ପୁଣି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ଼

ଭୁବନେଶ୍ୱର: ପୁଣି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଗାଡି ଉପରକୁ ଅଣ୍ଡା ମାଡ ହୋଇଛି। ଆଜି ମନ୍ତ୍ରୀ ସଞ୍ଜୟ ଦାସବର୍ମା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ, ଛତ୍ରପୁର କଲେଜ ଆଗରେ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ ହୋଇଥିଲା। ଛାତ୍ର କଂଗ୍ରେସ ପକ୍ଷରୁ ଏହି ଅଣ୍ଡାମାଡ କରାଯାଇଥିବା ଦାବି କରାଯାଇଛି। ଅଣ୍ଡାମାଡ କରିବା ପରେ ଯୁବକମାନେ ଫେରାର ହୋଇଯାଇଥିବା ଜଣାପଡିଛି। ଜଣେ ପୂର୍ବତନ ବିଧାୟକଙ୍କ ଇଙ୍ଗିତରେ ବାରମ୍ବାର ଏପରି ଅଣ୍ଡାମାଡ କରାଯାଉଥିବା […]

egg

egg

Rakesh Mallick
  • Published: Monday, 04 January 2016
  • Updated: 04 January 2016, 03:47 PM IST

Sports

Latest News

ଭୁବନେଶ୍ୱର: ପୁଣି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଗାଡି ଉପରକୁ ଅଣ୍ଡା ମାଡ ହୋଇଛି। ଆଜି ମନ୍ତ୍ରୀ ସଞ୍ଜୟ ଦାସବର୍ମା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ, ଛତ୍ରପୁର କଲେଜ ଆଗରେ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ ହୋଇଥିଲା। ଛାତ୍ର କଂଗ୍ରେସ ପକ୍ଷରୁ ଏହି ଅଣ୍ଡାମାଡ କରାଯାଇଥିବା ଦାବି କରାଯାଇଛି। ଅଣ୍ଡାମାଡ କରିବା ପରେ ଯୁବକମାନେ ଫେରାର ହୋଇଯାଇଥିବା ଜଣାପଡିଛି।

ଜଣେ ପୂର୍ବତନ ବିଧାୟକଙ୍କ ଇଙ୍ଗିତରେ ବାରମ୍ବାର ଏପରି ଅଣ୍ଡାମାଡ କରାଯାଉଥିବା ମନ୍ତ୍ରୀ ଦାସବର୍ମା କହିଛନ୍ତି।

ତେବେ ଛାତ୍ର କଂଗ୍ରେସ୍ ଏହି ଅଣ୍ଡାମାଡ କରିଥିବା କହିଛି। ରାସନକାର୍ଡ ଦୁର୍ନୀତି ଓ ବିପିୟୁଟି ଅନିମୟତତା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିରୋଧରେ ଏଭଳି ପ୍ରତିବାଦ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ସେପଟେ ପୂର୍ବତନ ବିଧାୟକ ଲୁଲୁ ମହାପାତ୍ର ଛାତ୍ର କଂଗ୍ରେସର ଏଭଳି ପ୍ରତିବାଦକୁ ସମର୍ଥନ ଜଣାଇଛନ୍ତି।

ଅନ୍ୟପକ୍ଷେ ରାସନକାର୍ଡ ଅନିୟମିତତା ଅଭିଯୋଗରେ ପୁରୀ ସର୍କିଟ ହାଉସଠାରେ ଗତକାଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ହୋଇଥିବା ଅଣ୍ଡାମାଡ ଘଟଣାରେ ଆଜି ୫ଜଣ ଆତ୍ମ ସମର୍ପଣ କରିବା ପରେ ସେମାନଙ୍କୁ ଗିରଫ କରାଯାଇଛି। ଆତ୍ମସମର୍ପଣ କରିଥିବା କଂଗ୍ରେସ କର୍ମୀମାନେ ହେଲେ ସ୍ୱାଧୀନ ପଣ୍ଡା, ଅମରେନ୍ଦ୍ର ପାଇକରାଏ, ବିଶ୍ୱରଞ୍ଜନ ସାମନ୍ତରାଏ, ଆଦିତ୍ୟ ନାରାୟଣ ପାଣି ଏବଂ ଆଶୀଷ କୁମାର ଦାସ। ପୁରୀ ସମୁଦ୍ରକୂଳ ଥାନା ପୋଲିସ ପାଇଲଟ ଭାଗିରଥି ମିଶ୍ରଙ୍କ ଅଭିଯୋଗକୁ ନେଇ ଏହି ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।

ଏ ନେଇ ପୁରୀ ଡିଏସପି ପ୍ରଭାତ କୁମାର ରାଉତରାଏ କହିଛନ୍ତି, ୫ଜଣଙ୍କ ନାମରେ ଆଇପିସି ୧୪୩, ୩୪୧, ୨୯୪, ୨୮୬, ୧୪୯, ୫୦୬ରେ ମାମଲା ରୁଜୁ କରାଯାଇଛି। ସମସ୍ତ ୫ଜଣ ଆତ୍ମ ସମର୍ପଣ କରିଛନ୍ତି।

ଗିରଫ କଂଗ୍ରେସ କର୍ମୀମାନେ କହିଛନ୍ତି, ଯୋଗାଣ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳିରେ ଏପରି ଅନିୟମିତତା ହୋଇଛି। ବହୁ ବିଜେଡି ନେତା ଓ କର୍ମୀଙ୍କ ନାଁରେ ରାସନ କାର୍ଡ କରାଯାଇଛି। ଏହାକୁ ଆମେ ବିରୋଧ କରି ଗତକାଲି ଅଣ୍ଡାମାଡ କରିଥିଲୁ। ଆଗାମୀ ଦିନରେ ଏହା ଜାରି ରହିବ।

ଗତକାଲି ରାସନକାର୍ଡ ବଣ୍ଟନରେ ଅନିୟମିତତା ନେଇ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏକ ସମ୍ବାଦିକ ସମ୍ମିଳନୀ କରିଥିଲେ। ସମ୍ବାଦିକ ସମ୍ମିଳନୀ ପରେ  ଛାତ୍ର କଂଗ୍ରେସର ୫ରୁ ୬ଜଣ କର୍ମୀ ତାଙ୍କ ଉପରକୁ ଅଣ୍ଡାମାଡ଼ କରିଥିଲେ। ପୁରୀ ଜିଲ୍ଲା ପରିଷଦ ପୌରାଧ୍ୟକ୍ଷଙ୍କ ନାଁରେ ରାସନକାର୍ଡ ହୋଇଥିବା ଘଟଣାକୁ ପ୍ରତିବାଦ କରି ସେମାନେ ଅଣ୍ଡାମାଡ଼ କରିଥିବା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos