ବିଚାରାଧୀନ କଏଦୀର ମୃତ୍ୟୁ, ନିର୍ଯାତନା ଅଭିଯୋଗ

କଟକ: କଟକ ବଡ଼ ମେଡିକାଲରେ ଜଣେ ଚିକିତ୍ସାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଚୌଦ୍ୱାର ଜେଲରୁ ଆସିଥିବା ଏହି ବିଚାରାଧୀନ କଏଦୀଙ୍କ ନାଁ ସରୋଜ ଦାସ। ସେ ମାଲଗୋଦାମ ଥାନା ଅନ୍ତର୍ଗତ ପିଲିଗ୍ରିମ୍ ସାହିର।  ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ମ ରହିଥିବାରୁ ତାଙ୍କୁ ନିର୍ଯାତନା ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏକ ଗଣ୍ଡଗୋଳ ଘଟଣାରେ ଗତମାସ ୯ ତାରିଖରେ ତାଙ୍କୁ ଗିରଫ କରିଥିଲା ମାଲଗୋଦାମ ଥାନା ପୋଲିସ୍‌। ଜେଲରେ ତାଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ […]

cuttack

cuttack

Rakesh Mallick
  • Published: Wednesday, 21 June 2017
  • Updated: 21 June 2017, 11:45 AM IST

Sports

Latest News

କଟକ: କଟକ ବଡ଼ ମେଡିକାଲରେ ଜଣେ ଚିକିତ୍ସାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଚୌଦ୍ୱାର ଜେଲରୁ ଆସିଥିବା ଏହି ବିଚାରାଧୀନ କଏଦୀଙ୍କ ନାଁ ସରୋଜ ଦାସ। ସେ ମାଲଗୋଦାମ ଥାନା ଅନ୍ତର୍ଗତ ପିଲିଗ୍ରିମ୍ ସାହିର।  ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ମ ରହିଥିବାରୁ ତାଙ୍କୁ ନିର୍ଯାତନା ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏକ ଗଣ୍ଡଗୋଳ ଘଟଣାରେ ଗତମାସ ୯ ତାରିଖରେ ତାଙ୍କୁ ଗିରଫ କରିଥିଲା ମାଲଗୋଦାମ ଥାନା ପୋଲିସ୍‌। ଜେଲରେ ତାଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ପରିବାର ଲୋକେ ପୂର୍ବରୁ ଅଭିଯୋଗ ଆଣି ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏପରିକି ଜେଲ ବିଭାଗ ଏଡିଜି ଓ କେନ୍ଦ୍ରାଞ୍ଚଳ ଆଇଜିଙ୍କୁ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ୫ ଦିନ ତଳେ ତାଙ୍କୁ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ଭୋରରେ ତାଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos