ନୀଳାଦ୍ରିବିଜେ ବିଶୃଙ୍ଖଳା: ୯ ସେବାୟତ ନିଲମ୍ବିତ

ପୁରୀ: ନୀଳାଦ୍ରିବିଜେ ବେଳେ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗରେ ଆଜି ଶ୍ରୀମନ୍ଦିର ପ୍ରଶାସନ ୯ ଜଣ ସେବାୟତଙ୍କୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଦାମୋଦର ମହାସୁଆର, ଜୟକୃଷ୍ଣ ମହାସୁଆର, ଭୀମସେନ ପଲଙ୍କଧାରୀ, ଇପସିତ ପ୍ରତିହାରୀ, ରବି ଦାଶ, ସାଇନା ଖୁଣ୍ଟିଆ କାଶୀନାଥ ଖୁଣ୍ଟିଆ, ରବି ନାରାୟଣ ଖୁଣ୍ଟିଆ ଓ ଭାଗିରଥୀ ଖୁଣ୍ଟିଆ। ଏ ସଂପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି,“ନୀଳାଦ୍ରିବବିଜେ ବେଳେ ରଥ ଉପରେ ଅନୁମତି ପାଇ ନ ଥିବା ଲୋକଙ୍କୁ […]

suresh-mohapatra

suresh-mohapatra

Rakesh Mallick
  • Published: Tuesday, 19 July 2016
  • Updated: 19 July 2016, 08:39 PM IST

Sports

Latest News

suresh-mohapatraପୁରୀ: ନୀଳାଦ୍ରିବିଜେ ବେଳେ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗରେ ଆଜି ଶ୍ରୀମନ୍ଦିର ପ୍ରଶାସନ ୯ ଜଣ ସେବାୟତଙ୍କୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଦାମୋଦର ମହାସୁଆର, ଜୟକୃଷ୍ଣ ମହାସୁଆର, ଭୀମସେନ ପଲଙ୍କଧାରୀ, ଇପସିତ ପ୍ରତିହାରୀ, ରବି ଦାଶ, ସାଇନା ଖୁଣ୍ଟିଆ କାଶୀନାଥ ଖୁଣ୍ଟିଆ, ରବି ନାରାୟଣ ଖୁଣ୍ଟିଆ ଓ ଭାଗିରଥୀ ଖୁଣ୍ଟିଆ।

ଏ ସଂପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି,“ନୀଳାଦ୍ରିବବିଜେ ବେଳେ ରଥ ଉପରେ ଅନୁମତି ପାଇ ନ ଥିବା ଲୋକଙ୍କୁ ଚଢ଼ାଇବା ଓ ତା’ ପରେ ଜିଲ୍ଲାପାଳଙ୍କ ସହିତ ଯୁକ୍ତିତର୍କ କରିଥିବା ତଥା ପାଟିତୁଣ୍ଡ କରିଥିବା ସେବାୟତମାନଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୪ର ଅନୁଚ୍ଛେଦ ୨୧ (ବି)ର ଧାରା ‘ଏ’ ଓ ‘ସି’ ଅନୁସାରେ ନିଲମ୍ବନ କରାଯାଇଛି। ମୋଟ ୯ ଜଣ ସେବାୟତଙ୍କୁ ନିଲମ୍ବନ କରାଯାଇଛି। ଖୁବଶୀଘ୍ର ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ।”

ନୀଳାଦ୍ରିବିଜେ ବେଳେ ଦାମୋଦର ମହାସୁଆର ତାଙ୍କ ଝିଅଙ୍କୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ରଥରେ ଚଢ଼ାଇ ଥିଲେ।

ଅନ୍ୟପକ୍ଷରେ ସେଦିନ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଆକ୍ରମଣ କରିଥିବା ୬ ସେବାୟତଙ୍କୁ ପୋଲିସ୍ ଗିରଫ କରିଛି। ପୁରୀ ଏସ୍‌ଡିଜେଏମ୍‌ କୋର୍ଟ ସେମାନଙ୍କ ଜାମିନ ଆବେଦନ ଖାରଜ କରି ଦେବା ପରେ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos