ପ୍ରଭାତଙ୍କ ଗିରଫ ପରେ ବିଜେଡିର ପ୍ରତିକ୍ରିୟା: କହିଲା ରାଜନୈତିକ ପ୍ରତିଶୋଧ ପାଇଁ ସିବିଆଇକୁ ବ୍ୟବହାର କରାଯାଉଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ସ୍ୱାର୍ଥ ରକ୍ଷା ପାଇଁ ବିଜେଡି ଦୀର୍ଘ ଦିନ ଧରି କେନ୍ଦ୍ର ବିରୋଧରେ ସ୍ୱର ଉତ୍ତୋଳନ କରିଆସୁଛି। ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ରରେ ଶାସିତ ବିଜେପି ସରକାର କଳ, ବଳ ଓ ଛଳ ପ୍ରୟୋଗ କରୁଛି। ରାଜନୈତିକ ପ୍ରତିଶୋଧ ନେବା ପାଇଁ ବିଜେପି ସିବିଆଇକୁ ବ୍ୟବହା କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଆଜି ଭୁବନେଶ୍ୱର ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି-“ଓଡ଼ିଶାରେ ହୋଇଥିବା […]

Rakesh Mallick
  • Published: Tuesday, 19 September 2017
  • Updated: 19 September 2017, 06:30 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ସ୍ୱାର୍ଥ ରକ୍ଷା ପାଇଁ ବିଜେଡି ଦୀର୍ଘ ଦିନ ଧରି କେନ୍ଦ୍ର ବିରୋଧରେ ସ୍ୱର ଉତ୍ତୋଳନ କରିଆସୁଛି। ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ରରେ ଶାସିତ ବିଜେପି ସରକାର କଳ, ବଳ ଓ ଛଳ ପ୍ରୟୋଗ କରୁଛି। ରାଜନୈତିକ ପ୍ରତିଶୋଧ ନେବା ପାଇଁ ବିଜେପି ସିବିଆଇକୁ ବ୍ୟବହା କରୁଛି ବୋଲି ବିଜେଡି ଅଭିଯୋଗ କରିଛି।

ଆଜି ଭୁବନେଶ୍ୱର ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି-“ଓଡ଼ିଶାରେ ହୋଇଥିବା ଚିଟ୍‌ଫଣ୍ଡ ଘୋଟାଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଘଟଣାର ତଦନ୍ତ ଆରମ୍ଭ କଲେ। ଏଥିପାଇଁ ଆବଶ୍ୟକ ହେଉଥିବା ସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚ ସିବିଆଇକୁ ହସ୍ତାନ୍ତର କରିଥିଲେ। ତଦନ୍ତ ସଠିକ୍‌ ଢ଼ଙ୍ଗରେ ହେଲେ ରାଜ୍ୟ ସରକାର ସହାୟତା କରିବେ ବୋଲି ସେତେବେଳେ କହିଥିଲେ। ଇତି ମଧ୍ୟ ତିନି ବର୍ଷ ବିତିଗଲାଣି। ହେଲେ ସିବିଆଇ ମାତ୍ର ୧୮ଟି ମାମଲାର ତଦନ୍ତ କରୁଛି। ଆହୁରି ଅନେକ ଚିଟ୍‌ଫଣ୍ଡ୍‌ ସଂସ୍ଥା ବିରୋଧରେ ମାମଲା ସେମିତି ପଡ଼ି ରହିଛି। ଏହାର ତଦନ୍ତ କେବେ ସରିବ ତାହା ମଧ୍ୟ ଜଣାପଡ଼ୁ ନାହିଁ। ଅନ୍ୟପକ୍ଷରେ ସିବିଆଇର ତଦନ୍ତ ପ୍ରକ୍ରିୟା କେତେବେଳେ ଶିଥିଳ ହେଉଛି ତ ଆଉ କେତେବେଳେ ସକ୍ରିୟ ହେଉଛି। ଏକଥା ଆମେ କହୁ ନାହୁଁ। ବିଜେପିର ନେତାମାନେ କହୁଛନ୍ତି। କିଛି ଦିନ ତଳେ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଧମକ ପୂର୍ଣ୍ଣ ଭାଷଣ ଦେଇ ଜଣଙ୍କ ପରେ ଜଣେ ବିଜେଡି ନେତାଙ୍କୁ ଜେଲ ପଠାଯିବ ବୋଲି କହିଥିଲେ। ଏହାର କିଛି ଦିନ ପରେ ଚେଇଁ ଶୋଇଥିବା ସିବିଆଇ ଗତକାଲି ରାତିରେ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କଲା। ଏଥିରୁ ପ୍ରମାଣିତ ହୋଇଛି ରାଜନୈତିକ ପ୍ରତିଶୋଧ ନେବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା ଗୁଡ଼ିକୁ ବିଜେପି ସରକାର ଅପବ୍ୟବହାର କରୁଛି।”

ସେ କହିଛନ୍ତି-“ସିବିଆଇର ତଦନ୍ତ ରାଜନୈତିକ ତଦନ୍ତରେ ପରିଣତ ହୋଇଗଲାଣି। ଏହାକୁ ବିଜେଡି ଓ ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ। ରାଜନୈତିକ ଆକ୍ରମଣର ରାଜନୈତିକ ସ୍ତରରେ ମୁକାବିଲା କରିବୁ। ଦରକାର ପଡ଼ିଲେ ଆମେ ରାଜରାସ୍ତାକୁ ଯିବୁ।”

ସେ କହିଛନ୍ତି-“ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କୁ ବାରମ୍ୱାର ସିବିଆଇ ଡକାଇ ଜେରା କରିଥିଲା। ପାଖାପାଖି ୧୭ ଥରରୁ ଅଧିକ ଥର ଜେରା କରିଥିଲା। ତଦନ୍ତ ବେଳେ ଯାହା କାଗଜପତ୍ର ଆବଶ୍ୟକ ତାହା ମଧ୍ୟ ଦିଆଯାଇଥିଲା।”

ଏହାର ଜବାବ ରଖିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ। ସେ କହିଛନ୍ତି-“ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଗିରଫ ପରେ ନବୀନ ବାବୁ ଆଶଙ୍କାରେ ପଡ଼ିଗଲେଣି। ଆଉ କେହି କେହି ଗିରଫ ହେବେ କି ସେ(ନବୀନ) ଜାଣିସାରିଲେଣି? ତେବେ ସିବିଆଇକୁ ପ୍ରଭାବିତ କରିବା ପାଇଁ ବିଜେଡି ଏପରି ବକ୍ତବ୍ୟ ଦେଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story