ପତ୍ନୀଙ୍କ ପ୍ରଶ୍ନ: ଜମି କାରବାର ମୁଁ କରିଥିଲି, ପ୍ରଭାତଙ୍କୁ କାହିଁକି ଗିରଫ କଲେ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଉପରେ ସିବିଆଇ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳ। ସେ କହିଛନ୍ତି, ଜମି କାରବାରରେ ପ୍ରଭାତଙ୍କର ଆଦୌ ସଂପୃକ୍ତି ନଥିଲା। ଜମି କାରବାର ମୋ ସହ ପ୍ରଶାନ୍ତ ଦାସଙ୍କର ହୋଇଥିଲା। ଏଗ୍ରିମେଣ୍ଟ ମୋ ସହ ହୋଇଥିଲା। ମୁଁ ଦସ୍ତଖତ କରିଥିଲି, ତେବେ ପ୍ରଭାତ ବିଶ୍ୱାଳଙ୍କୁ କ’ଣ ପାଇଁ ଗିରଫ କରାଗଲା ବୋଲି ଲକ୍ଷ୍ମୀ ପ୍ରଶ୍ନ କରିଛନ୍ତି। ପ୍ରଭାତଙ୍କୁ ଘନଘନ ଜେରା ବିଜେଡି […]

Rakesh Mallick
  • Published: Wednesday, 20 September 2017
  • Updated: 20 September 2017, 09:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଉପରେ ସିବିଆଇ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳ। ସେ କହିଛନ୍ତି, ଜମି କାରବାରରେ ପ୍ରଭାତଙ୍କର ଆଦୌ ସଂପୃକ୍ତି ନଥିଲା। ଜମି କାରବାର ମୋ ସହ ପ୍ରଶାନ୍ତ ଦାସଙ୍କର ହୋଇଥିଲା। ଏଗ୍ରିମେଣ୍ଟ ମୋ ସହ ହୋଇଥିଲା। ମୁଁ ଦସ୍ତଖତ କରିଥିଲି, ତେବେ ପ୍ରଭାତ ବିଶ୍ୱାଳଙ୍କୁ କ’ଣ ପାଇଁ ଗିରଫ କରାଗଲା ବୋଲି ଲକ୍ଷ୍ମୀ ପ୍ରଶ୍ନ କରିଛନ୍ତି।

ପ୍ରଭାତଙ୍କୁ ଘନଘନ ଜେରା

ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇର ଏସ୍ଆଇଟି ଡିଆଇଜି ମନୀଷ କୁମାର ସିହ୍ନା ଓ ଅନ୍ୟ ଦୁଇ ଅଧିକାରୀ ଜଣେ ପରେ ଜଣେ ଜେରା କରିଛନ୍ତି। ରିମାଣ୍ଡର ଦ୍ୱିତୀୟ ଦିନରେ ସିବିଆଇ ଅଧିକାରୀମାନେ ପ୍ରଭାତଙ୍କଠାରୁ ସିସୋର ସହ ଟଙ୍କା କାରବାର, ଏଥିରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଲିଙ୍କ୍, ସିସୋରକୁ ଅହେତୁକ ଅନୁକମ୍ପା ଓ କମ୍ପାନୀ ସିଏମ୍‌ଡି ପ୍ରଶାନ୍ତ ଦାସଙ୍କଠାରୁ ପ୍ରଚୁର ଅର୍ଥ ହାତେଇବା ଆଦି ପ୍ରସଙ୍ଗରେ ତଥ୍ୟ ପାଇବାକୁ ଉଦ୍ୟମ କରିଛନ୍ତି। ଏପରିକି ସିସୋର ବ୍ୟାବସାୟିକ ସାମ୍ରାଜ୍ୟ ବିସ୍ତାରରେ ସହାୟତା ବାବଦକୁ ପ୍ରଭାତ ପ୍ରଚୁର ଅର୍ଥ ହାତେଇଥିବା ନେଇ ଗତକାଲି ସିବିଆଇ ପ୍ରେସ୍ ରିଲିଜରେ ସୂଚନା ଦେଇଥିଲା। ପ୍ରଭାତଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କ ଆକାଉଣ୍ଟ ମାଧ୍ୟମରେ ଏହି ଅର୍ଥ କାରବାର ହୋଇଥିବା ସିବିଆଇ କହିଥିଲା। କେବଳ ଲ୍ୟାଣ୍ଡ ଡିଲ୍, ନୁହେଁ ସିସୋର ସହ ପ୍ରଭାତଙ୍କର ଆହୁରି ଅନେକ ଡିଲ୍ ଥିବା ସିବିଆଇ ପ୍ରେସ୍ ରିଲିଜରେ ଇସାରା ଦେଇଥିଲା।

