ପୁଣି ପଦାରେ ପଡିଲା ଗୋଷ୍ଠୀ କନ୍ଦଳ: ବନ୍ଦ ପାଳନ ବେଳେ ଏକାଠି ହୋଇପାରିଲେନି କଂଗ୍ରେସ ନେତା

ଭୁବନେଶ୍ୱର: ମହାନଦୀ ସମସ୍ୟାକୁ ନେଇ ଆଜି କଂଗ୍ରେସ ଓଡ଼ିଶା ବନ୍ଦ ପାଳନ କରୁଥିବା ବେଳେ ଦଳୀୟ ନେତାଙ୍କ ମଧ୍ୟରେ ଥିବା କନ୍ଦଳ ପଦାକୁ ଆସିଛି। ବିଜେଡି ଓ ବିଜେପିକୁ ଟାର୍ଗେଟ କରି ଦଳ ଏହି ବନ୍ଦ ଡାକରା ଦେଇଥିବା ବେଳେ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଏକାଠି ଦେଖିବାକୁ ମିଳି ନ ଥିଲା। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ କିଛି ବରିଷ୍ଠ ନେତାଙ୍କ ସହ ଦେଖିବାକୁ ମିଳିଥିବା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଅନ୍ୟ […]

congress

congress

Rakesh Mallick
  • Published: Tuesday, 16 August 2016
  • Updated: 16 August 2016, 07:04 PM IST

Sports

Latest News

congressଭୁବନେଶ୍ୱର: ମହାନଦୀ ସମସ୍ୟାକୁ ନେଇ ଆଜି କଂଗ୍ରେସ ଓଡ଼ିଶା ବନ୍ଦ ପାଳନ କରୁଥିବା ବେଳେ ଦଳୀୟ ନେତାଙ୍କ ମଧ୍ୟରେ ଥିବା କନ୍ଦଳ ପଦାକୁ ଆସିଛି। ବିଜେଡି ଓ ବିଜେପିକୁ ଟାର୍ଗେଟ କରି ଦଳ ଏହି ବନ୍ଦ ଡାକରା ଦେଇଥିବା ବେଳେ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଏକାଠି ଦେଖିବାକୁ ମିଳି ନ ଥିଲା। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ କିଛି ବରିଷ୍ଠ ନେତାଙ୍କ ସହ ଦେଖିବାକୁ ମିଳିଥିବା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଅନ୍ୟ କିଛି ବରିଷ୍ଠ ନେତାଙ୍କ ସହ ଦେଖିବାକୁ ମିଳିଥିଲା। ଏମାନେ ରାଜଧାନୀରେ ଅଲଗା ଅଲଗା ସମୟରେ ପ୍ରତିବାଦ ଓ ଶୋଭାଯାତ୍ରା କରି ବନ୍ଦ ପାଳନ କରିଥିଲେ। ଏପରିକି ଅଲଗା ଅଲଗା ଗିରଫ ମଧ୍ୟ ହୋଇଥିଲେ।

