ ଜଣାପଡ଼ିବ ଯେ ଦଳ କେତେ ପରିମାଣରେ ଲୋକଙ୍କ ପାଖରେ ପହଞ୍ଚିଛି।  ଦଳକୁ ମଜଭୁତ କରିବା ପାଇଁ ଆହୁରି ବହୁ କାର୍ଯ୍ୟ କରିବାକୁ ପଡ଼ିବ।

ଦଳ ମଧ୍ୟରେ ମତାନ୍ତର ଥିବା ନେଇ କହିଛନ୍ତି ଯେ ସବୁ ରାଜନୈତିକ ଦଳରେ ମତାନ୍ତର ରହିଛି। କଂଗ୍ରେସରେ ବି ଅଛି। କିନ୍ତୁ ଏହା ଏକ ପାରିବାରିକ ମାମଲା।

ଦଳର ଯୁବ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପିସିସି ସଭାପତିଙ୍କ ଗତ ଏକ ବର୍ଷର କାର୍ଯ୍ୟଧାରାକୁ ପ୍ରଶଂସା କରିଛନ୍ତି। ଗତବର୍ଷକ ମଧ୍ୟରେ ଦଳ ଅନେକ ସଫଳତା ପାଇଛି। ନୂଆ ପିସିସି ସଭାପତି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଜନଜାଗରଣ ଯାତ୍ରା ଓ ପଦଯାତ୍ରା ସଫଳ ହୋଇଛି। ପଡ଼ିକାର୍ଡ ନେଇ ତାଙ୍କର ଅଭିଯାନ ଜାରି ରହିଛି। ତାଙ୍କୁ ଦଳର ସଂପୂର୍ଣ୍ଣ ସମର୍ଥନ ରହିଛି।

କଳାହାଣ୍ଡି ଜିଲ୍ଲା ସଭାପତି ଚୟନ ନେଇ ଭକ୍ତ ଦାସଙ୍କ ଅସନ୍ତୋଷ ଓ ଦଳରେ ଥିବା ମତାନ୍ତର ନେଇ ସେ କହିଛନ୍ତି ଯେ ଦଳ ଭିତରେ ମତାନ୍ତର ହୁଏ। ଏହାକୁ ଆମେ ଆପୋଷ ବୁଝାମଣା ଭିତ୍ତିରେ ଖୁବଶୀଘ୍ର ଶେଷ କରି ଦେବୁ। ତେବେ ଭକ୍ତ ଦାସ ପିସିସି ସଭାପତିଙ୍କ ବିରୁଦ୍ଧରେ କିଛି କହି ନାହାନ୍ତି। ସେ କେବଳ ନିଜ ଅନ୍ତରର କଥା କହିଥିଲେ। ସେ ଜଣେ ବରିଷ୍ଠ ନେତା। ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ କଂଗ୍ରେସ ପ୍ରତି ତାଙ୍କର ବହୁତ ଅବଦାନ ରହିଛି। ତେଣୁ ତାଙ୍କ ମତକୁ ବି ସମ୍ମାନ ଦିଆଯିବା ଉଚିତ୍।

ପ୍ରସାଦଙ୍କ ‘ମୁଁ ନୁହେଁ ଆମେ’ କୌଶଳ ସଂପୂର୍ଣ୍ଣ ସଫଳ ହୋଇଛି ବୋଲି ପ୍ରଦୀପ ଯୁକ୍ତି ବାଢ଼ିଛନ୍ତି।

ସୂଚନାଯୋଗ୍ୟ, ଠିକ୍ ବର୍ଷେ ତଳେ ଦଳର ପ୍ରତିଷ୍ଠା ଦିବସରେ ପ୍ରସାଦ ‘ମୁଁ ନୁହେଁ ଆମେ’ ନାରା ଦେଇଥିଲେ। ସେତେବେଳେ ମଞ୍ଚରେ ତାଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ରହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ। ତେବେ ଏଥର ପ୍ରତିଷ୍ଠା ଦିବସରେ ସେ ନ ଥିଲେ। କାରଣ ୟା ଭିତରେ ସେ ଉଭୟ ପ୍ରସାଦ ଓ ଦଳର ହାତ ଛାଡ଼ି ସାରିଛନ୍ତି। ଆଜି ଆହୁରି କିଛି ବରିଷ୍ଠ ନେତାଙ୍କୁ ଦଳୀୟ ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଲା ନାହିଁ। ଏହାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। ପୂର୍ବରୁ ୧୨ ବିଧାୟକଙ୍କ ଦିଲ୍ଲୀ ଗସ୍ତ ମଧ୍ୟ ଦଳୀୟ କନ୍ଦଳକୁ ପଦାରେ ପକାଇଥିଲା। କିଛି ଦିନ ତଳେ ବରିଷ୍ଠ ନେତା ଭକ୍ତ ଦାସ କଳାହାଣ୍ଡି ଜିଲ୍ଲାରେ ଦଳୀୟ ସଭାପତି ନଯୁକ୍ତି ନେଇ ପ୍ରସାଦଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ଏହା ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story