ପୁଣି ସର୍ବଦଳୀୟ ବୈଠକ ବିଫଳ

ଭୁବନେଶ୍ୱର: ବିଧାନସଭାରେ ଲାଗି ରହିଥିବା ଅଚଳାବସ୍ଥା ଦୂର ଲାଗି ଆଜି ଦୁଇ ଥର ସର୍ବଦଳୀୟ ବୈଠକ ବସିଥିଲେ ମଧ୍ୟ କିଛି ନିର୍ଯ୍ୟାସ ବାହାରି ପାରିଲାନହିଁ। ଅନ୍ୟପକ୍ଷରେ ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି କରି ଦେଇଛନ୍ତି। ଆଜି ସକାଳେ ବସିଥିବା ବୈଠକ ବିଫଳ ହୋଇଯିବା ପରେ ଅପରାହ୍ନରେ ପୁଣି ଥରେ ବୈଠକ ବସିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗଦେବା ପରେ ସମାଧାନର କିଛି ବାଟ ବାହାରିବ ବୋଲି […]

assembly

assembly

Rakesh Mallick
  • Published: Tuesday, 10 May 2016
  • Updated: 11 May 2016, 02:56 AM IST

Sports

Latest News

sarbadaliya-baithakaଭୁବନେଶ୍ୱର: ବିଧାନସଭାରେ ଲାଗି ରହିଥିବା ଅଚଳାବସ୍ଥା ଦୂର ଲାଗି ଆଜି ଦୁଇ ଥର ସର୍ବଦଳୀୟ ବୈଠକ ବସିଥିଲେ ମଧ୍ୟ କିଛି ନିର୍ଯ୍ୟାସ ବାହାରି ପାରିଲାନହିଁ। ଅନ୍ୟପକ୍ଷରେ ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି କରି ଦେଇଛନ୍ତି।

ଆଜି ସକାଳେ ବସିଥିବା ବୈଠକ ବିଫଳ ହୋଇଯିବା ପରେ ଅପରାହ୍ନରେ ପୁଣି ଥରେ ବୈଠକ ବସିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗଦେବା ପରେ ସମାଧାନର କିଛି ବାଟ ବାହାରିବ ବୋଲି ଆଶା କରାଯାଉଥିଲେ ମଧ୍ୟ ସେମିତି କିଛି ହୋଇ ନ ଥିଲା। ଆସନ୍ତାକାଲି ଗୃହର ସ୍ଥିତି କ’ଣ ରହିବ ତାହା ଦେଖିବାକୁ ବାକି ରହିଲା।

ବୈଠକ ବିଫଳ ହୋଇ ନ ଥିଲେ ମଧ୍ୟ ସମ୍ପୂର୍ଣ୍ଣ ସଫଳ ହୋଇ ନ ଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।

ସେ କହିଛନ୍ତି, “ଆମେ ଦାବି କରିଥିଲୁ ଆଲୋଚନାରେ ମୁଖ୍ୟମନ୍ତ୍ରୀ ସାମିଲ ହୁଅନ୍ତୁ। ସେ ବୈଠକକୁ ଆସିଲେ,ଭଲ କଥା, ହେଲେ କୌଣସି ନିଷ୍କର୍ଷ ବାହାରି ନାହିଁ। ଆସନ୍ତାକାଲି ପୁଣି ଥରେ ଆଲୋଚନା କରାଯିବ। ବର୍ତ୍ତମାନ ଆଲୋଚନା ସଫଳ ହୋଇଥିବା କୁହାଯାଇ ପାରିବ ନାହିଁ। ତେବେ ଏହା ସମ୍ପୂର୍ଣ୍ଣ ବିଫଳ ହେଲା ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ।”

ବିଜେପି ବିଧାୟକ ରବି ନାଏକ କହିଛନ୍ତି, “ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗଦେବା ପରେ ଆମେ ଯେଉଁ ୪ଟି ପ୍ରଶ୍ନ କରିଥିଲୁ ତାହାର ଉତ୍ତର ମିଳିଯିବ ବୋଲି ଆଶା କରିଥିଲୁ, ହେଲେ ମିଳିଲା ନାହିଁ। ଏହା ଆମ ପାଇଁ ଦୁର୍ଭାଗ୍ୟର ବିଷୟ। ଗୃହକୁ ନିୟନ୍ତ୍ରଣରେ ରଖି ଚଳାଇବା କ୍ଷମତା ଗୃହର ନେତା (ମୁଖ୍ୟମନ୍ତ୍ରୀ)ଙ୍କର ଅଛି। ହେଲେ ସେ କିଛି କଲେ ନାହିଁ।”

ଶାସକ ଦଳ ମୁଖ୍ୟ ସଚେତକ ଅନନ୍ତ ଦାସ କହିଛନ୍ତି, “ଆଇନଗତ ପ୍ରତିବନ୍ଧକ ଥିବାରୁ ଗୃହରେ ଜଷ୍ଟିସ ଦାସ କମିଶନଙ୍କ ମନ୍ତବ୍ୟ ଉପରେ ବିବୃତି ଦେଇ ହେବନାହିଁ। ଆଲୋଚନା ବିଫଳ ହୋଇନାହିଁ। ଆସନ୍ତାକାଲିଠାରୁ ଗୃହ ସ୍ୱାଭାବିକ ହେବ ବୋଲି ମୁଁ ଆଶା କରୁଛି।”

