ରାଇସିନାକୁ ରାମ ଯିବେ ନା ମୀରା ? କାଲି ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ:ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ଆସନ୍ତାକାଲି  ନିର୍ବାଚନ। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ଓ ମିଳିତ ବିରୋଧୀ ପ୍ରାର୍ଥୀ ମୀରା କୁମାର ମଧ୍ୟରେ ହେବ ଲଢେଇ। ସକାଳ ୧୦ଟାରୁ ସଂଧ୍ୟା ୫ଟା ଯାଏଁ ଭୋଟ୍ ଗ୍ରହଣ ହେବ। କୋବିନ୍ଦଙ୍କ ସପକ୍ଷରେ ସଂଖ୍ୟା ଗଣିତ ଥିଲେ ବି କ୍ରସ୍ ଭୋଟିଂ ସମ୍ଭାବନାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦୁଇ ଦଳିତ ଚେହେରାଙ୍କ ମଧ୍ୟରେ ଲଢେଇକୁ ନେଇ ଆସନ୍ତାକାଲିର ମତଦାନ ଲାଗି ପାର୍ଲାମେଣ୍ଟରୁ ବିଧାନସଭା ଯାଏଁ ପ୍ରସ୍ତୁତି […]

mera-1

mera-1

Rakesh Mallick
  • Published: Sunday, 16 July 2017
  • Updated: 17 July 2017, 07:37 AM IST

Sports

Latest News

ନୂଆଦିଲ୍ଲୀ:ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ଆସନ୍ତାକାଲି  ନିର୍ବାଚନ। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ଓ ମିଳିତ ବିରୋଧୀ ପ୍ରାର୍ଥୀ ମୀରା କୁମାର ମଧ୍ୟରେ ହେବ ଲଢେଇ। ସକାଳ ୧୦ଟାରୁ ସଂଧ୍ୟା ୫ଟା ଯାଏଁ ଭୋଟ୍ ଗ୍ରହଣ ହେବ। କୋବିନ୍ଦଙ୍କ ସପକ୍ଷରେ ସଂଖ୍ୟା ଗଣିତ ଥିଲେ ବି କ୍ରସ୍ ଭୋଟିଂ ସମ୍ଭାବନାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦୁଇ ଦଳିତ ଚେହେରାଙ୍କ ମଧ୍ୟରେ ଲଢେଇକୁ ନେଇ ଆସନ୍ତାକାଲିର ମତଦାନ ଲାଗି ପାର୍ଲାମେଣ୍ଟରୁ ବିଧାନସଭା ଯାଏଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛଛି। କେନ୍ଦ୍ର ନିର୍ବାଚନ କମିଶନ ସବୁ ରାଜ୍ୟକୁ ପର୍ଯ୍ୟବେକ୍ଷକ ପଠାଇ ସାରିଛନ୍ତି। ବିଧି ଅନୁଯାୟୀ ସାଂସଦମାନେ ପାର୍ଲାମେଣ୍ଟରେ ଭୋଟ ଦେବେ।

ବିଧାୟକ ବିଧାନସଭାରେ ମତଦାନ କରିବେ। ତେବେ ଯେଉଁ ସାଂସଦ ଚାହିଁବେ ସେ ବିଧାନସଭାରେ ବି ମତାଧିକାର ସାବ୍ୟସ୍ତ କରିପାରବେ। ଲୋକସଭା ଓ ରାଜ୍ୟସଭାର ୭୦୮ ଜଣ ସାଂସଦ ଏବଂ ବିଭିନ୍ନ ରାଜ୍ୟର ବିଧାୟକମାନେ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିବେ। ସକାଳ ୧୦ଟାରୁ ୫ଟା ଯାଏଁ ମତଦାନ ଚାଲିବ। ଭୋଟ ଦେବାକୁ ଗଲା ବେଳେ ସାଂସଦ ଓ ବିଧାୟକମାନେ କଲମ  କିମ୍ବା କୌଣସି ଇଲକ୍ଟ୍ରୋନିକ୍ସ ଉପକରଣ ନେଇପାରିବେ ନାହିଁ । ବାଲଟ୍ ପେପରରେ  ପ୍ରଥମ ପସନ୍ଦ ପାଇଁ ୧ ଓ ଦ୍ୱିତୀୟ ପସନ୍ଦ ପାଇଁ ୨ ଲେଖିବେ। ଯେଉଁମାନେ ଚାହିଁବେ ସେମାନେ ଦ୍ୱିତୀୟ ପସନ୍ଦ ଲେଖି ନପାରନ୍ତି । ତେବେ ଭୋଟ ଦେବା ପରେ ବିଧାୟକ ଓ ସାଂସଦ କାହାକୁ ଦେଖାଇ ପାରିବେ ନାହିଁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos