ବୋଇତି କଖାରୁରୁ ତିଆରି ହେଉଛି ଟମାଟୋ ସସ୍‌!

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବୋଇତି କଖାରୁରୁ ତିଆରି ହେଉଛି ଟମାଟୋ ସସ୍। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସଂପୂର୍ଣ୍ଣ ସତ। କଖାରୁ ମଣ୍ଡରେ ରଙ୍ଗ ଓ କେମିକାଲ ମିଶାଇ ତିଆରି ହେଉଥିବା ଏହି ସସ୍‌ ଏବେ ବଜାରରେ ଉପଲବ୍ଧ ହେଉଛି। ଦେଖିଲେ ଚିହ୍ନି ହେବ ନାହିଁ କି ଚାଖିଲେ ବାରିହେବନି, ଏହା ଅସଲି କି ନକଲି। ଏହି ଟମାଟୋ ସସ୍‌ ପ୍ୟାକେଜିଂରେ ମଧ୍ୟ ବ୍ୟବହାର ହେଉଥିବା ଲୋଗରୁ ଆପଣ କିଛି ବୁଝି ପାରିବେ ନାହିଁ। ବାଲେଶ୍ୱର ଜିଲ୍ଲା […]

pampkin-sas

pampkin-sas

Rakesh Mallick
  • Published: Sunday, 05 November 2017
  • Updated: 05 November 2017, 09:19 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବୋଇତି କଖାରୁରୁ ତିଆରି ହେଉଛି ଟମାଟୋ ସସ୍। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସଂପୂର୍ଣ୍ଣ ସତ। କଖାରୁ ମଣ୍ଡରେ ରଙ୍ଗ ଓ କେମିକାଲ ମିଶାଇ ତିଆରି ହେଉଥିବା ଏହି ସସ୍‌ ଏବେ ବଜାରରେ ଉପଲବ୍ଧ ହେଉଛି। ଦେଖିଲେ ଚିହ୍ନି ହେବ ନାହିଁ କି ଚାଖିଲେ ବାରିହେବନି, ଏହା ଅସଲି କି ନକଲି। ଏହି ଟମାଟୋ ସସ୍‌ ପ୍ୟାକେଜିଂରେ ମଧ୍ୟ ବ୍ୟବହାର ହେଉଥିବା ଲୋଗରୁ ଆପଣ କିଛି ବୁଝି ପାରିବେ ନାହିଁ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବଜାରରେ ରହିଥିବା ଫାଷ୍ଟଫୁଡ୍‌ ଦୋକାନରେ ସକାଳ ଓ ସନ୍ଧ୍ୟାରେ ପ୍ରବଳ ଭିଡ଼ ଲାଗୁଛି। ଅର୍ଡର ଅନୁସାରେ ଗ୍ରାହକଙ୍କୁ ଚାଓମିନ୍, ଚାଟ୍ ଓ ଗୁପ୍‌ଚୁପ୍‌ ଆଦି ପରସା ଯାଉଛି। ଜଳଖିଆ ସହିତ ଦୋକାନୀ ଟମାଟୋ ସସ୍‌ ଓ ଚିଲି ସସ୍‌ ମଧ୍ୟ ଦେଉଛି। ବେଳେ ବେଳେ ସସ୍‌ କମ୍‌ହେଲେ ଗ୍ରାହକ ମାଗି ନେଇଥାନ୍ତି। ମାତ୍ର ସେମାନେ ଜାଣିନାହାନ୍ତି, ଯେଉଁ ସସ୍‌ ଖାଉଛନ୍ତି ତାହା ଟମାଟୋରୁ ତିଆରି ହୋଇନି। ବୋଇତି କଖାରୁ ଓ ହାନୀକାରକ କେମିକାଲରୁ ତିଆରି ହୋଇଥିବା ସସ୍‌। କମର୍ଦ୍ଦା ରାସ୍ତାର ନିଜାମପୁରରେ ତିଆରି ହେଉଛି ଏହି ବିଷାକ୍ତ ଖାଦ୍ୟ। ବୋଇତି କଖାରୁକୁ କଟାଯାଇ ବଡ଼ବଡ଼ ହଣ୍ଡାରେ ସିଝା ଯାଉଛି। ପରେ ସେଥିରେ ମିଶୁଛି ଶିଳ୍ପ ଲାଗି ଉଦ୍ଦିଷ୍ଟ ରଙ୍ଗ। ତା’ପରେ ଏହାକୁ ଗ୍ରାଇଣ୍ଡିଂ କରି ପ୍ରସ୍ତୁତ କରାଯାଉଛି ଟମାଟୋ ସସ୍। ଏହି ସସ୍‌କୁ କାଚ ବୋତଲରେ ଭର୍ତ୍ତି କରାଯାଇ ଟପ୍‌ଅପ୍‌ ଓ ଟପ୍‌ ପ୍ରୋ ନାମରେ ଲେବଲ ମରାଯାଇ ବଜାରକୁ ଛଡ଼ା ଯାଉଛି।