କଟକରେ ସି-ସୋର ବ୍ୟବସାୟ ସାମ୍ରାଜ୍ୟ

କଟକ ଓ ଚୌଦ୍ୱାର ଅଞ୍ଚଳରେ ସି-ସୋର ଗ୍ରୁପ୍ ଅଫ୍ କମ୍ପାନୀ ବ୍ୟବସାୟିକ ସାମ୍ରାଜ୍ୟ ବିସ୍ତାର କରିଥିଲା। କଟକ ମହାନଦୀ ହାଡିଆ ପଠାରେ ସିସୋର ବୋଟିଂ କ୍ଲବ କରିଥିଲା। ଏଠାରେ ବୋଟିଂ ସହ ରେଷ୍ଟୁରାଷ୍ଟ ମଧ୍ୟ ଖୋଲାଯାଇଥିଲା। ଜଗତପୁର ଶିଳ୍ପାଞ୍ଚଳରେ ବଲପେନ, ଚୁଡା ପାଉଡର୍, ପାଣି ପାଉଚ୍ ଓ ଡାଏରୀ  ଭଳି ଅନେକ କମ୍ପାନୀ ଖୋଲିଥିଲା। ଏସବୁ ବ୍ୟବସାୟ ଲାଗି ପ୍ରଭାତ ପୃଷ୍ଠପୋଷକ ସାଜି ଥିବା ସିବିଆଇ ଜାଣିବାକୁ ପାଇଛି।

ପ୍ରଭାତଙ୍କ ପରେ ଏବେ କାହା ପାଳି ?

ପ୍ରଭାତଙ୍କ ପରେ ଏବେ କାହା ପାଳି? କୁହାଯାଉଛି ପୂର୍ବରୁ ସିବିଆଇ ସମନ କରିଥିବା କିମ୍ବା ଜେରା ପାଇଁ ଡାକିଥିବା ନେତାଙ୍କ ମୁଣ୍ଡ ଉପରେ ଗିରଫଦାରିର ଖଣ୍ଡା ଝୁଲୁଛି। ସିବିଆଇର ଡେଞ୍ଜର ଜୋନରେ ଅଛନ୍ତି ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା, ଦେବୀପ୍ରସାଦ ମିଶ୍ର, ବିଧାୟ ପ୍ରଣବ ବଳବନ୍ତ ରାୟ ଓ ନବୀନ ନିବାସର କର୍ମଚାରୀ ସରୋଜ ସାହୁ। ଚର୍ଚ୍ଚା ହେଉଛି- ପ୍ରଭାତଙ୍କ ପରେ ଏମାନଙ୍କ ଭିତରୁ କେତେବେଳେ ବି କାହା ଉପରେ ପ଼ଡିପାରେ ସିବିଆଇ ପଞ୍ଝା। ସିସୋର ସହ ବ୍ୟାବସାୟିକ ସଂପର୍କ ଅଭିଯୋଗରେ ସାଂସଦ ରବୀନ୍ଦ୍ର ଜେନାଙ୍କୁ ପୂର୍ବରୁ ଜେରା କରିଥିଲା ସିବିଆଇ। ରବୀନ୍ଦ୍ରଙ୍କ ନାଁରେ ଅଭିଯୋଗ ହେଉଛି, ସେ ସିସୋରକୁ ୧୮ କୋଟି ଟଙ୍କା ଋଣ ଦେଇଥିଲେ। ୨୧୦୫ ଜାନୁଆରୀ ୧୨ ଓ ୨୦୧୬ ଡିସେମ୍ବର ୧୦ରେ ଏ ନେଇ ସିବିଆଇ ରବୀନ୍ଦ୍ରଙ୍କୁ ଜେରା ମଧ୍ୟ କରିଥିଲା। ଗିରଫଦାରି ଭୟରେ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ଆଣିଥିଲେ ରବୀନ୍ଦ୍ର। ଅର୍ଥତତ୍ତ୍ୱ ଲିଙ୍କ୍‌ ଅଭିଯୋଗ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ୨୦୧୬ ଏପ୍ରିଲ ୪ ରେ ନୋଟିସ କରିଥିଲା ସିବିଆଇ। ସଂଜୟ ନିଜେ ନ ଯାଇ ଓକିଲଙ୍କ ମାଧ୍ୟମରେ ଉତ୍ତର ରଖିଥିଲେ। ସଂଜୟଙ୍କ ଶାଳକ ସତ୍ୟପ୍ରିୟ ଜୟସିଂଙ୍କୁ ମଧ୍ୟ ସିବିଆଇ ଜେରା କରିଥିଲା। ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ସି ସୋର୍ ସହ ସରକାରଙ୍କ ଚୁକ୍ତିକୁ ନେଇ ଖୋଳତାଡ଼ କରିଥିଲା ସିବିଆଇ। ଦେବୀଙ୍କ ରାଜନୈତିକ ସହଯୋଗୀ ଦିଲୀପ ମିଶ୍ରଙ୍କୁ ମଧ୍ୟ ଜେରା କରିଥିଲା। ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ମଧ୍ୟ ଅଛନ୍ତି ସିବିଆଇ ସ୍କାନରରେ। ଏଟି ଲିଙ୍କରେ ଏକ ଜମି କିଣାବିକାକୁ ନେଇ ୨୦୧୪ ସେପ୍ଟେମ୍ବର ୯ରେ ପ୍ରଣବଙ୍କୁ ଜେରା କରିଥିଲା ସିବିଆଇ। ସିସୋର୍ ଲିଙ୍କ ଅଭିଯୋଗରେ ନବୀନ ନିବାସର କର୍ମଚାରୀ ସରୋଜଙ୍କ ମୁଣ୍ଡରେ ବି ଝୁଲୁଛି ସିବିଆଇ ଖଣ୍ଡା। ପୂର୍ବରୁ ତାଙ୍କ ବାସଭବନରେ ରେଡ୍ ସହ ତାଙ୍କୁ ଜେରା ମଧ୍ୟ ସିବିଆଇ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story