ଘରେ ପ୍ରସ୍ତୁତ କରନ୍ତୁ ଅମୃତଭଣ୍ଡା ଚିକେନ

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ଅମୃତଭଣ୍ଡା, ହଳଦୀ, ଲେମ୍ୱୁରସ, ଲୁଣ, ରସୁଣ, ଧନିଆପତ୍ର ଓ କଞ୍ଚା ଲଙ୍କା।

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଅମୃତଭଣ୍ଡାକୁ କୋରି ଭଲ ଭାବେ ବାଟି ରଖନ୍ତୁ। ଏହାପରେ ଚିକେନ୍‌ରେ ଅମ୍‌ତଭଣ୍ଡା ବଟା ଓ ହଳଦୀଗୁଣ୍ଡ ପକାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ଲେମ୍ୱୁ ରସ, ରସୁଣ, କଞ୍ଚା ଲଙ୍କା, ଧନିଆ ପତ୍ର ବଟା ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇ ଆସିଲେ ମସଲା ଗୋଳା ହୋଇଥିବା ଚିକେନକୁ ପକାନ୍ତୁ। ଚିକେନ୍‌କୁ ଭଲ ଭାବେ କଷନ୍ତୁ। ଚିକେନ୍‌ ଭଲ ଭାବେ ସିଝି ଆସିଲେ କଡ଼େଇକୁ ଚୁଲିକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଅମୃତଭଣ୍ଡା ଚିକେନ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।