 ସକାଳ ପ୍ରାୟ ୯ଟା ବେଳେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ବରିଷ୍ଠ ନେତାମାନେ କଂଗ୍ରେସ ଭବନରେ ଏକାଠି ହୋଇଥିଲେ। ହେଲେ ବିରୋଧୀ ଦଳ ନେତା କି ଉପନେତାଙ୍କୁ ସେଠାରେ ଦେଖିବାକୁ ମିଳି ନ ଥିଲା। ପ୍ରାୟ ଦେଢ଼ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ବିରୋଧୀ ଦଳ ନେତା ପହଞ୍ଚି ନ ଥିଲେ। ପରେ ପ୍ରସାଦ ଏବଂ ତାଙ୍କ ସହଯୋଗୀମାନେ କଂଗ୍ରେସ ଭବନ ସମ୍ମୁଖରେ ପ୍ରତିବାଦ କରିଥିଲେ। ଅନ୍ୟପକ୍ଷରେ ଏହି ସମୟରେ ନରସିଂହ ନିଜ ବାସଭବନରୁ ଶୋଭାଯାତ୍ରାରେ ବାହାରିଥିଲେ। ସାଙ୍ଗରେ ବିରୋଧୀ ଦଳ ଉପନେତା ଚିରଞ୍ଜିବ ବିଶ୍ୱାଳ, ପୂର୍ବତନ ପିସିସି ସଭାପତି ଜଗନ୍ନାଥ ପଟ୍ଟନାୟକ, ଛାତ୍ର କଂଗ୍ରେସ ସଭାପତି ଓ ତାଙ୍କ ସମର୍ଥକମାନେ ଥିଲେ। ବାଟରେ ଶୋଭାଯାତ୍ରାରେ ସାଂସଦ ରଞ୍ଜିବ ବିଶ୍ୱାଳ ସାମିଲ ହୋଇଥିଲେ। ଏମାନେ ଏଜି ଛକ ନିକଟ ମହିଳା ଥାନା ସମ୍ମୁଖରେ ପହଞ୍ଚିବା ପରେ ବାଇକ୍‌ରେ ଆସି ପହଞ୍ଚି ଥିଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଅନନ୍ତ ସେଠୀ ଏବଂ ହେମାନନ୍ଦ ବିଶ୍ୱାଳ ମଧ୍ୟ ସେଠାକୁ ଆସି ପ୍ରତିବାଦରେ ସାମିଲ ହୋଇଥିଲେ। ସେଠାରେ ପୋଲିସ ଏମାନଙ୍କୁ ଗିରଫ କରିଥିଲା।

ଏମାନଙ୍କୁ ପୋଲିସ ନେବାର କିଛି ସମୟ ପରେ ରାସ୍ତା ଆରପଟରେ ପ୍ରସାଦ ତାଙ୍କ ସମର୍ଥକଙ୍କ ସହ ପହଞ୍ଚି ଥିଲେ। ଶ୍ରୀକାନ୍ତ ଜେନା, ଜୟଦେବ ଜେନା ଶରତ ରାଉତଙ୍କୁ ସାଙ୍ଗରେ ନେଇ ରାସ୍ତାରେ ବସି ବନ୍ଦ ପାଳନ କରିଥିଲେ। ଏମାନଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା।

ଅବଶ୍ୟ ଅପରାହ୍ନରେ କଂଗ୍ରେସ ଭବନରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ନରସିଂହ ମିଶ୍ର ଓ ପ୍ରସାଦ ହରିଚନ୍ଦନଙ୍କୁ ଏକାଠି ଦେଖିବାକୁ ମିଳିଥିଲା।

ଗୋଷ୍ଠୀ କନ୍ଦଳ ଚର୍ଚ୍ଚାକୁ ପ୍ରସାଦ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଏକାଠି ଲଢୁ ନ ଥିଲେ ଆଜି ଓଡ଼ିଶା ବନ୍ଦ ସଫଳ ହୋଇ ନଥାନ୍ତା। କଂଗ୍ରେସ ଏକ, ଆମେ ଏକାଠି ଲଢୁଛୁ। ବିଭିନ୍ନ ସ୍ଥାନରେ ନେତା ଗିରଫ ହେଉଛନ୍ତି। ଏହାକୁ ନେଇ ଗୁଡି ଉଡାଇବା ଯଥାର୍ଥ ନୁହେଁ।”

ପିସିସି ଉପସଭାପତି ରଞ୍ଜିବ ବିଶ୍ୱାଳ ମଧ୍ୟ ଦଳୀୟ କନ୍ଦଳ କଥାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, “କଂଗ୍ରେସ ଏକ ବୃହତ ଦଳ, କଂଗ୍ରେସରେ କେବେ ମତାନ୍ତର ହେବ ନାହିଁ। ସବୁ ଜିଲ୍ଲାରେ ବନ୍ଦ ସଫଳ ହୋଇଛି। ପିସିସି ସଭାପତି ଏବଂ ବିରୋଧୀ ଦଳ ନେତା ବନ୍ଦରେ ସାମିଲ ହୋଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story