ପ୍ରସ୍ତାବିତ ବସ୍ ଧର୍ମଘଟ ପ୍ରତ୍ୟାହାର

ଭୁବନେଶ୍ୱର: ଆସନ୍ତାକାଲି ହେବାକୁ ଥିବା ବସ୍ ଧର୍ମଘଟ ପ୍ରତ୍ୟାହାର ହୋଇଯାଇଛି। ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ପରେ ଏ ନେଇ ନିଷ୍ପତ୍ତି ନିଆଯାଇଥିବା ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୁଖ୍ୟତଃ ଦୁଇଟି ପ୍ରସଙ୍ଗ ନେଇ ସରକାରଙ୍କ ଆଗରେ ଦାବି ରଖାଯାଇଥିଲା। ପରିବହନ ଟିକସ ବୃଦ୍ଧି ଓ ସହର ବାହାରେ ସିଟି ବସ୍ ଚଳାଚଳକୁ ସଂଘ ବିରୋଧ କରିଥିଲା ଓ ଏହାକୁ ବନ୍ଦ କରିବାକୁ ଦାବି କରିଥିଲା। […]

bus-stirike

bus-stirike

Rakesh Mallick
  • Published: Monday, 30 November 2015
  • Updated: 01 December 2015, 06:46 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ହେବାକୁ ଥିବା ବସ୍ ଧର୍ମଘଟ ପ୍ରତ୍ୟାହାର ହୋଇଯାଇଛି। ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ପରେ ଏ ନେଇ ନିଷ୍ପତ୍ତି ନିଆଯାଇଥିବା ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୁଖ୍ୟତଃ ଦୁଇଟି ପ୍ରସଙ୍ଗ ନେଇ ସରକାରଙ୍କ ଆଗରେ ଦାବି ରଖାଯାଇଥିଲା। ପରିବହନ ଟିକସ ବୃଦ୍ଧି ଓ ସହର ବାହାରେ ସିଟି ବସ୍ ଚଳାଚଳକୁ ସଂଘ ବିରୋଧ କରିଥିଲା ଓ ଏହାକୁ ବନ୍ଦ କରିବାକୁ ଦାବି କରିଥିଲା। ଗତ ୨୩ ଓ ୨୭ ତାରିଖରେ ଏନେଇ ସରକାରଙ୍କ ସହିତ ହୋଇଥିବା ଆଲୋଚନା ବିଫଳ ହୋଇଥିଲା। ତେବେ ଆଜି ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ କିଛି ମାତ୍ରାରେ ସଫଳ ହୋଇଛି। ପରିବହନ ଟିକସ ବୃଦ୍ଧି ନିଷ୍ପତ୍ତିକୁ ସରକାର ସମୀକ୍ଷା କରିବେ ବୋଲି କହିଛନ୍ତି। ସେହିପରି ସିଟି ବସ୍ ଚଳାଚଳ ନେଇ ଏକ କମିଟି ଗଠନ କରାଯିବ। ଏହି କମିଟି ୩ ମାସ ମଧ୍ୟରେ ରିପୋର୍ଟ ଦେବ। ସିଟି ବସଗୁଡ଼ିକ କେଉଁ ରୁଟ୍ ଦେଇ ଚଳାଚଳ କରିବେ ସେ ନେଇ କମିଟି ସମୀକ୍ଷା କରି ରିପୋର୍ଟ ଦେବ। ସେହିଭଳି ଗାଡ଼ି ବିକ୍ରି ବେଳେ ପରମିଟ୍ ଟ୍ରାନ୍ସପର ନେଇ ସଂଘ କରିଥିବା ଦାବି ଉପରେ ସରକାର ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସରକାରଙ୍କ ବିଜୁ ଗାଡ଼ି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ଗାଡ଼ି ଚଳାଚଳ କରିବା କଥା। କିନ୍ତୁ ଏହି ଗାଡ଼ିଗୁଡ଼ିକ ମଧ୍ୟରୁ କିଛି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥଗୁଡ଼ିକରେ ଚଳାଚଳ କରୁଛନ୍ତି। ଏହାକୁ ବି ସଂଘ ବିରୋଧ କରିଥିଲା। ସରକାର ପ୍ରତିଶ୍ରୁତି ଦେଇଛନ୍ତି ବିଜୁ ଗାଡ଼ି ଯୋଜନାର ନିୟମ ଭଙ୍ଗ କରୁଥିବା ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତା’ସହିତ ସରକାର ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବସ୍ ଧର୍ମଘଟ ପ୍ରତ୍ୟାହାର କରି ନେବାକୁ ଅନୁରୋଧ କରିଥିଲେ। ତେଣୁ ସଂଘ ଆସନ୍ତାକାଲି ହେବାକୁ ଥିବା ଧର୍ମଘଟକୁ ପ୍ରତ୍ୟାହାର କରି ନେଇଛି।

ସଂଘର ଦାବି ସମ୍ପର୍କରେ ଆଲୋଚନା କରାଯାଇଛି ଶୀଘ୍ର ଓ ସେଗୁଡ଼ିକ ସଂପର୍କରେ ଠିକଣା ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ରମେଶ ମାଝି କହିଛନ୍ତି।

ପରିବହନ ଟିକସ୍ ବୃଦ୍ଧି ପ୍ରତ୍ୟାହାର ଓ କେବଳ ସହର ଭିତରେ ସିଟି ବସ୍ ଚଳାଚଳ ଦାବିରେ ଆସନ୍ତାକାଲିଠାରୁ ଧର୍ମଘଟ କରିବାକୁ ରାଜ୍ୟ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଥିଲା। ଆଜି ସଂଘର ଦାବି ନେଇ ସଚିବାଳୟରେ ମନ୍ତ୍ରୀ ସ୍ତରୀୟ ବୈଠକ ବସିଥିଲା। ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଯୋଗ ଦେଇଥିଲେ। ବସ୍ ମାଲିକ ସଂଘର ୫ ଜଣିଆ ପ୍ରତିନିଧି ଦଳ ଏଥିରେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story