ପୁରୀ: ଶ୍ରୀଜୀଉଙ୍କ ଅଧରପଣା ନୀତି ସଂପନ୍ନ
ପୁରୀ: ରଥରେ ଶ୍ରୀଜୀଉଙ୍କ ଅଧରପଣା ନୀତି #Odisha #Adharapananiti pic.twitter.com/ZNn9ZUblE6
— Odisha Reporter (@OdishaReporter) July 16, 2016
ପୁରୀ: ଆଜି ଶ୍ରୀଜୀଉଙ୍କ ଅଧରପଣା ନୀତି ସଂପନ୍ନ ହୋଇଛି।
ତିନି ରଥର ପାର୍ଶ୍ୱ ଦେବାଦେବୀ, ଚଣ୍ଡି ଓ ଚାମୁଣ୍ଡାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ନୀତି ହୋଇଥାଏ। ତିନିଠାକୁରଙ୍କ ରଥରେ ତମ୍ୱୁ ଆକୃତିର ୯ଟି ମାଟି ପାତ୍ରରେ ଅଧରପଣା ପ୍ରସ୍ତୁତ କରାଯାଏ। କ୍ଷୀର, କଦଳୀ, ସର ଓ ଛେନା ଇତ୍ୟାଦିରେ ମହାସୁଆରମାନେ ଏହି ପଣା ପ୍ରସ୍ତୁତ କରନ୍ତି। ରଥ ଉପରେ ଏହି ପଣାକୁ ରଖି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ମାଟି ପାତ୍ରକୁ ଭଙ୍ଗାଯାଏ।
ଗତକାଲି ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଲାଗିଥିଲା। ମହଣ ମହଣ ସୁନାରେ ତିନି ଠାକୁରଙ୍କ ବେଶ କରାଯାଇଥିଲା। ବେଶ ପାଇଁ ଲାଗିଥିଲା ୧୩୮ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର। ସୁନାବେଶ ପୂର୍ବରୁ ଶ୍ରୀମନ୍ଦିର ଭଣ୍ଡାର ଘରୁ ମହଣ ମହଣ ସୁନାର ବିଭିନ୍ନ ଅଳଙ୍କାରକୁ ରଥ ଉପରକୁ ଅଣାଯାଇଥିଲା। ତା’ପରେ ଶ୍ରୀଜୀଉମାନଙ୍କୁ ସୁନାବେଶ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।