ଅନ୍ୟପକ୍ଷରେ ଆଜି ପୂର୍ବାହ୍ନ ସାଢେ ୯ଟାରେ ବସିଥିବା ସର୍ବଦଳୀୟ ବୈଠକ ବିଫଳ ହେବା ପରେ ବିଧାନସଭା ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆରମ୍ଭରୁ ହିଁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଗୃହ ଭିତରେ କଳା ଗାଉନ୍‌ ପିନ୍ଧି ବିରୋଧୀ ନାରାବାଜୀ କରିବାରୁ ବାଚସ୍ପତି ନିରଞ୍ଜନ ପୂଜାରୀ ପ୍ରଥମେ ସାଢେ ୧୧ଟା, ପରେ ସାଢେ ୧୨ଟା ଓ ପୁଣି ୩ଟା ଯାଏଁ ଗୃହକୁ ମୁଲତବି କରିଥିଲେ। ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ସମାନ ସ୍ଥିତି ଲାଗି ରହିବାରୁ ପ୍ରଥମେ ୫ଟା ଓ ପରେ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି କରିଦିଆଯାଇଛି।

ଗୃହରେ ଏପରି ଅଚଳାବସ୍ଥା ଲାଗି ରହିଥିବା ବେଳେ ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷ ଲଦିବାରେ ଲାଗିଛନ୍ତି।

ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି, “ଗୃହ ଚାଲିବା ପାଇଁ ବିରୋଧୀ ଦଳର ଆନ୍ତରିକତା ନାହିଁ। କୌଣସି ନା କୌଣସି ଆଳ ଦେଖାଇ ବିରୋଧୀ ଦଳମାନେ ଗୃହ ଚଳାଇ ଦେଉନାହାନ୍ତି। ଓଡ଼ିଶାର ୪ କୋଟି ଜନତାଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାନସଭାରେ ଆଲୋଚନା ହେବା ଉଚିତ। ଆମ ଦଳ ସବୁ ପ୍ରକାର ଆପୋଷ ବୁଝାମଣା କରିବାକୁ ପ୍ରସ୍ତୁତ ରହିଛି। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ବିରୋଧୀ ଗୃହକୁ ଚଳେଇ ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।”

ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “ବିଧାନସଭା ଆରମ୍ଭରୁ ଏଯାଏଁ ଆମର ତିନୋଟି ଦାବି ରହିଛି। ଚିଟ୍‌ଫଣ୍ଡ କମିଶନଙ୍କ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୃହରେ ମନ୍ତବ୍ୟ ରଖନ୍ତୁ। ଦ୍ୱିତୀୟଟି ହେଉଛି ଚିଟ୍‌ଫଣ୍ଡ କମିଶନ ଇସ୍ତଫା ଦିଅନ୍ତୁ କିମ୍ୱା ସରକାର ତାଙ୍କୁ ବହିଷ୍କାର କରନ୍ତୁ। ତୃତୀୟଟି ହେଉଛି ବିରୋଧୀ ଦଳ ନେତାଙ୍କୁ ସରକାର ଯେପରି ଭାବେ ଲାଞ୍ଛିତ କରିଛନ୍ତି ତାକୁ ପ୍ରତ୍ୟାହାର କରନ୍ତୁ। ହେଲେ ଶାସକ ଦଳ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ଯେଉଁମାନେ ସର୍ବଦଳୀୟ ବୈଠକରେ ବସି ନିଷ୍ପତ୍ତି ନେଇପାରିବେ ସେଭଳି ନେତା ଉପସ୍ଥିତ ରହୁ ନାହାଁନ୍ତି। ମନ୍ତ୍ରୀ ସଞ୍ଜୟ ଦାସବର୍ମା ଯାହାଙ୍କ ବିରୋଧରେ ଗୃହରେ ହୋହାଲ୍ଲା ଚାଲିଛି ଏବଂ ମୁଖ୍ୟମନ୍ତ୍ରୀ ଏ ନେଇ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରାଯାଉଛି, ସେ ଏହି ବୈଠକରେ ଉପସ୍ଥିତ ରହୁଛନ୍ତି। ସେହିପରି ଆଇନ ମନ୍ତ୍ରୀ ଅରୁଣ ସାହୁ ୮ କୋଟି ଟଙ୍କା ବିବାଦରେ ବିରୋଧୀ ଦଳ ନେତାଙ୍କୁ ମତିଭ୍ରମ ହୋଇଗଲା ବୋଲି ବକ୍ତବ୍ୟ ରଖି ସବୁ ସୀମାସରହଦ ପାର କରିଯାଇଛନ୍ତି। ସେ ମଧ୍ୟ ବୈଠକରେ ଉପସ୍ଥିତ ରହୁଛନ୍ତି। ଏପରି ସ୍ଥିତିରେ ସର୍ବଦଳୀୟ ବୈଠକରୁ କିଛି ଆଶା କରାଯାଇ ନ ପାରେ।”

ସେ କହିଛନ୍ତି, “ବିଜୁ ଜନତା ଦଳର ଯେଉଁ ନେତୃମଣ୍ଡଳୀ ସର୍ବଦଳୀୟ ବୈଠକରେ ଉପସ୍ଥିତ ରହୁଛନ୍ତି ସେମାନେ କୌଣସି ନିଷ୍ପତ୍ତି ଶୁଣାଇ ପାରୁ ନାହାନ୍ତି। ସେମାନେ ଥାର୍ଡ ଫ୍ଲୋର୍ କିମ୍ୱା ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରୁଛନ୍ତି। ୭ ଦିନ ହେବ ଗୃହ ଅଚଳ ରହିଛି ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉତ୍ତର ଦେବା ପାଇଁ କାହିଁକି ଡରୁଛନ୍ତି ମୋତେ ଆଶ୍ଚର୍ଯ୍ୟ ଲାଗୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story