କେନାଲ୍‌ରେ ଓଲଟି ପଡ଼ିଲା ବସ୍‌; ଚାଲିଗଲା ୩ ଜୀବନ, ୪୦ ଆହତ

କୋଣାର୍କ: ପୁରୀ ଜିଲ୍ଲା କୋଣାର୍କର ଜିଉନ୍ତି ଛକ ନିକଟରେ ଆଜି ସକାଳେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା।  ଭାରସାମ୍ୟ ହରାଇ ଏକ ବସ୍ କେନାଲକୁ ଓଲଟି ପଡିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ କଣ୍ଡକ୍ଟର, ହେଲପର୍ ଓ ଜଣେ ଯାତ୍ରୀ ଥିବା ସୂଚନା ମିଳିଛି।  ଆହତଙ୍କୁ କାକଟପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

‘ହରିଓଁ’ ନାମକ ଏହି ବସ୍‌ଟି  ଅସ୍ତରଙ୍ଗରୁ ପାରାଦୀପ ଯାଉଥିଲା।