ଗ୍ରାହକ ଜ୍ୟୋତିସ୍ମିତା ଚାନ୍ଦ କହିଛନ୍ତି-“ଜଳଖିଆରେ ଟମାଟୋ ସସ୍‌ ପକାଇ ଖାଉଛି। ମାତ୍ର ଏହି ସସ୍‌ ବୋଇତି କଖାରୁରୁ ତିଆରି ହୋଇଛି ବୋଲି ଜାଣିନୁ। ଆଗକୁ ଏପରି ଖାଦ୍ୟ ଖାଇବୁ ନାହିଁ।”

ଭେଷଜ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ନାୟକ କହିଛନ୍ତି-“ବୋଇତି କଖାରୁରୁ ତିଆରି ସସ୍‌ ଖାଇଲେ ବିଭିନ୍ନ ପେଟ ରୋଗ ହେବ। ହଜମ ହେବନାହିଁ। ବହୁ ଦିନ ଧରି ଖାଇଲେ ଲିଭର ଉପରେ ପ୍ରଭାବ ପଡିପାରେ।”

ଗତ ୪ ବର୍ଷ ହେଲା କୋଷ୍ଟାଲ ଫୁଡ଼ ପ୍ରଡ଼କ୍ଟ ଚିଲି, ଟମାଟୋ ସସ୍, ଆଚାର ପ୍ରଭୃତି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବଜାରକୁ ଛାଡୁଛି। ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ସମେତ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ କମ୍ପାନୀର ଉତ୍ପାଦିତ ସାମଗ୍ରୀ ବିକ୍ରି ହେଉଛି। ସେହିପରି ସରକାରଙ୍କୁ ଭୁଆଁ ବୁଲାଇବାକୁ ବୋତଲ ଉପରେ ତ ଅସଲି ଦାମ୍ ଲେଖାଯାଉଛି, ମାତ୍ର ବିକିଲା ବେଳକୁ ଲେଖା ଯାଇଥିବା ଦାମ୍‌ର ଅଧାରୁ କମ୍ ଦାମ୍ ନିଆଯାଉଛି। ଏହି କମ୍ପାନି ଜନସ୍ୱାସ୍ଥ୍ୟ ବିଭାଗରେ ପଞ୍ଜୀକୃତ ହୋଇନାହିଁ। ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ କେବେବି ଏସବୁ ଖାଦ୍ୟସାମଗ୍ରୀ ଗୁଣବତ୍ତା ଯାଞ୍ଚ କରାଯାଇନଥିବା ଅଭିଯୋଗ ହେଉଛି।

କୋଷ୍ଟାଲ ଫୁଡ଼ ପ୍ରଡ଼କଟ୍ସ ମାଲିକ ବିଜୟ କୁମାର ପ୍ରଧାନ କହିଛନ୍ତି-“ବୋଇତି କଖାରୁକୁ ଛୋଟଛୋଟ କଟାଯାଇ ସେଥିରେ ରଙ୍ଗ ଓ ଲଙ୍ଗା ମିଶା ଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story